ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୫ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ମିଳିବ । ଅନ୍ୟ ରାଶିଗୁଡିକ ବିଷୟରେ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୫ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ମିଳିବ । ଅନ୍ୟ ରାଶିଗୁଡିକ ବିଷୟରେ ଆସନ୍ତୁ ଜାଣିବା :

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୫ ଅକ୍ଟୋବରରୁ ୧୧ ଅକ୍ଟୋବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଶୁଭ ସଙ୍କେତ ମଧ୍ୟ ଅଛି । ଏହି ସପ୍ତାହଟିରେ ଆପଣ ନିଜ ସାଙ୍ଗ, ସମ୍ପର୍କୀୟ ଓ ଭାଇଭଉଣୀଙ୍କ ସହିତ ମଜାମଜାଉ କରିବେ । ଦୀର୍ଘ ଦିନରୁ ପ୍ରୟାସ କରୁଥିବା କାର୍ଯ୍ୟଟି ଏହି ସପ୍ତାହରେ ଶେଷ ଶେଷ ହେବାର ସଙ୍କେତ ରହିଛି । ଏହି ସପ୍ତାହ ଶେଷ ସୁଦ୍ଧା ଆପଣଙ୍କ ଆୟ ବୃଦ୍ଧି ହେବ । ସପ୍ତାହର ପ୍ରଥମ ଦୁଇ ଦିନ ବ୍ୟବସାୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେଲେ ମଧ୍ୟ ପରବର୍ତ୍ତୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । କ୍ୟାରିୟର ଦୃଷ୍ଟିରୁ ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ହେବ । ବ୍ୟକ୍ତିଗତ ସଂପର୍କରେ ବିଷୟରେ କହିବାକୁ ଗଲେ ଆପଣ ଜୀବନ ସାଥୀଙ୍କ ମନକୁ ଦୃଷ୍ଟିରେ ରଖି କୌଣସି ସ୍ଥାନକୁ ଯିବା ପାଇଁ ମନସ୍ଥ କରିବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣଙ୍କ ପାରିବାରିକ ଜୀବନ ଉପରେ ଚାପ ପଡିପାରେ । କୌଣସି କଥା କହିବା ପୂର୍ବରୁ ନିଜ ଭାଷାର ସଂଯମତା ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରାଇଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସପ୍ତାହ ଆରମ୍ଭରେ ବ୍ୟବସାୟ ବାଣିଜ୍ୟରେ ପୁଞ୍ଜି ବିନିଯୋଗ କରିବା ଲାଭ ଦାୟକ ସାବ୍ୟସ୍ତ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ ସଂଘର୍ଷ କରିବେ । ସ୍ୱାସ୍ଥ୍ୟ ସୁସ୍ଥ ରହିବ । ବିନା ସ୍ଵାର୍ଥରେ ଅନ୍ୟ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିବେ । ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ନିଜ ଲୋକ କିମ୍ବା ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ପ୍ରତିଛବିକୁ ସମାଜରେ ଖରାପ କରିବାକୁ ଚେଷ୍ଟା କରିପାରନ୍ତି । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ମନର ଦୁଃଖକୁ ଜୀବନ ସାଥିଙ୍କ ସହିତ ବାଣ୍ଟିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ଆପଣଙ୍କ ମସ୍ତିଷ୍କ ପ୍ରଖର ରହିବ । ଯାହାଫଳରେ ଆପଣ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ନିଜ ଜିନିଷ ଗୁଡିକ ଯତ୍ନ ନିଅନ୍ତୁ, ନଚେତ ହଜିଯିବା କିମ୍ବା ଚୋରି ହେବାର ସମ୍ଭାବନା ରହିଛି । ଦୀର୍ଘ ସମୟ ଧରି ଚାଲିଥିବା କାର୍ଯ୍ୟକୁ ଆଜି ସମାପ୍ତ କରିବାରେ ସମର୍ଥ ହେବ । ଅଫିସରେ ସହକର୍ମୀଙ୍କ ସହ ତିକ୍ତତା ମନୋଭାବ ସୃଷ୍ଟି ହୋଇପାରେ । ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତ୍ତନ ଲାଗିରହିବ, ତଥାପି ଆର୍ଥିକ କ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । ପରିବାର ସଦସ୍ୟ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବେ । ଆପଣ ଜୀବନ ସାଥୀଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ ଏହି ସପ୍ତାହରେ । ଭାବପ୍ରବଣତା ଠାରୁ ଦୂରେଇ ରୁହନ୍ତୁ । ସପ୍ତାହର ଶେଷ ଦୁଇ ତିନି ଦିନରେ ଆପଣଙ୍କର ଅସୁବିଧା ସଂପୂର୍ଣ୍ଣ ରୂପେ ଦୂରେଇ ଯାଇଥିବାର ସମ୍ଭାବନା ରହିଛି । ଶାରୀରିକ ପରିଶ୍ରମ ଯୋଗୁଁ ଥକ୍କାପଣ ଏବଂ ଦୁର୍ବଳତା ପରି ସମସ୍ୟା ଦେଖାଦେଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଖର୍ଚ୍ଚ ପରିମାଣ ସାମାନ୍ୟ ଅଧିକ ରହିବା ଯୋଗୁଁ ମନରେ ସରସତା ରହିବ ନାହିଁ । ଯଥା ସମ୍ଭବ ଚେଷ୍ଟା କରନ୍ତୁ, ତର୍କବିତର୍କ ଠାରୁ ଦୂରେଇ ରହିବାକୁ, ଅନ୍ୟଥା ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସ୍ଥିତି ଦୃଢ ରହିବ ଓ ସାମାଜରେ ମାନସମ୍ମାନ ବୃଦ୍ଧି ପାଇବ । ସପ୍ତାହର ମଧ୍ୟ ଭାଗରେ ଆୟ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣ ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରନ୍ତି । ଚାକିରିରେ ବହୁତ ବ୍ୟସ୍ତ ରହିବ, କିନ୍ତୁ କାର୍ଯ୍ୟକୁ ଠିକ୍ ସମୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଦାମ୍ପତ୍ୟ ସୁଖର ଅଭାବ ଅନୁଭବ କରିବେ । କୌଣସି କଥାକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ରକ୍ତଚାପ ଜନିତ ସମସ୍ୟା ଦେଖାଦେଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସପ୍ତାହରେ ଆପଣ ନିଜର ପ୍ରତ୍ୟେକ କାର୍ଯ୍ୟକୁ ଯତ୍ନର ସହ କରନ୍ତୁ । କର୍ମକ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ଲାଭଦାୟକ ରହିବ କିନ୍ତୁ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ପରିବାରରେ ଭାଇଭଉଣୀଙ୍କ ସହ ସମ୍ପର୍କରେ ମଧୁରତା ବଜାୟ ରହିବ । ଏହି ସପ୍ତାହରେ ଆପଣଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିପାରେ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ । ସମାଜର କିଛି ସମ୍ମାନନୀୟ ବ୍ୟକ୍ତି ଆପଣଙ୍କୁ ଭୁଲ୍ ବୁଝିବେ । ପତି ଓ ପତ୍ନୀ ଉଭୟ କୌଣସି ବିଷୟକୁ ନେଇ ତର୍କବିତର୍କ କରି ପରସ୍ପର ମଧ୍ୟରେ ମନାନ୍ତର ଦେଖାଦେଇପାରେ । ସ୍ଵସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଭାଗ୍ୟର ବିଡମ୍ବନା ଯୋଗୁଁ ନାନା ପ୍ରକାର ବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡିପାରେ । ସରକାରୀ ସୁବିଧା ଆଶା କରିବେ, ତଥାପି ଆଶା ନିରର୍ଥକ ହେବ । ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ କରିବେ । ଘନିଷ୍ଠ ସମ୍ପର୍କୀୟଙ୍କ ସହ ଭୁଲ୍ ବୁଝାମୁଣା ଯୋଗୁଁ ସମ୍ପର୍କରେ ଫାଟ ଦେଖାଦେଇପାରେ । କୌଣସି କାର୍ଯ୍ୟ କରିବାକୁ ନେଇ ମନରେ ଦ୍ୱନ୍ଦ୍ୱ ରହିବ । ଏହି ସପ୍ତାହଟି ଆପଣ ଏକାକୀ ଅନୁଭବ କରିବ । ପ୍ରେମୀମାନେ ଫୋନରେ କଥା ହୋଇପାରନ୍ତି । ବନ୍ଧୁଙ୍କ ପରାମର୍ଶକୁ ପାଥେୟ କରି କର୍ମକ୍ଷେତ୍ରରେ କେତେକ ସମସ୍ୟାରୁ ମୁକୁଳି ପାରିବେ ଓ ବନ୍ଧୁଙ୍କ ମାଧ୍ୟମରେ ହିଁ ଆର୍ଥିକ ସ୍ଥିତରେ ସୁଧାର ଆସିବା । ଶାରୀରିକ ଦୃଷ୍ଟିକୋଣରୁ ମାନସିକ ଅବସାଦରେ ସପ୍ତାହଟି ଅତିବାହିତ କରିବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣଙ୍କୁ କାର୍ଯ୍ୟରେ ଯଥେଷ୍ଟ ସଫଳତା ମିଳିବର ସୂଚନା ରହିଛି । କଠିନ ପରିଶ୍ରମର ଉପଯୁକ୍ତ ପରିଶ୍ରମିକ ପାଇବେ । ଆପଣ ନିଜର ସମ୍ପର୍କୀୟଙ୍କ ଠାରୁ କୌଣସି ଶୁଭ ଖବର ପାଇ ଅତ୍ୟନ୍ତ ଖୁସି ହେବ । ରାଜନୀତି ସହିତ ଜଡିତ ଲୋକମାନେ ଟିକିଏ ଅଧିକ ଯତ୍ନର ସହ କାମ କରିବେ, ଯାହାଫଳରେ ସମାଜରେ ସେମାନଙ୍କ ଲୋକପ୍ରିୟତା ବୃଦ୍ଧି ହେବ । ପରିବାରର ସଦସ୍ୟଙ୍କ ମଧ୍ୟରେ ଏକ ସାଧାରଣକୁ ନେଇ ପରସ୍ପର ମଧ୍ୟରେ ମତଭେଦ ଦେଖାଦେଇପାରେ । ଏହି ସପ୍ତାହରେ ଆପଣ ଏପରି କିଛି ଦୁଃସାହସିକ କାର୍ଯ୍ୟ କରିବେ ଯେଉଁଥିରେ ଅଫିସ କତୃପକ୍ଷ, ସମାଜର ଲୋକେ ଆପଣଙ୍କୁ ପ୍ରଶଂସା କରିବେ । କିନ୍ତୁ ପାରସ୍ପରିକ ଯୁକ୍ତିତର୍କ ଏହି ସ୍ନେହପୂର୍ଣ୍ଣ ବାଟବରଣକୁ ନଷ୍ଟ କରିପାରେ । ଅନିୟମିତ ଖାଦ୍ୟପେୟ ଯୋଗୁଁ ସ୍ଵସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏହି ମାସରେ ଆପଣଙ୍କୁ ଜଣେ ବରିଷ୍ଠ ଅଧିକାରୀ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ ଏବଂ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଦେବେ । ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବ୍ୟବସାୟିକ କାର୍ଯ୍ୟରେ ଆଶାତୀତ ସଫଳତା ଯୋଗୁଁ ମନରେ ଆନନ୍ଦ ଦ୍ୱିଗୁଣିତ ହେବ । ପ୍ରାୟତଃ ଚାକିରିରେ ଅତ୍ୟାଧିକ କାର୍ଯ୍ୟ ଚାପ ଯୋଗୁଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିପାରନ୍ତି । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ଓ ବୟୋସ୍କ ବ୍ୟକ୍ତିଙ୍କ ଠାରୁ ପ୍ରଶଂସିତ ହେବେ । ମା’ଙ୍କ ସ୍ଵସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ମନରେ ଚିନ୍ତା ରହିବ । ଦାମ୍ପତ୍ୟ ଜୀବନ ଅଧିକ ସରସ ସୁନ୍ଦର କରିବା ପାଇଁ ଜୀବନ ସାଥିଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, କ୍ରନିକ ରୋଗ ଦେଖାଦେଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଉଚ୍ଚଶିକ୍ଷା ଅଧ୍ୟୟନ ନିମନ୍ତେ ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହଟି ଭଲ ରହିବ । ଟଙ୍କା ରୋଜଗାର କରିବା ନିମନ୍ତେ ଆପଣଙ୍କୁ ଘରୁ ବହୁତ ଦୂରକୁ ଯିବାକୁ ପଡିପାରେ । ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କର ଅଯଥା ଖର୍ଚ୍ଚ ନ କରି ବରଂ ସଞ୍ଚୟ କରିବା ସେମାନଙ୍କ ନିମନ୍ତେ ଭଲ ହେବ । ଆପଣ ସୃଜନଶୀଳ କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ଜୀବନ ସୁଖମୟ ରହିବ । ଏହି ସପ୍ତାହରେ ଆପଣଙ୍କ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଯାନବାହନ କିମ୍ବା ବାସସ୍ଥାନ କ୍ରୟ କରିବା ପାଇଁ ଚିନ୍ତା କରିବେ । ଦୀର୍ଘ ଦିନରୁ ଆଶା କରିଥିବା ସରକାରୀ କାର୍ଯ୍ୟ ଏହି ସପ୍ତାହରେ ଶେଷ ହେବ । ଯାହାଫଳରେ ମନ ଆନନ୍ଦିତ ରହିବ । ଦାମ୍ପତ୍ୟ ଜୀବନରେ ଦେଖାଯାଉଥିବା ବାଧାବିଘ୍ନ ଦୂରେଇ ଯିବ । ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କୁ ଏହି ସପ୍ତାହରେ ସତର୍କ ରହିବାକୁ ପଡିବ । ସାମାଜିକ କାର୍ଯ୍ୟ ଇଚ୍ଚାକୃତ ଭାବରେ କାର୍ଯ୍ୟ କରିବେ । ଅଳ୍ପ ପରିଶ୍ରମ କରିବା ପରେ ନିଜକୁ ଥକ୍କାପଣ ଅନୁଭବ କରିବେ, ଯାହାଦ୍ୱାରା କାମ ବନ୍ଦ ହୋଇପାରେ । ତଥାପି ସମାଜରେ ମାନସମ୍ମାନରେ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ କତୃପକ୍ଷ ପ୍ରଶଂସା କରିବେ । ପୂର୍ବରୁ ଅଟକିଥିବା କାର୍ଯ୍ୟକୁ ଆଜି ପୁନଃଆରମ୍ଭ କରିବେ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ପରିବାର ଏବଂ ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ । ଯେଉଁମାନେ ପ୍ରେମ ସଂପର୍କରେ ରହିଛନ୍ତି, ସେମାନେ ନିଜ ପ୍ରେମିକା ବା ପ୍ରେମିକଙ୍କ ସହିତ ସମୟ ଅତିବାହିତ କରିବେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ, ଆପଣ ନିଷ୍ଠାପରର ସହ କାର୍ଯ୍ୟ କରିବେ ଓ ନିଜର ଲକ୍ଷ୍ୟ ହାସଲ କରିବ । ସୁଖ, ସୌଭାଗ୍ୟ ନିମନ୍ତେ ଅତ୍ୟାଧିକ ଖର୍ଚ୍ଚ କରିପାରନ୍ତି । କାରବାରରେ ସାବଧାନ ରୁହନ୍ତୁ । ଅଯଥା ଆଶଙ୍କା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିବ । ଏହି ସପ୍ତାହରେ ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ସମ୍ପର୍କରେ ମଧୁରତା ଆସିବ । ଭାଙ୍ଗି ଯାଇଥିବା ସମ୍ପର୍କ ପୁନଃ ସ୍ଥାପନ ହୋଇପାରେ । ଆର୍ଥିକ ଦୃଷ୍ଟିକୋଣରୁ ଆପଣ ଏହି ସପ୍ତାହରେ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ । ଆୟର ନୂତନ ଉତ୍ସ ମିଳିପାରିବ । ରୋଜଗାର ବୃଦ୍ଧି ପାଇବ । ଅବିବାହିତ ବ୍ୟକ୍ତିଙ୍କ ନିମନ୍ତେ କୌଣସି ପ୍ରସ୍ତାବ ଆସିପାରେ । ବୈବାହିକ ଜୀବନରେ ସହଯୋଗ ସାହାଯ୍ୟର ଅଭାବ ରହିବ ନାହିଁ । ଅତ୍ୟାଧିକ କାର୍ଯ୍ୟଚାପ ଯୋଗୁଁ ସ୍ଵସ୍ଥ୍ୟାବସ୍ଥା ସମ୍ୟକ୍ ଦୁର୍ବଳ ହୋଇପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ବନ୍ଧୁ ଓ ନିକଟ ସମ୍ପର୍କୀମାନଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ସାଂସାରିକ ଜୀବନ ହସଖୁସିରେ ଅତିବାହିତ କରିବେ । ପତି ପତ୍ନୀ ପରସ୍ପରର ମନ୍ତବ୍ୟକୁ ସମର୍ଥନ କରିବେ । ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । ଏହି ସପ୍ତାହରେ, ଆପଣ କର୍ମକ୍ଷେତ୍ରକୁ ନିୟନ୍ତ୍ରଣାଧୀନ କରିବାକୁ ଚେଷ୍ଟା କରନ୍ତୁ । ତଥାପି, କେତେକ ଖଳ ସ୍ଵଭାବର ସ୍ଵଭାବ ବ୍ୟକ୍ତି ଆପଣଙ୍କ ପ୍ରତିଛବିକୁ ସମାଜରେ ଖରାପ କରିବାକୁ ଚେଷ୍ଟା କରିପାରନ୍ତି । ଜୀବନ ସାଥୀଙ୍କ କ୍ରୋଧ ଆପଣଙ୍କୁ ବିରକ୍ତ କରିପାରେ । ତେଣୁ ଆପଣ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ଓ ମନକୁ ଶାନ୍ତ ରଖନ୍ତୁ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ, ନଚେତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

Be the first to comment

Leave a Reply

Your email address will not be published.


*