24 ଅଗଷ୍ଟରୁ 30 ଅଗଷ୍ଟ ସାପ୍ତାହିକ ରାଶିଫଳ : ଶୁଭ ଯୋଗ କାରଣରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ମାମଲାରେ

24 ଅଗଷ୍ଟରୁ 30 ଅଗଷ୍ଟ ସାପ୍ତାହିକ ରାଶିଫଳ : ଶୁଭ ଯୋଗ କାରଣରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ମାମଲାରେ

24 ଅଗଷ୍ଟରୁ 30 ଅଗଷ୍ଟ ସାପ୍ତାହିକ ରାଶିଫଳ : ଶୁଭ ଯୋଗ କାରଣରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ମାମଲାରେ ମିଳିବ ବଡ ସଫଳତା !

ରାଶିଫଳ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବିତ ପାଇଥାଏ । ରାଶିଫଳ ଦ୍ୱାରା ଭବିଷ୍ୟତ ଜୀବନର ଘଟଣାଗୁଡ଼ିକୁ ଆପଣ ପୂର୍ବାନୁମାନ କରିପାରିବେ । ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ରାଶି କଣ କହୁଛି ? ଆଜି ଆମେ ଆପଣଙ୍କୁ ଆସନ୍ତା ସପ୍ତାହ ପାଇଁ ରାଶିଫଳ କହୁଛୁ । ଏହି ସାପ୍ତାହିକ ରାଶିଫଳରେ ଆମେ ଆପଣ ଜୀବନର ଏକ ସପ୍ତାହର ଘଟଣାଗୁଡ଼ିକର ସଂକ୍ଷିପ୍ତ ବର୍ଣ୍ଣନା କରିଛୁ । ତେଣୁ ଜାଣିବା ପାଇଁ ପଢନ୍ତୁ ଅଗଷ୍ଟ 24 ରୁ ଅଗଷ୍ଟ 30 ପର୍ଯ୍ୟନ୍ତ ସାପ୍ତାହିକ ରାଶିଫଳ ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ । ଅପଣ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଏବଂ ଆପଣଙ୍କ କାମରେ ଆପଣ ସନ୍ତୁଷ୍ଟ ରହିବେ । ଅଯଥାରେ ଟଙ୍କା ପଇସା ନଷ୍ଟ ହେବାର ସମ୍ଭାବନା ରହିଛି ତେଣୁ ସତର୍କତା ସହିତ ରଖିବାକୁ ପଡିବ । ଯଦି କୌଣସି କ୍ଷେତ୍ରରେ ତରବରିଆ ହୋଇ ଆର୍ଥିକ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ଏହି ସପ୍ତାହଟି ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ । ବିବାହିତ ଦାମ୍ପତ୍ୟଙ୍କୁ ଭଲ ଖବର ମିଳିପାରେ । ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଇପାରନ୍ତି । ଆପଙ୍କର ଚାକିରିରେ ଉନ୍ନତି ହେବାର ସମ୍ଭାବନା ରହିଛି ଏହା ସଙ୍ଗେ ସଙ୍ଗେ ଅଫିସରେ ଦାୟିତ୍ଵ ମଧ୍ୟ ବୃଦ୍ଧି ପାଇବାର ସୂଚନା ରହିଛି । କୌଣସି ସରକାରୀ କାର୍ଯ୍ୟ ସମାପ୍ତ କରି ଖୁସି ଅନୁଭଵ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ମାନସିକ ଶାନ୍ତି ଅନୁଭବ କରିବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବାପାଙ୍କ ସହିତ ଆପଣଙ୍କ ସମ୍ପର୍କ କିଛି ସମୟ ପାଇଁ ଭଲ ହୋଇନଥିଲା, କିନ୍ତୁ ଏହି ସପ୍ତାହରେ ଆପଣ ତାଙ୍କର କ୍ରୋଧକୁ ଦୂର କରିବାକୁ ସକ୍ଷମ ହେବେ । ଆପଣ ଯାହା କରିବାକୁ ପସନ୍ଦ କରନ୍ତି; ତାହା କରିବା ଉଚିତ୍ ହେବ । ଯେପରିକି ଗୀତ ଗାଇବା, ବହି ପଢ଼ିବା କିମ୍ବା ସାଙ୍ଗମାନଙ୍କ ସହିତ ଗପସପ କରିବା । ପରିବାର ତରଫରୁ ଆପଣଙ୍କୁ ଏପରି କିଛି ଦାୟିତ୍ଵ ମଧ୍ୟ ଦିଆଯାଇପାରେ । ଏହି ସପ୍ତାହରେ ଗର୍ଲଫ୍ରେଣ୍ଡଙ୍କ ସହିତ ବିବାଦ ହୋଇପାରେ । ଆପଣ ପ୍ରେମିକର ବିଷୟକୁ ହୃଦୟକୁ ନେଇପାରନ୍ତି । ଚାକିରୀ କ୍ଷେତ୍ରରେ ଆପଣ ପଦୋନ୍ନତି ସୁଯୋଗ ପାଇପାରିବେ । ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସପ୍ତାହଟି ଭଲ ହେବ । ଆପଣ ଏହି ସପ୍ତାହରେ ନିଜକୁ ଶକ୍ତିଶାଳୀ ଏବଂ ସତେଜ ଅନୁଭବ କରିବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ଆପଣ କାମରେ ଅତ୍ୟଧିକ ବ୍ୟସ୍ତ ଥିବାରୁ ପରିବାରକୁ ଅଧିକ ସମୟ ଦେବାରେ ସକ୍ଷମ ହେବ ନାହିଁ । ଯଦି ଆପଣ ଚାକିରୀ କରନ୍ତି; ତେବେ ଆପଣ ସଠିକ୍ ଫଳାଫଳ ପାଇପାରନ୍ତି । ସମାଜରେ ଜନକଲ୍ୟାଣ ଭଳି କିଛି ଭଲ ଏବଂ ବଡ କାମ କରିବେ । ଏହି କାର୍ଯ୍ୟ ନିମନ୍ତେ ସମାଜରେ ଆପଣଙ୍କ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ । ତୁମର ପ୍ରୟାସ ସଫଳ ହେବ ଏବଂ ତୁମର କାର୍ଯ୍ୟଦକ୍ଷତା ଉନ୍ନତ ହେବ । ଲଭ୍ ପାର୍ଟନରଙ୍କ ଆଚରଣକୁ ନେଇ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ପ୍ରେମିକକୁ ବିବାହ କରିବାର କଳ୍ପନା ମନକୁ ଆସିବ । ବ୍ୟବସାୟରେ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବେ । ରାଜନୀତିର ଲୋକମାନେ ସେମାନଙ୍କ ସଫଳତାରେ ଖୁସି ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ପେଟ ଯନ୍ତ୍ରଣା ଜନିତ ସମସ୍ୟାର ଦେଖାଦେଇପାରେ । ଟିକିଏ ନିଜର ଧ୍ୟାନ ରଖନ୍ତୁ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହ ଆର୍ଥିକ କ୍ଷେତ୍ରରେ ଲାଭଦାୟକ ରହିବ ଏବଂ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି କରିବେ । ଅଯଥା ଚିନ୍ତା ନ କରି ବରଂ ନିଜର ଲକ୍ଷ୍ୟ ବିଷୟରେ ଚିନ୍ତା କରିବା ଉଚିତ୍ ଭଲ ହେବ । ଯଦି ଆପଣ ସାହସ ସହିତ କାମ କରିବେ, ତେବେ ଆପଣ ସବୁ ପ୍ରକାରର ଅସୁବିଧାକୁ ସହଜରେ ସାମ୍ନା କରିବାର ସମର୍ଥ ହୋଇପାରିବେ । ଘରର ବୟୋଜ୍ୟେଷ୍ଟମାନଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଏହି ସପ୍ତାହ ପ୍ରେମ ଜୀବନ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଆପଣଙ୍କ ଭାଗ୍ୟ ଆପଣଙ୍କ ପ୍ରଗତିରେ ବାଧା ସାଜିପାରେ । ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଧାଁ ଦୌଡ ଏବଂ ପରିଶ୍ରମ ଯୋଗୁଁ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଟିକିଏ ଖରାପ ରହିବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ନିଜ ଭିତରେ ଟିକିଏ ପରିବର୍ତ୍ତନ କରିବା ଆବଶ୍ୟକ । ଯଦି ଆପଣ ଏକାଗ୍ରତାର ସହ କାର୍ଯ୍ୟ କରିବେ ତେବେ ସଫଳତା ନିଶ୍ଚୟ ମିଳିବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ଘରର ବଡ ଲୋକଙ୍କ ସହିତ ଦୀର୍ଘ ଦିନ ଧରି ଲାଗିଥିବା ମତପାର୍ଥକ୍ୟ ସମାପ୍ତ ହେବ । ଉପଯୁକ୍ତ ସମୟରେ ଯୋଜନା ଉପରେ କାର୍ଯ୍ୟ କରି ଆପଣ ଅନେକ ଲାଭ ପାଇପାରିବେ । ଆପଣ ନିଜର ପ୍ରେମସାଥୀଙ୍କୁ ଦୀର୍ଘ ସମୟ ପରେ ଭେଟିବେ । ବ୍ୟବସାୟରେ ଆପଣ ଚାହୁଁଥିବା ଲାଭ ପାଇବେ । ଏହି ସପ୍ତାହରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସକାଳୁ ଉଠି ଯୋଗ କରନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣଙ୍କ ଜୀବନରେ କିଛି ବଡ ଘଟଣା ଘଟିବାକୁ ଯାଉଛି । ରାଜନୀତି ସହିତ ଜଡିତ ଲୋକମାନେ ଇଚ୍ଛାକୃତ ସଫଳତା ପାଇବେ । ଏହି ସପ୍ତାହରେ ଆପଣ ଅଯଥା ଟଙ୍କା ଖର୍ଚ୍ଚ କରିପାରନ୍ତି, ଯାହା ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିବ । ବ୍ୟବସାୟରେ ଅଗ୍ରଗତି ହେବ । ଜୀବନସାଥୀଙ୍କ ସମର୍ଥନ ପାଇବେ । ଏହି ସପ୍ତାହରେ, ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ଓ ଅହଂକାରକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ବନ୍ଧୁଙ୍କ ସହିତ ସମ୍ପର୍କ ହାନୀ ହୋଇପାରେ । ପ୍ରେମ ସମ୍ବନ୍ଧରେ ଦୃଢ଼ତା ଆସିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଜୀବନ ସାଥୀଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ଆପଣଙ୍କ ପାଇଁ ସ୍ମରଣୀୟ ହୋଇରହିବ । ବ୍ୟବସାୟ ସହିତ ଜଡିତ କୋର୍ଟ କଚେର ମାମଲାଗୁଡ଼ିକରେ ତୁମର ପକ୍ଷ ମଜବୁତ ରହିବ । ଯଦି ଆପଣ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବାର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ, କେତେକ ସ୍ଥଳରେ ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ବସା ବାନ୍ଧି ରହିବ । ଏହି ସପ୍ତାହରେ ଅନେକ ନୂତନ ସଫଳତା ଆପଣଙ୍କୁ ଅପେକ୍ଷା କରିଛି । ବନ୍ଧୁମାନଙ୍କ ସହିତ କିଛି ବିଷୟକୁ ନେଇ ମତପାର୍ଥକ୍ୟ ଦେଖାଦେଇପାରେ । ଯଦି ଆପଣ ଚାକିରୀ କରୁଛନ୍ତି, ତେବେ ଅଫିସରେ ସହକର୍ମୀ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗରେ କାମଗୁଡିକୁ ତ୍ୱରାନ୍ୱିତ କରିବେ । ଏହା ସଙ୍ଗେ ସଙ୍ଗେ ଆଜି କେତେକ କଠିନ କାର୍ଯ୍ୟଗୁଡ଼ିକୁ ମଧ୍ୟ ସହଜରେ ସମାପ୍ତ କରିପାରିବେ । ଅଯଥା ଯୁକ୍ତିତର୍କ, ବାଦବିବାଦ ଆପଣକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହେବାକୁ ପଡିପାରେ । ଆପଣ ଯେତେ ଅଧିକ ସମୟ ନିଜ ଜୀବନସାଥିଙ୍କ ସହ ସମୟ ଅତିବାହିତ କରିବେ, ପ୍ରେମର ଗଭୀର ସେତେ ଅଧିକ ହେବ । ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ଚାକିରି କରୁଥିବା କର୍ମଜୀବିଙ୍କୁ କର୍ମ ଦାୟିଦ୍ଵ ବୃଦ୍ଧି ପାଇବ । ପେଟ ଯନ୍ତ୍ରଣା ହୋଇପାରେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅର୍ଥକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଜୀବନର କେତେକ କଠିନ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ ଯେଉଁଥି କାରଣରୁ ଆପଣଙ୍କର ନିଜ ଦକ୍ଷତା ଉପରେ ବିଶ୍ୱାସ କରିବାକୁ ମଧ୍ୟ ଭୟ କରିପାରନ୍ତି । ପାରିବାରିକ ଜୀବନରେ ମତଭେଦ ହୋଇପାରେ । ବୁଦ୍ଧିମାନର ସହ କାର୍ଯ୍ୟ କରିବା ଭଲ ହେବ । ଏହା କରିବା ଦ୍ୱାରା ଆପଣଙ୍କ ରାସ୍ତାରେ ଥିବା ଅସୁବିଧାକୁ ଏଡାଇ ପାରିବେ । ନିଜ କ୍ରୋଧକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହରେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କରେ ମଧୁରତା ଆସିବ । ବ୍ୟବସାୟରେ ବାରମ୍ବାର ବିଫଳତା ଯୋଗୁଁ ଆପଣ ବିଚଳିତ ହେବେ । ଅଫିସରେ ବରିଷ୍ଠ କର୍ମଚାରୀ କିମ୍ବା ଉଚ୍ଚଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଚଳିତ ସପ୍ତାହଟି ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ବ୍ୟସ୍ତ ହୁଅନ୍ତୁ ନାହିଁ, ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ସକରାତ୍ମକ ରହିବ । କାର୍ଯ୍ୟ ସହ ଜଡିତ ପ୍ରତିବନ୍ଧକଗୁଡିକ ଆପେ ଆପେ ଦୂର ହୋଇଯିବ, ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । କିନ୍ତୁ ସମୟକୁ ଦୁରୂପୋଯୋଗ କରନ୍ତୁ ନାହିଁ । ପରିବାର ତରଫରୁ ଆପଣଙ୍କୁ ଯଥେଷ୍ଟ ସ୍ନେହାଶ୍ରଦ୍ଧା ମିଳିବ । ନିଜର ଗୋପନୀୟ ତଥ୍ୟକୁ ଅନ୍ୟ କାହାରି ସହିତ ବାଣ୍ଟନ୍ତୁ ନାହିଁ ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକୁ ଭଲ ଭାବରେ ତଦାରଖ କରନ୍ତୁ । ଆପଣ ନିଜ ଜୀବନସାଥୀଙ୍କ ସହିତ ପର୍ଯ୍ୟାପ୍ତ ସମୟ ବିତାଇବାକୁ ସୁଯୋଗ ପାଇବେ ନାହିଁ । ଆର୍ଥିକ ଦୃଷ୍ଟିକୋଣରୁ ଏହି ସପ୍ତାହଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବ୍ୟବସାୟ ଅଗ୍ରଗତି କରିବେ । ଖର୍ଚ୍ଚ ପରିମାଣ ନିୟନ୍ତ୍ରଣ ମଧ୍ୟରେ ରହିବ । ସ୍ୱାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ଏକ ଉତ୍କଟ ସମସ୍ୟା ରୂପେ ଦଣ୍ଡାୟମାନ ହୋଇପାରେ । ଅଯଥା ଚିନ୍ତା କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ସପ୍ତାହଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ରହିବା ବୋଲି ପୂର୍ବାନୁମାନ କରାଯାଇଛି । ଆପଣଙ୍କୁ ଆପଣଙ୍କର ଗୁରୁମାନଙ୍କର ପୂର୍ଣ୍ଣ ସମର୍ଥନ ମିଳିବ । ତୁମେ କେବଳ ପରିଶ୍ରମ କର, ଅଯଥା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । କେତେକ ସମ୍ପର୍କୀୟମାନେ ଆପଣଙ୍କ ସହ ଶତ୍ରୁତା ଆଚରଣ କରିପାରନ୍ତି । ତେଣୁ ନିକଟ ସମ୍ପର୍କୀୟମାନଙ୍କ ଠାରୁ ସତର୍କତାର ସହ ରହିବା ଆପଣଙ୍କ ପାଇଁ ଭଲ ହେବ । ପରିବାରରେ ପ୍ରେମ ବଜାୟ ରଖିବା ନିମନ୍ତେ ଅଧିକାଂଶ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବକୁ ପଡିବ । ଏହି ସପ୍ତାହରେ ପୁରୁଣା ଘନିଷ୍ଠ ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସପ୍ତାହଟି ବହୁତ ଭଲ ରହିବ । ଆପଣ ନିଜ ପ୍ରେମ ସମ୍ପର୍କକୁ ଆପଣାଇବା ପାଇଁ ପରିବାର ଠାରୁ ସମ୍ମତି ପାଇପାରିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କିନ୍ତୁ ଏହି ସପ୍ତାହରେ ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ କହିବକୁ ଗଲେ ଏହି ସପ୍ତାହରେ ଆପଣ ଶାରୀରିକ ଥକ୍କାପଣ ଅନୁଭବ କରିବା ସଙ୍ଗେ ସଙ୍ଗେ ମାନସିକ ଚାପ ମଧ୍ୟ ବୃଦ୍ଧି ପାଇବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଚଳିତ ସପ୍ତାହରେ, ଆପଣ ନିଜକୁ ଜାଗ୍ରତରେ ରହିବାକୁ ପଡିବ । ତୁମେକୌଣସି ବିବାଦ ମଧ୍ୟକୁ ଯିବା ଉଚିତ୍ ନୁହେଁ ଏହା ସଙ୍ଗେ ସଙ୍ଗେ ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରାଇବା ମଧ୍ୟ ଉଚିତ ନୁହେଁ ନଚେତ୍ ଏହାର ସମାଧାନ ପରିବର୍ତ୍ତେ ଆପଣ ନିଜେ ବିବାଦୀୟ ପରିସ୍ଥିତିରେ ଛନ୍ଦି ହୋଇଯାଇପାରନ୍ତି । ଆପଣ ନିଜ କାମ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ବ୍ୟବସାୟ ସହିତ ଜଡିତ ଅଛନ୍ତି, ତେବେ ଆର୍ଥିକ ଲାଭର ସମ୍ଭାବନା ଅଛି । ଏହି ସପ୍ତାହଟିରେ ଟଙ୍କା ପଇସା ନେଣଦେଣ ଠାରୁ ଦୂରେଇ ରହିବା ଆପଣ ପାଇଁ ଭଲ । ବିନା କାରଣରେ କୌଣସି ଦୀର୍ଘସ୍ଥାୟୀ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ପତି ପତ୍ନୀଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଦୂର ହେବ । ଆପଣ ବ୍ୟବସାୟରେ ଅତିରିକ୍ତ ଲାଭ ପାଇବେ । କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ବିଧିବୋଧ ଯୋଜନା ପ୍ରସ୍ତୁତ କରିବେ । ଶାରୀରିକ ସୁସ୍ଥତା ପାଇଁ ବିଶେଷ କରି ଧ୍ୟାନ ଏବଂ ଯୋଗର ଆଶ୍ରୟ ନିଅନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଆପଣଙ୍କ ମନରେ ଜାଗ୍ରତ ହୋଇଥିବା ଧୌର୍ଯ୍ୟ ଓ ଇଚ୍ଚଶକ୍ତି ଆପଣଙ୍କୁ ସଫଳ ହେବା ପାଇଁ ପ୍ରେରଣା ଯୋଗାଇବ । ଅର୍ଥ ନୈତିକ କ୍ଷେତ୍ରରେ ବେଶ୍ ସପ୍ତାହଟି ଲାଭଦାୟକ ହେବ । ନୂତନ ଆୟର ଉତ୍ସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସପ୍ତାହରେ କାର୍ଯ୍ୟରେ ଅନେକ ପ୍ରକାର ପ୍ରତିବନ୍ଧକ ଆପଣଙ୍କ ମନକୁ ବ୍ୟଥିତ କରିବ । ସେହି ପ୍ରତିବନ୍ଧିକ ଓ ସମସ୍ୟାଗୁଡ଼ିକୁ ସମାଧାନ କରିବା ନିମନ୍ତେ ଆପଣଙ୍କୁ ଆପ୍ରାଣ ଉଦ୍ୟମ ଓ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ କୌଣସି ସାମାଜିକ କାର୍ଯ୍ୟରେ ଏକ ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି । କ୍ୟାରିୟର ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟରେ ଉନ୍ନତିର ଦ୍ଵାରା ଉନ୍ମକ୍ତ ହେବ । ଆପଣ ଚଳିତ ସପ୍ତାହରେ ଖୁସିକୁ ବର୍ଜନ କରି ପ୍ରେମ ପଛରେ ଦଉଡି ପାରନ୍ତି । ସ୍ୱାସ୍ଥ୍ୟ ସୁଖରେ ବାଧା ସୃଷ୍ଟି ହେବ । ବ୍ଲଡ଼ ପ୍ରେସର୍ (BP) ଶାରୀରିକ କଷ୍ଟ ଭୋଗିବାକୁ ପଡିବ ।

Leave a Reply

Your email address will not be published. Required fields are marked *