16 ଅଗଷ୍ଟ 2020, ରବିବାରର ରାଶିଫଳ ! ଜାଣନ୍ତୁ ଆଜିର ଦିନଟି କିପରି କାଟିବା ।

ଗ୍ରହ ନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଯେପରି କି ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦନ କରିବ । ରାହୁଗ୍ରସ୍ତ ଚନ୍ଦ୍ରଙ୍କ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ୍ବ, ଏହା ସଙ୍ଗେ ସଙ୍ଗେ କେତେକ କ୍ଷେତ୍ରରେ ନିରାଶା ମଧ୍ୟ ହେବାକୁ ପଡିବ । ବ୍ୟବସାୟରେ ବଡ ସଉଦା କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଆଜି ଆପଣ କାର୍ଯ୍ୟ ଦକ୍ଷତାରେ ପ୍ରଭାବଶାଳୀ ରହିବେ । ଅଫିସରେ ନିଜ କାମକୁ ଯତ୍ନର ସହିତ କରିବାକୁ ଇଚ୍ଛା ପ୍ରକାଶ କରିବେ କିନ୍ତୁ କ୍ରୋଧ ହେତୁ, କାହା ସହିତ ମତନ୍ତାର ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଆପଣଙ୍କ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରେ । ଅବହେଳା କାରଣରୁ ପୁରାତନ ରୋଗପୀଡ଼ା ମାନସିକ ସୁସ୍ଥତା ଭଙ୍ଗ କରିପାରେ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନକୁ ଶାନ୍ତି ରଖି କାର୍ଯ୍ୟ କରନ୍ତୁ । କର୍ମାଧିପ ଭାଗ୍ୟ ସ୍ଥାନରେ ଥିବା ଯୋଗୁଁ ପ୍ରଶାସନ, ସାହିତ୍ୟ, ଗବେଷଣା, କର୍ମକ୍ଷେତ୍ରରେ କୌଣସି ଅଭାବ ହେବ ନାହିଁ । କ୍ୟାରିୟର ଏବଂ ବ୍ୟବସାୟ ପ୍ରସଙ୍ଗରେ ଆଶାତୀତ ଉନ୍ନତି କରିବେ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଅଟକି ରହିଯାଇଥିବା କାମରେ ଦିନସାରା ବ୍ୟସ୍ତ ରହିବାକୁ ପଡିପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ ବାଦବିବାଦ, ଧନହାନୀ ଓ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସମ୍ଭାବନା ରହିଛି । ପରିବାର ଓ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଈଷ୍ଟଦେବଙ୍କ ଆରାଧନା କରନ୍ତୁ ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାଶିରେ ଧନାଧିପଙ୍କ ଦୁର୍ବଳତା କାରଣରୁ ବିଭିନ୍ନ ପ୍ରକାର ଆର୍ଥିକ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସାହାଯ୍ୟରୁ ପ୍ରତିକୂଳ ପରିସ୍ଥିତିର ଚାପ ସମ୍ୟକ ଲାଘବ ହେବ । କର୍ମକ୍ଷେତ୍ରରେ ଏକ ସାଧାରଣ କଥାକୁ କେନ୍ଦ୍ର କରି କଳହର ସୂତ୍ରପାତ ହୋଇପାରେ । ଅଫିସରେ ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ପୁରାତନ ରୋଗ ପୀଡ଼ାରୁ କଷ୍ଟ ପାଇପାରନ୍ତି । ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ହେବ । ବିଭିନ୍ନ ପ୍ରକାରର ସମସ୍ୟା ଭିତର ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । କେତେକ କ୍ଷେତ୍ରରେ ଆପଣ ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଅଫିସରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ । ଆଲୋଚନା କାଳରେ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁ ଅଭିମାନ କରିପାରନ୍ତି । ସ୍ଥଗିତ ଥିବା କାର୍ଯ୍ୟକୁ ଚତୁରତାର ସହ ସମ୍ପର୍ଣ୍ଣ କରିବେ । ପଡୋଶୀମାନେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିପାରନ୍ତି । ବନ୍ଧୁ ମିତ୍ରମାନଙ୍କ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ମନକୁ ସମ୍ୟକ ଖୁସି ମିଳିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆଜିର ଗ୍ରହସ୍ଥିତି ସମସ୍ତ ସମସ୍ୟାକୁ ପ୍ରତିହତ କରି କର୍ମପ୍ରବାହକୁ ଅଗ୍ରଗାମୀ କରାଇନେବ । ଯାହା ବି କାମ କରିବେ, ସଫଳତା ହାସଲ କରିବେ । ବ୍ୟବସାୟରେ ଅପାରିଦର୍ଶିତା କାରଣରୁ ସମ୍ୟକ ଝଡ଼ଝଞ୍ଜା ଦେଇ ଗତି କରିବାକୁ ପଡ଼ିପାରେ । କାରବାରରେ କୌଣସି ନୂଆ ସଉଦା ହେବ । କିନ୍ତୁ ଅଫିସର ଅତ୍ୟଧିକ କାମ ସକାଶେ ମନରେ ସରସତା ରହିବ ନାହିଁ । ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ମଧ୍ୟ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମଧ୍ୟାହ୍ନ ପର୍ଯ୍ୟନ୍ତ ଦିନଟି ଆପଣଙ୍କ ପ୍ରତିକୂଳ ରହିବ । ରାଶିରେ ପାପଗ୍ରହର ଅବସ୍ଥାନ ଯୋଗୁଁ ସମସ୍ତ କାମ ବହୁ କଷ୍ଟରେ ସମ୍ପନ୍ନ କରିବେ । ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ବ୍ୟବସାୟରେ ଆର୍ଥିକ ସ୍ଥିତି ଚଳନୀୟ ରହିବ । ବ୍ୟବସାୟର ପ୍ରଚାର ପ୍ରସାର କରିବା ପାଇଁ ଯୋଜନା ମଧ୍ୟ କରିବେ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତିକୁ ସୁଧାରିବା ପାଇଁ ବହୁ ଚେଷ୍ଟା କରିବେ । ସାମାଜିକ ସ୍ତରରେ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବନ୍ଧୁମାନେ ନିଜର ଫାଇଦା ହାସଲ ମତଲବରେ ସମ୍ପର୍କ ସ୍ଥାପନ କରିବା ପାଇଁ ଆଗେଇ ଆସିପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନ ଶାନ୍ତ ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ଓ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଦ୍ୱାଦଶସ୍ଥ ଚନ୍ଦ୍ର ଯୋଗୁଁ ଆଶା ପୂରଣ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ନୂତନ କିଛି ଯୋଡିବା ସକାଶେ ଚିନ୍ତା କରିପାରନ୍ତି । ଅଫିସ କାମରେ ନିମନ୍ତେ ଜଣେ ସହକର୍ମୀ ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଜୀବନ ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ମହାଲକ୍ଷ୍ମୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ବିଶ୍ଵାସ ରଖନ୍ତୁ, ଭଗବାନଙ୍କୁ ଆରୋଧନ କରନ୍ତୁ । ରାଶିରେ ବୃହସ୍ପତି ଏକାଦଶସ୍ଥ ସ୍ଥାନରେ ଚନ୍ଦ୍ର ଥିବା ଯୋଗୁଁ ଲକ୍ଷ୍ୟ ହାସଲରୁ ମାନସିକ ସ୍ତରରେ ପ୍ରସନ୍ନତା ମିଳିବ କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ହେତୁ ଉପସ୍ଥିତ ପରିବେଶରେ କ’ଣ କରିବେ କିମ୍ବା ନ କରିବେ, ସେହି ନିଷ୍ପତ୍ତି ନେବା ମଧ୍ୟ ସହଜ ନ ହୋଇପାରେ । ଭାବିଥିବା କାମ ପୂରା କରିବାରେ ମିତ୍ରଙ୍କ ସହଯୋଗ ପାଇବେ । ବ୍ୟବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସ ବା କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷଭୁକ୍ତରେ ରହିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ପୂର୍ବ ଭଳି କାଏମ ରହିବ । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ । ରାଶିରେ ଶନିଙ୍କ ଅବସ୍ଥିତି କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । କାର୍ଯ୍ୟକ୍ଷେତ୍ରରେ ନୂଆ ଯୋଜନାର ତଲାସ କରିବେ । କର୍ମକ୍ଷେତ୍ରରେ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବା ସମ୍ଭାବନା ରହଛି । ସାମାଜିକ ସମାରୋହରେ ଯୋଗ ଦେବେ । ଚାକିରିଜୀବୀଙ୍କୁ ଉଚ୍ଚ ଅଧିକାରୀମାନଙ୍କ ଦ୍ଵାରା କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ବାସ୍ତବରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି । ଆଦୌ ଭଲ ସମ୍ପର୍କ ନଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି । ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଦଶମ ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ଭାବିଥିବା କାମ ଅତି ଶୀଘ୍ର ପୂରା କରିନେବେ । ଆନୁଷଙ୍ଗିକ ସାହାଯ୍ୟ, ସହଯୋଗରୁ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ବ୍ୟବସାୟରେ କୌଣସି ପ୍ରକାର କ୍ଷତି ସହିବାକୁ ପଡିବ ନାହିଁ । ଚାକିରି କରୁଥିବା କର୍ମଚାରୀମାନେ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥତ୍କ ଅଭିବୃଦ୍ଧି ଓ ପାରିବାରିକ ସଦ୍‌ଭାବ ମନକୁ ଖୁସି କରାଇବାରେ ସାହାଯ୍ୟ କରିବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଆତ୍ମୀୟମାନଙ୍କ ଅସହଯୋଗ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦୁନିଆକୁ ଜିଣି ନେବାର ଉତ୍ସାହ ମନରେ ଜାଗ୍ରତ ହେବ । ରାଶ୍ୟାଧିପତିଙ୍କ ସୁଦୃଷ୍ଟିରୁ କର୍ମକ୍ଷେତ୍ର, ରାଜନୀତି, ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇପାରନ୍ତି । କର୍ମକ୍ଷେତ୍ରରେ ଦୀର୍ଘଦିନର ଶତ୍ରୁତାକୁ ଭିତ୍ତି କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ପିଲାମାନଙ୍କ ସହିତ ସନ୍ଧ୍ୟାରେ ମଜାମଉଜ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ । ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ । ଅଫିସରେ ନୂଆ ଦାୟିତ୍ଵକୁ ଭଲ ଭାବେ ନିର୍ବାହ କରିବେ । ବ୍ୟବସାୟୀଙ୍କୁ ବଡ଼ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ । ପାରିବାରିକ ଅଶାନ୍ତି କାରଣରୁ ମନରେ ଦୁର୍ଭାବନା ବଢ଼ିଚାଲିବ ଏବଂ ଆପଣ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି । ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

Be the first to comment

Leave a Reply

Your email address will not be published.


*