16 ଫେବୃୟାରୀ 2020, ରବିବାର- ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ସୂର୍ଯ୍ୟଦେବଙ୍କ କୃପା । କର୍ମକ୍ଷେତ୍ରରେ କରିବେ ଉନ୍ନତି ଏବଂ

16 ଫେବୃୟାରୀ 2020, ରବିବାର- ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ସୂର୍ଯ୍ୟଦେବଙ୍କ କୃପା । କର୍ମକ୍ଷେତ୍ରରେ କରିବେ ଉନ୍ନତି ଏବଂ ଭାଗ୍ୟରେ ଆସିବ ପରିବର୍ତ୍ତନ ।

ବ୍ୟକ୍ତିର ଜୀବନରେ ରାଶିଫଳର ମହତ୍ତ୍ୱ ରହିଛି, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ । ରାଶିରେ କେତୁ ଯୁକ୍ତ କାରଣରୁ ସାଧାରଣ କଥାରେ ବେଶି ବିବ୍ରତ ହେବା ନିଜ ପାଇଁ କ୍ଷତିର କାରଣ ହୋଇପାରେ । ଶନି ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବିଭିନ୍ନ ପ୍ରକାର ପରିସ୍ଥିତିର ମୁକାବିଲା କରିବା‌ରେ ସକ୍ଷମ ହେବେ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ଜୀବନସାଥୀଙ୍କ ସହଯୋଗ ପାଇ ମନବଳ ଦୃଢ ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନରେ ନକରାତ୍ମକ ଚିନ୍ତାଧାରା ଯୋଗୁଁ ବନ୍ଧୁ ଓ ପରିବାର ମଧ୍ୟରେ ସମସ୍ୟା ଉପୁଜିପରେ । ଅଷ୍ଟମସ୍ଥ ଗ୍ରହ ଯୋଗୁ ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗିରହିବ । ଖଳ ଲୋକମାନଙ୍କ ପ୍ରରୋଚନାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିପାରେ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ । ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ । ଆକସ୍ମିକ ଦୁର୍ଘଟଣା ହେବାର ସମାଧାନ ରହିଛି, ସାବଧାନତା ଅବଲମ୍ବନ କରନ୍ତୁ । ପରୋକ୍ଷ ଶତ୍ରୁତା, ଶାରୀରିକ ଅସୁସ୍ଥତା, ପୁରାତନ ରୋଗର ପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥନୈତିକ ପ୍ରଗତିର ଶୀର୍ଷକୁ ସ୍ପର୍ଶ କରିପାରିବେ । ଆର୍ଥିକ ଲାଭ ପାଇଁ ଭଲ ଅବସର ପ୍ରାପ୍ତ ହେବ । ଅଫିସରେ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରିରେ ସିଦ୍ଧି ଏବଂ ସଫଳତା ମିଳିବ । ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ । ସଭାସମିତିରେ ପ୍ରଶଂସା ହେବେ ଏବଂ ମନୋରନଞ୍ଜରେ ଲିପ୍ତ ରହିପାରନ୍ତି । ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା ଆଶଙ୍କା ରହିଛି । ବନ୍ଧୁଙ୍କ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ଵର ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ । କର୍ମଭାବସ୍ଥ ଚନ୍ଦ୍ର ପ୍ରଭାବରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ଆଜିର ଯାତ୍ରା, ଶୁଭକାର୍ଯ୍ୟାରମ୍ଭ, ସତ୍‌ଚିନ୍ତା ଓ ଶୁଦ୍ଧଭାବନା ମନରେ ଭାବାନ୍ତର ସୃଷ୍ଟି କରିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା । ଅଫିସରେ ସହକର୍ମୀଙ୍କ ସହଯୋଗରେ ପ୍ରତିଟି କାର୍ଯ୍ୟ ସହଜରେ ସମ୍ପର୍ଣ୍ଣ ହୋଇପାରିବ । ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟସାଧ୍ୟ ହୋଇପାରେ । ଆଇନ, ଅଦାଲତ, ଲୋକସମ୍ପର୍କ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ । ଜୀବନସାଥୀଙ୍କ ଠାରୁ ଉପହାର ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ମାଧ୍ୟମ ଫଳପ୍ରଦାୟକ ରହିବ । ରାଶି ପ୍ରତି ରବି ଓ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଯୋଗୁ ଶାରୀରିକ ସୁସ୍ଥତା, ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା, ଅର୍ଥଲାଭ ସହ କାର୍ଯ୍ୟ ସିଦ୍ଧି ଅବଶ୍ୟମ୍ଭାବି । ବ୍ୟବସାୟରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଆପଣଙ୍କ ଯୁକ୍ତିନିଷ୍ଠ ବିଚାରଧାରା ଓ ଶୃଙ୍ଖଳିତ କାର୍ଯ୍ୟ ପଦ୍ଧତି ସମସ୍ୟା ସମାଧାନରେ ସହାୟକ ହେବ । ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଋଣ ପରିଶୋଧ କରିବାରେ ପଛେଇ ଯିବାକୁ ପଡ଼ିବ । ପ୍ରିୟଜନଙ୍କ ଅନୁପସ୍ଥିତି ମନରେ ଗଭୀର ଦୁଃଖ ଦେଇପାରେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ପାଖ, ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ ପାଇଁ ଆଗଭର ହୋଇପାରନ୍ତି । କଚେରି ମାମଲା କିମ୍ବା ଜମିଜମା କ୍ଷେତ୍ରରେ ମାନସିକ ଅବସାଦ କାରଣରୁ ମନରେ ସରସତା ରହିବା ନାହିଁ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ । ଚତୁର୍ଥ କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରେ ଦିନଟି ଅତ୍ୟନ୍ତ ଭଲ ରହିବ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ । କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଫଳରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ପ୍ରଶଂସିତ ମଧ୍ୟ ହେବେ । ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସହକର୍ମୀ କିମ୍ବା ଆତ୍ମୀୟମାନେ ଶତ୍ରୁ ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସାଙ୍ଗକୁ ଅର୍ଥସଂକଟର ସମାଧାନ କରିବାରେ ସଫଳ ହେବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଉଚିତ ନୁହେଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । ରାଶିସ୍ଥ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କ୍ଷେତ୍ରରୁ ଯାହା ପାଉଛନ୍ତି ସେତିକିରେ ସନ୍ତୁଷ୍ଟ ରହିବା ଭଲ, ଅନ୍ୟଥା ବେଶି ଆଶାକରି କିଛି ପାଇବେନାହିଁ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ । କଳା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହ ବଢିବ । ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଦିଗରୁ ମଧ୍ୟମ ଫଳ ପ୍ରାପ୍ତି କିନ୍ତୁ ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନତି ଆପଣଙ୍କ ପାଇଁ ଖଟାମିଠା ରହିବ । ମୁଖଭାବସ୍ଥ ପାପଗ୍ରହ ଯୋଗୁ ସାଧାରଣ କଥାରେ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ତଥାପି ଅନୁରାଧା ନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିପାରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି ସଫଳତା ହାସଲ କରିପାରନ୍ତି । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ଅନୁପସ୍ଥିତିରୁ କର୍ମପ୍ରବାହ ବିଳମ୍ବିତ ହୋଇପାରେ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । କୋର୍ଟକଚେରୀ ମାଲିମକଦ୍ଦମାରେ ଶୁଭ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆଜି ଆପଣଙ୍କ ମନ ଶାନ୍ତ ରହିବ । ରାଶିରେ ଏକାଧିକ ଗ୍ରହ ଯୋଗୁ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆଲୋଚନାରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହେବାର ବହୁତ ସମ୍ଭାବନା ରହିଛି । ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ତେଣୁ ଅନ୍ୟର କଥାକୁ ବିଶ୍ଵାସ କରି କାମ କଲେ ଅପଦସ୍ତ ହେବାକୁ ପଡିପାରେ । ସ୍ଵାସ୍ଥ୍ୟର ପୂରା ଧ୍ୟାନ ରଖନ୍ତୁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । ଅନୁକୂଳ ଗ୍ରହ ପ୍ରଭାବରୁ ଯେମିତି ଯାହା ଚାହିଁବେ ସବୁଥିରେ ସଫଳତା ହାସଲ କରି ଖୁସୀ ହେବେ । ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ସଭାସମିତିରେ ଅପ୍ରିୟ ସତ୍ୟକଥା କହି ବିବାଦ ଘେରରେ ପଡ଼ିପାରନ୍ତି । ସାହିତ୍ୟ,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ପ୍ରତିବନ୍ଧକ ହେତୁ ନୂତନ କର୍ମାରମ୍ଭ କିମ୍ବା ଯାତ୍ରା ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସମସ୍ୟା ଗ୍ରସ୍ତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ମହିଳାମାନଙ୍କର ଚାକିରୀକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ । କିଛି ଲୋକଙ୍କ ସହଯୋଗରେ କାମ ପୂରା ହେବ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ବ୍ୟବସାୟର ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ଫଳରେ ଆଲୋଚନା ଅମୀମାଂସିତ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ, ରାଜନୈତିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ । କର୍ମକ୍ଷେତ୍ରରେ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସଭାସମିତିରେ ପ୍ରଶଂସିତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତ ପ୍ରକଟ କରି ପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସଂଯମର ଅଭାବ ରହିବ । ଯାତ୍ରାରେ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

Be the first to comment

Leave a Reply

Your email address will not be published.


*