1 ଜୁଲାଇ 2020, ବୁଧବାର – ମାସର ପ୍ରଥମ ଦିନରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା । ଆର୍ଥିକ ସ୍ଵଚ୍ଛଳତା

1 ଜୁଲାଇ 2020, ବୁଧବାର – ମାସର ପ୍ରଥମ ଦିନରେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା । ଆର୍ଥିକ ସ୍ଵଚ୍ଛଳତା ଭଲ ରହିବ । ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କ ମଜବୁତ ହେବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ । ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । ବ୍ୟବସାୟରୁ ଅଧିକ ଲାଭ ପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରିବେ । ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସରେ ଉଚ୍ଚଧିକାରୀ ସହ ସହକର୍ମଚାରୀମାନେ ପ୍ରଭାବିତ ହେବେ । ଦୀର୍ଘଦିନରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । କାର୍ଯ୍ୟରେ ସଫଳ ହେବେ । ସୁଖ ସମ୍ମାନ ମିଳିବ । ଦେହ ଓ ମନ ଭଲ ରହିବ । ଭବିଷ୍ୟତର ମାଙ୍ଗଳିକ କାର୍ଯ୍ୟ ପାଇଁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଶୁକ୍ରଙ୍କ ରାଶ୍ୟାବସ୍ଥାନରୁ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନୋରଞ୍ଜନର ମଉକା ପାଇବେ । ବ୍ୟବସାୟର ବିକାଶ ଉପରେ ଅଧିକ ଧ୍ୟାନ ଦେବେ । ସ୍ଵାସ୍ଥ୍ୟ ଭଲ ରହିବା ସହ ବ୍ୟବସାୟରେ ଉନ୍ନତି କରିବେ । ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଯେଉଁ କାମରେ ହାତ ଦେବେ, ସେଥିରେ ଅବଶ୍ୟ ସଫଳତା ପାଇବେ । ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ପିଲାମାନେ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜି ସାମାଜରେ ମାନ-ସମ୍ମାନ ମିଳିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗୁଁ ମନ ବିଚଳିତ ହୋଇପାରେ । ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ପ୍ରଭୁଙ୍କୁ ଆରାଧନା କରନ୍ତୁ ମନକୁ ଶାନ୍ତି ମିଳିବ । ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତିରୁ ମନ ଚାହୁଁଥିବା କାମଟି କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଦୃଢ ମନୋବଳ ନେଇ କୌଣସି କଥାକୁ ଖାତିର ନ କରି ଆଗକୁ ମାଡି ଚାଲିବେ । ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ବନ୍ଧୁମାନେ ସମାଲୋଚନା କରିପାରନ୍ତି । କାର୍ଯ୍ୟବ୍ୟସ୍ତତାଜନିତ ଟେନ୍ସନ ଲାଗି ରହିବ । ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବାକ୍-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ସୁଖସମ୍ଭାର ନେଇ ଆସିବା । ଆଜି ନିଜ ବନ୍ଧୁ ଓ ପରିଜନଙ୍କ ଠାରୁ ଉପହାର ମିଳିପାରେ । ପ୍ରତିଟି କାର୍ଯ୍ୟରେ ସକାରତ୍ମକ ଫଳ ପାଇବେ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ପାରିବାରିକ ଜୀବନ ସୁଖ ଓ ଆନନ୍ଦରେ ଅତିବାହିତ ହେବ । କିନ୍ତୁ ରବି ସହ ରାହୁଙ୍କ ସଂଯୋଗ ଯୋଗୁଁ ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଅଷ୍ଟମସ୍ଥ ସ୍ଵଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତିତ ରହପାରନ୍ତି । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟରେ ସମସ୍ୟା ପ୍ରତିବନ୍ଧକ ଦେଖାଦେଇପାରେ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । କର୍ମାଧିପ ରାଶିସ୍ଥ ଯୋଗୁଁ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ପୂର୍ବ ଦିନ ଅପେକ୍ଷା ଆଜିର ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିବ । ମଙ୍ଗଳ ସ୍ଥିତି ପ୍ରଭାବରେ ଆଲୋଚନା କ୍ଷେତ୍ରରେ ଭାବିଚିନ୍ତି ତଥା ପ୍ରତ୍ୟେକ ଦିଗକୁ ବିଚାର କରି କାମ କରିବା ଭଲ ହେବ । ଆପଣଙ୍କର ମଧୁର ବ୍ୟବହାର ଯୋଗୁଁ ଅଜଣା ବ୍ୟକ୍ତି ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । ଅଫିସର ଶାନ୍ତଶିଷ୍ଟ ପରିବେଶ ମନକୁ ଆଶ୍ଵସ୍ତି ପ୍ରଦାନ କରିବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ଆର୍ଥିକ ଚିନ୍ତା ଦୂର ହେବ । ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ । ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଚିତ୍ତପ୍ରସନ୍ନ ରହିବ ଏବଂ ସର୍ବକାର୍ଯ୍ୟ ସିଦ୍ଧି ହେବ । ଦ୍ୱାଦଶସ୍ଥ ଗ୍ରହ ଯୋଗୁଁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡିବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ତଥାପି ବ୍ୟବସାୟର ବୃଦ୍ଧି ଯୋଗ ରହିଛି । ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ ଅସୁବିଧା ଓ ସମସ୍ୟାକୁ ଉପଲବ୍ଧ କରିପାରିବେ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ସମୟ କଟାଇବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ କିନ୍ତୁ ମଙ୍ଗଳ ତୃତୀୟସ୍ଥ ଯୋଗୁଁ ଭ୍ରାତୃ ସମ୍ପର୍କ ଭଲ ରହିନପାରେ ତଥାପି ମାନସିକ ବିକ୍ଷିପ୍ତତା ମଧ୍ୟରେ ଅଭିଳଷିତ କାର୍ଯ୍ୟରେ ସିଦ୍ଧି ଲାଭ କରାଇବେ । ନୂଆ ପ୍ରସ୍ତାବର ରୂପରେଖା ଦେବେ ଯାହା ଭବିଷ୍ୟତରେ ଶୁଭଫଳ ଦେବ । ତଥାପି ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଆର୍ଥିକ ପରିସ୍ଥିତି ପୂର୍ବ ଭଳି ରହିବ । ଚାକିରୀରେ ଅଫିସର୍ ଓ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟ ଦେଖି ପ୍ରଶଂସା କରିବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆଜି ଆପଣ କୌଣସି ସାମାଜିକ ସମସ୍ୟାରେ ଛନ୍ଦି ହୋଇପାରନ୍ତି, ସତର୍କତାର ସହ କାର୍ଯ୍ୟ ସମ୍ପାଦନ କରନ୍ତୁ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ । ସାଙ୍ଗସାଥୀଙ୍କ ସହଯୋଗରୁ ବିବଦମାନ ସ୍ଥିତିରୁ ସହସା ମୁକ୍ତି । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ଘରୋଇ କମ୍ପାନୀରେ ଚାକିରୀ କରୁଥିବା କର୍ମଚାରୀଙ୍କୁ ଉଚ୍ଚାଧିକାରୀଙ୍କ ତରଫରୁ ପ୍ରସଂଶା ମିଳିବ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ । ପରିବାରରେ ମାନ ମନାନ୍ତର ଦୂର ହେବ । ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ସମାଲୋଚିତ ହେବାକୁ ପଡିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ତରବରିଆ ହୋଇ କୌଣସି କାର୍ଯ୍ୟ ନ କରି ସବୁଆଡ଼କୁ ନଜର ଦେଇ କାମ କରିବା ଉଚିତ୍ । ଚତୁର୍ଥସ୍ଥ ପାପଗ୍ରହ ଯୋଗୁଁ ପରିବାରର ଖର୍ଚ୍ଚ ଭାର କ୍ରମଶଃ ବଢି ବଢି ଯିବା କାରଣରୁ ମନରେ ସରସତା ରହିବ ନାହିଁ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରିବ । ଅପେକ୍ଷା କରିଥିବା କାର୍ଯ୍ୟଟି ପୂରଣ କରିବା କଷ୍ଟ କର ହେବ । ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ବାକ୍-ଚତୁରୀ କଥାକହି କାର୍ଯ୍ୟ ହାସଲ କରିବେ । ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *