ସାପ୍ତାହିକ ରାଶିଫଳ : ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଦାୟକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ମିଳିବ ମନୋବାଞ୍ଛିତ ଫଳ !

ସାପ୍ତାହିକ ରାଶିଫଳ : ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଦାୟକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ମିଳିବ ମନୋବାଞ୍ଛିତ ଫଳ !

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ପଢି ଭବିଷ୍ୟତରେ ଘଟିବା ପାଇଁ ଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳରେ, ଆପଣ ଜୀବନର ଆଗାମୀ ଏକ ସପ୍ତାହର ଘଟଣା ଗୁଡ଼ିକର ସୂଚନା ପାଇବେ ।

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ, ଅଫିସରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଘରେ ଶାନ୍ତିଶିଷ୍ଟ ପରିବେଶ ରହିବ । ଅର୍ଥ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଯଥାସମ୍ଭବ ଏହି ସପ୍ତାହରେ ଟଙ୍କା ସମ୍ବନ୍ଧୀୟ ନେଣଦେଣ କରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହ ଭୁଲ ବୁଝାମଣା ଅନ୍ତିଶାର କାରଣ ହୋଇପାରେ । ସମାଜର ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ରୋଗ ଉପଚାର ନିମନ୍ତେ ଅର୍ଥ ବ୍ୟୟର ସୂଚନା ରହିଛି । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ଏହି ସପ୍ତାହରେ ଜୀବନ ସାଥିଙ୍କ ସମ୍ବନ୍ଧ ଭଲ ରହିବ । ଆପଣଙ୍କ ପ୍ରତିଟି କାର୍ଯ୍ୟରେ ଜୀବନ ସହସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଛାତ୍ରଛାତ୍ରୀଙ୍କ ଏହି ସପ୍ତାହଟି ନକରାତ୍ମକ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଗୋଡରେ ଆଘାତ ଲାଗିପାରେ ଓ ସାମୟିକ ଜ୍ଵରରେ ପୀଡିତ ହୋଇପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏ ସପ୍ତାହରେ ଆର୍ଥିକକ୍ଷେତ୍ରରେ ସୁଧାର ଆସିବା ସଙ୍ଗେ ସଙ୍ଗେ ଚିନ୍ତା ମଧ୍ୟ ଦୂର ହେବ । ସିନେମା, ଫ୍ୟାଶନ୍ ଇତ୍ୟାଦି ସହିତ ଜଡିତ ଲୋକମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ବ୍ୟବସାୟୀମାନଙ୍କ ବଡ ଧାରଣ ସଉଦା କରିବେ । କାରବାରର ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରଖିବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ଭଲ । ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପ୍ରାୟତଃ ଅଧିକାଂଶ କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି କରିଥିବା ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳତା ପାଇବେ । କିଛି ନୂତନ ଜିନିଷ ଶିଖିବା ଓ ବୁଝିବାର ସୁଯୋଗ ମିଳିବ ଏବଂ ନୂତନ ଅଭିଜ୍ଞତା ମଧ୍ୟ ମିଳିପାରେ । ଆପଣ ନିଜ ପରିବାର ସହିତ ନିକଟସ୍ଥ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିପାରିବେ । ଏକତରଫା ପ୍ରେମରେ ନିରାଶ ହେବେ । ଯକୃତ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଖାଦ୍ୟପେୟ ପ୍ରତି ବିବେଶ ଧ୍ୟାନ ଦିଅନ୍ତୁ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଭବିଷ୍ୟତ ବିଷୟରେ ନିରନ୍ତର ଚିନ୍ତା କରି ମନ ଅଶାନ୍ତ ରହିବ । ପାରିବାରିକ ଜୀବନ ସୁସଂଗତ ହେବ ଏବଂ ପିଲାମାନେ ନିଜ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଟଙ୍କା ରୋଜଗାର ପାଇଁ ତତ୍ପରତା ପ୍ରକାଶ କରିବେ । ଏହି ସପ୍ତାହରେ ବ୍ୟବସାୟରେ ଆୟ ବ୍ୟୟର ତାଳ ରହିବ ନାହିଁ । କିନ୍ତୁ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଚାରିକିରେ ପଦୋନ୍ନତିର ଯୋଗ ରହିଛି । ବନ୍ଧୁମାନେ ଆପଣଙ୍କ ମନର ଚାପ କମାଇବାରେ ସାହାଯ୍ୟ ସହଯୋଗ କରିବେ । ଶିକ୍ଷୟତ୍ରୀ, ଲେଖିକା ଓ ଲେଖକ, ସମାଜ ସେବକ ଓ ରାଜନୀତିରେ ଅଂଶୀଦାର ଥିବା ବ୍ୟକ୍ତିମାନେ ସମାଜରେ ସ୍ଵନାମ ଅର୍ଜନ କରିପାରିବେ । କିଛି ଲୋକ ଆପଣଙ୍କଠାରୁ ଅଧିକ ଆଶା ରଖିପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ଶତ୍ରୁମାନେ ଆପଣଙ୍କ କେତେକ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ଅବିବାହିତ ଲୋକମାନେ ନିଜର ଜୀବନ ସାଥୀ ଖୋଜି ପାଇପାରିବେ । ବୈବାହିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହେବ । ଅନିୟମିତତା ଖାଦ୍ୟପେୟ ସ୍ୱାସ୍ଥ୍ୟ ନିମନ୍ତେ ସମସ୍ୟା ସୃଷ୍ଟି କରିପାରେ । ପୁରାତନ ରୋଗପୀଡାର ପାଦୁର୍ଭାବ ବଢିପାରେ, ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏକ ବଡ କାର୍ଯ୍ୟର ସଫଳତା ଫଳରେ ଆପଣ ଏହି ସପ୍ତାହରେ ଅପାର ସୁଖ ଅନୁଭବ କରିବେ । ଆପଣଙ୍କ ସକରାତ୍ମକ ଚିନ୍ତାଧାରା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ । ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରହିବେ । ବ୍ୟବସାୟକିଛିରେ ସ୍ଥିତି ଭଲ ରହିବ, ଆଶାତୀତ ସଫଳତା ପାଇବେ । ଚାକିରିକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ମୂଲ୍ୟବାନ ଜିନିଷ କିଣିବାକୁ ଇଚ୍ଛା କରିବେ । ବେରୋଜଗାର ବ୍ୟକ୍ତିଙ୍କୁ ଭଲ ଚାକିରିଟିଏ ମିଳିବାର ସୂଚନା ରହିଛି । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ଦଳର ବରିଷ୍ଠ ବ୍ୟକ୍ତିଙ୍କ ପ୍ରିୟପାତ୍ର ହେବେ । ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ । ଏକାକୀ କିଛି ସମୟ ବିତାନ୍ତୁ ଏବଂ ନିଜର ଲକ୍ଷ୍ୟ ବିଷୟରେ ଚିନ୍ତା କରନ୍ତୁ । ଏହି ସପ୍ତାହରେ, ଯୁବକ/ଯୁବତୀମାନେ ପ୍ରେମ କରୁଥିବା ବ୍ୟକ୍ତିଙ୍କ ନିକଟରେ ନିଜ ପ୍ରେମ ଅଭିବ୍ୟକ୍ତ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ମଧ୍ୟାହ୍ନ ପରେ ଆକସ୍ମିକ ପେଟ ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ମନର ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ । ନିଜର କ୍ଷମତା ଓ ଦକ୍ଷତା ଏବଂ ଜ୍ଞାନ ବଳରେ ଜଟିଳରୁ ଜଟିଳ ସମସ୍ୟାକୁ ମଧ୍ୟ ସମାଧାନ କରିବେରେ ସମର୍ଥ ହେବେ । ଦୀର୍ଘ ଦିନ ଧରି ଅଫିସରେ ଜଡିତ ଥିବା ଏକ ସମସ୍ୟାର ସମାଧାନ କରି, ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହେବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚାଲିଚଳନ, ବ୍ୟବହାରରେ ସନ୍ତୁଷ୍ଠ ରହିବେ ନାହିଁ । ଏହି ସପ୍ତାହରେ ଜମିଜମା କିମ୍ବା ଶେୟାର ବଜାରରେ ପୁଞ୍ଜି ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ମୁନଫା ପାଇବେ । ଆଇନ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ । ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କ ଦୃଢ ରହିବ । କିଛି ବ୍ୟକ୍ତିଙ୍କ ନୂତନ ପ୍ରେମ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପେଟରେ ଗ୍ୟାସ କିମ୍ବା ଅମ୍ଳତା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ, ଆପଣଙ୍କ ଦୃଢ ମନୋବଳ ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପ୍ରଦାନ କରିବ । ସପ୍ତାହର ପ୍ରାରମ୍ଭରେ ସାମାନ୍ୟ ଘରୋଇ ମାମଲା ଦେଖାଦେବ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସମାଧାନ ହୋଇଯିବ ସଙ୍ଗେ ସଙ୍ଗେ ଘରେ ପୁନର୍ବାର ହସଖୁସିର ବାତାବରଣ ରହିବ । ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ମାଙ୍ଗଳିକ କାର୍ଯ୍ୟର ଦିନ (ତାରିଖ) ଧାର୍ଯ୍ୟ କରିବେ । ଅଧିକ ଖର୍ଚ୍ଚ ଆପଣଙ୍କ ବଜେଟକୁ ଖରାପ କରିପାରେ । ଦୂରରେ ଥିବା ବନ୍ଧୁଙ୍କ ଠାରୁ କୌଣସି ସୁସମାଚାର ଶୁଣିବା ପରେ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । ଅଫିସ୍ ଏବଂ ପରିବାରର ସାଂପ୍ରତିକ କାର୍ଯ୍ୟକଳାପରେ ଆପଣ ବେଶ୍ ଖୁସି ଅନୁଭବ କରିବେ । ଅସହାୟ ଲୋକଙ୍କୁ ପୋଷାକ ଦାନ କର, ତୁମର ସମସ୍ତ ଇଚ୍ଛା ପୂରଣ ହେବ । ବ୍ୟବସାୟରେ ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଶିକ୍ଷା ଏକାଡେମିକ୍ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଅକ୍ଲାନ୍ତ ପରିଶ୍ରମ କରିବେ ଓ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଜୀବନ ସାଥିଙ୍କ ସହ ସମୟ ବିତାଇବେ । କିନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସପ୍ତାହ ପ୍ରାରମ୍ଭରେ ଆପଣ ଅଧିକ ସତର୍କ ଏବଂ ଯତ୍ନବାନ ହେବା ଆବଶ୍ୟକ । ଧାର୍ମିକ ଯାତ୍ରା କରିବା ନିମନ୍ତେ ମନସ୍ଥ କରିପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ପାରିବାରିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ ଆପଣ ସମାଜ ନୂତନ ବନ୍ଧୁତ୍ଵ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଉତ୍ଥାନପତ୍ତନ ଲାଗିରହିବ । ଅଫିସରେ ଆକସ୍ମିକ ଭାବେ ଉଚ୍ଚାଧିକାରୀଙ୍କ ସହ ମାନମାଳିନ୍ୟ ହୋଇ, ଆପଣ ନିଜ ସ୍ୱାଇଚ୍ଛାରେ କାମ ଛାଡିବା ପାଇଁ ମନସ୍ଥ କରିବେ । ଯାହାଫଳରେ ଆର୍ଥକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ମନ୍ଦିରରେ ଗୋ-ଖାଦ୍ୟ ଦାନ କରନ୍ତୁ, ସମୟ ଓ ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ଥ ହୋଇପାରେ । ଜୀବନରେ ପ୍ରେମ କିମ୍ବା ରୋମାନ୍ସର ଅଭାବ ଅନୁଭବ କରିବେ । ଏକାକୀ ଦିନ ବିତାଇବେ । ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମର ଉପଯୁକ୍ତ ପରିମାଣ ମିଳିବ କଷ୍ଟକର ହେବ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଛାତ୍ରଛାତ୍ରୀମାନେ ଏହି ସପ୍ତାହରେ ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । କିଛି ଲୋକ ଆପଣଙ୍କୁ ଉପଯୁକ୍ତ ଉପଦେଶ ଦେଇପାରନ୍ତି । ନୂତନ ଲୋକଙ୍କ ସହ ସମ୍ପର୍କ ସୃଷ୍ଟି କରିବା ଫଳରେ ଆପଣ ସେମାନଙ୍କ ଠାରୁ ଲାଭଜନକ ହୋଇପାରନ୍ତି । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଦେଖାଦେଇପାରେ । ବକେୟା ଅର୍ଥ ଆଦାୟକୁ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ମନେ ରଖନ୍ତୁ, ନିଜର ବ୍ୟକ୍ତିଗତ କଥା ତଥା ନିଜ ଜୀବନର ସମସ୍ୟା ଅନ୍ୟକୁ ଜାଣନ୍ତୁ ନାହିଁ । ସମୟ ମଧ୍ୟ ସାମାନ୍ୟ ବିପରୀତ ହୋଇପାରେ । ଏହି ସପ୍ତାହଟି ପରିବାରରେ ଅଶାନ୍ତି ବାତାବରଣ ରହିବ । ତେଣୁ ଆପଣ ଘରର ସଦସ୍ୟମାନଙ୍କ ଇଚ୍ଛା ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହଟି, ଯୁଗଳ ପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ । ହଠାତ୍ ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ, ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିବା ପଡିପାରେ । ଅର୍ଥ ବିନିଯୋଗ କ୍ଷେତ୍ରରେ ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ କିଛି ନୂତନ ପରାମର୍ଶ ପାଇବେ । ଆପଣ ସନ୍ତାନଙ୍କ ଠାରୁ ବହୁତ ଭଲ ଖବର ଶୁଣିବାକୁ ପାଇବେ । ଏହି ସପ୍ତାହରେ, ଅତୀତର କୌଣସି ବିଷୟକୁ ତର୍ଜମା କରି ଆପଣ ଅଧିକ ଚିନ୍ତିତ ହୋଇପାରନ୍ତି । ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଅନ୍ୟମାନଙ୍କ ସହ ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ ଓ ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ । ତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ । ନେଣଦେଣ ସମ୍ବନ୍ଧୀୟ କାର୍ଯ୍ୟରେ ସାବଧାନ ରୁହନ୍ତୁ । ନିଜ ସହଯୋଗୀ ବ୍ୟବସାୟୀଙ୍କ ସହିତ ସଂଘର୍ଷ ସ୍ଥିତି ଉତ୍ପନ୍ନ ହୋଇପାରେ । ଆପଣଙ୍କ ବ୍ୟବସାୟରେ ବିସ୍ତାର କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ଏବଂ ସାମାନ୍ୟ ପ୍ରଗତି କରିବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କର ସଂସ୍ପର୍ଶରେ ଆସିବା ଦ୍ୱାରା ବଦନାମ ହୋଇପାରନ୍ତି । କୌଣସି ବିପଦପୂର୍ଣ୍ଣ କାର୍ଯ୍ୟକୁ ସାହସର ଓ ଧୌର୍ଯ୍ୟର ସହିତ କରିବେ ଏବଂ ସେଥିରୁ ଉପକୃତ ହେବ । ଚାକିରି କରୁଥିବା କର୍ମଜୀବିଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଆପଣ ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ । ସମାଜରେ ମାନସମ୍ମାନ ବୃଦ୍ଧି କାରଣରୁ ବରିଷ୍ଠ ଓ ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ଵ ସ୍ଥାପନ କରିବେ । ଅପଣ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ଅତି ସହଜରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ବେଶ୍ ଉନ୍ନତି କରିବେ । ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଯଦି କୌଣସି କ୍ଷେତ୍ରରେ ତରବରିଆ ହୋଇ ଆର୍ଥିକ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ଆପଙ୍କର ଚାକିରିରେ ଉନ୍ନତି ହେବାର ସମ୍ଭାବନା ରହିଛି ଏହା ସଙ୍ଗେ ସଙ୍ଗେ ଅଫିସରେ ଦାୟିତ୍ଵ ମଧ୍ୟ ବୃଦ୍ଧି ପାଇବାର ସୂଚନା ରହିଛି । ଦାମ୍ପତ୍ୟ ଜୀବନ ମଧୁରମୟ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଶାରୀରିକ ଓ ମାନସିକ ସ୍ତରରେ ଆପଣ ସୁସ୍ଥ ରହିବେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହ କିଛି ନୂଆ ଜିନିଷ ଶିଖାବକୁ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭଦାୟକ ରହିବ ଏବଂ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି କରିବେ । କିନ୍ତୁ ଅଯଥା ଚିନ୍ତା କରି ଅନ୍ୟମନସ୍କ ରହିବେ, ଯାହାଫଳରେ ଅନ୍ୟମାନଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ତେଣୁ ବ୍ୟର୍ଥ ଚିନ୍ତାରୁ ବଞ୍ଚିବା ପାଇଁ ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ନିଜ କାର୍ଯ୍ୟ ସ୍ଥଳରେ ମଧୁର ବାଣୀର ପ୍ରୟୋଗ କରନ୍ତୁ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଯଦି ଆପଣ ସାହସ ସହିତ କାମ କରିବେ, ତେବେ ଆପଣ ସବୁ ପ୍ରକାରର ଅସୁବିଧାକୁ ସହଜରେ ସାମ୍ନା କରିବାର ସମର୍ଥ ହୋଇପାରିବେ । ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଘରର ବୟୋଜ୍ୟେଷ୍ଟମାନଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତ୍ତନ ଲାଗିରହିଲେ ମଧ୍ୟ ଜୀବନସାଥୀ ସହିତ ପୂର୍ଣ୍ଣ ସହଯୋଗ ପାଇବେ । ଧାଁ ଦୌଡ ଏବଂ ପରିଶ୍ରମ ଯୋଗୁଁ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଟିକିଏ ଖରାପ ରହିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ, ଆପଣଙ୍କୁ ମନୋବାଞ୍ଛି ଫଳ ମିଳିବ ଯୋଗୁଁ ଆପଣ ଅତ୍ୟନ୍ତ ଖୁସି ଅନୁଭବ କରିବେ । ସମାଜରେ ଆପଣଙ୍କ ମାନସମ୍ମନ ବୃଦ୍ଧି ପାଇବ । କୌଣସି ପ୍ରକାରର ପ୍ରତିଜ୍ଞା ବା ପ୍ରତିଶ୍ରୁତି କରିବା ପୂର୍ବରୁ ଥରଟିଏ ଭଲ ଭାବରେ ଚିନ୍ତା କରନ୍ତୁ, ସେହି ପ୍ରତିଶ୍ରୁତି ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବା ନା ନାହିଁ । ଯଦି କୌଣସି କାର୍ଯ୍ୟ ସମାପ୍ତ ନ ହୁଏ ତେବେ ଧୌର୍ଯ୍ୟହରା ହୁଅନ୍ତୁ ନାହିଁ । ଚାକିରୀ କରୁଥିବା ବ୍ୟକ୍ତିମାନେ ସହକର୍ମୀ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗରେ କାମଗୁଡିକୁ ତ୍ୱରାନ୍ୱିତ କରିବେ । ସମୟର ପାଇଁ ଅପେକ୍ଷା କରନ୍ତୁ । ଆର୍ଥିକ କ୍ଷେତ୍ରରୁ ଭଲ ଥିଲେ ମଧ୍ୟ ସପ୍ତାହର ଅନ୍ତରେ ଆର୍ଥିକ ଜନିତ କେତେକ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିବ । କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଖାଦ୍ୟପେୟର ଅବହେଳା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

Be the first to comment

Leave a Reply

Your email address will not be published.


*