ସୋଫା ପାଇଁ ରଣବିର ସିଂହ ଜତାଇଲେ ପ୍ରେମ । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦୀପିକା ଏବଂ କରିଦେଲେ ଏହି କମେଣ୍ଟ !

ସୋଫା ପାଇଁ ରଣବିର ସିଂହ ଜତାଇଲେ ପ୍ରେମ । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦୀପିକା ଏବଂ କରିଦେଲେ ଏହି କମେଣ୍ଟ !

ବଲିଉଡ଼ ଅଭିନେତା ରଣବିର ସିଂହ ଓ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡ଼ି ଖୁବ୍ ଭଲ ଲାଗେ । ନା କେବଳ ଚଳଚ୍ଚିତ୍ରରେ ଏ ଦୁଇଜଣଙ୍କ ଯୋଡ଼ିକୁ ବହୁତ ପସନ୍ଦ କରଯାଇଥିଲା, ବରଂ ବାସ୍ତବ ଜୀବନରେ ମଧ୍ୟ ସ୍ୱାମୀ ସ୍ତ୍ରୀ ଭାବରେ ଦୁହିଁଙ୍କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ଦୁଇଜଣଙ୍କ ଯୋଡ଼ି ହିଟ୍ ସାବ୍ୟସ୍ତ ହୋଇଛି । ବାସ୍ତବ ଜୀବନରେ ମଧ୍ୟ ଏମାନଙ୍କ ଯୋଡ଼ି ସୁପରହିଟ୍ ନଜର ଆସେ । ଲକଡାଉନ ସମୟରେ ଦୀପିକା ପାଦୁକୋନ ଓ ରଣବୀରଙ୍କୁ ପରସ୍ପର ସହିତ ସମୟ ଅତିବାହିତ କରୁଥିବାର ଦେଖାଯାଇଛି ।

ସେୟାର କଲେ ଦୁଇଟି ସେଲ୍ଫି

newstrend

ସୋସିଆଲ ମିଡ଼ିଆରେ ଦୁହେଁ ଏହି ସମୟରେ ବହୁତ ସକ୍ରିୟ ଦେଖାଯାଉଛନ୍ତି । ସୋସିଆଲ ମିଡ଼ିଆରେ ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ କିଛି ଫଟୋ ଏବଂ ତାଙ୍କ ଭିଡ଼ିଓ ଭାଇରାଲ ହେଉଥିବାର ନଜର ଆସୁଛି । ରଣବୀର ସିଂହ ମଧ୍ୟ ନିଜର ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ଉପରେ ଦୁଇଟି ଫଟୋ ସେୟାର କରିଛନ୍ତି । ଏଥିରେ ସେମାନେ ମଜାଳିଆ କେପ୍ସନ ମଧ୍ୟ ଲେଖିଛନ୍ତି । ରଣବୀର ସିଂହ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋ ଉପରେ ଆଲିୟା ଭଟ୍ଟ ମଧ୍ୟ କମେଣ୍ଟ କରିଛନ୍ତି । ବଡ଼ ମଜାଳିଆ ଭାବେ ଆଲିୟାଙ୍କ କମେଣ୍ଟରେ ଦୀପିକା ପାଦୁକୋନ ମଧ୍ୟ କମେଣ୍ଟ କରିଛନ୍ତି ।

ରଣବୀର ସିଂହ ସୋସିଆଲ ମିଡ଼ିଆରେ ୨ ଫଟୋ ପୋଷ୍ଟ କରିଛନ୍ତି, ଏଥି ମଧ୍ୟରୁ ଏକ ଫଟୋରେ ତାଙ୍କୁ କଳା ପୋଷାକରେ, ଓ ଅନ୍ୟ ଫଟୋରେ ଧଳା ରଙ୍ଗର ପୋଷାକରେ ଦେଖାଯାଉଥିଲା । ଫଟୋ ଗୁଡ଼ିକୁ ସେୟାର କରି ରଣବୀର ସିଂହ ଏହାର କେପ୍ସନରେ ଲେଖିଛନ୍ତି ଯେ ମୋତେ ମୋ ସୋଫା ବହୁତ ପସନ୍ଦ ଆସେ…….କିନ୍ତୁ ଟେକ୍-ମୀ-ବେକ୍-ଆଇ-ମିସ୍-ବିଙ୍ଗ-ଆଉଟଡୋର୍ସ…….ସେଲ୍ଫି ତ ନେବାକୁ ପଡ଼ିବ । ରଣବୀର ଏପରି ଭାବରେ ଏହା କହୁଛନ୍ତି ଯେ ମୋତେ ବାହାରକୁ ନେଇ ଚାଲନ୍ତୁ । ମୁଁ ଏହାକୁ ବହୁତ ମନେ ପକାଉଛି ।

newstrend

ରଣବୀର ସିଂହ ଏହି ସେଲ୍ଫିରେ ବେକଗ୍ରାଉଣ୍ଡରେ ସମୁଦ୍ର କୂଳ ଦେଖିବାକୁ ମିଳୁଛି । ତାଙ୍କର ଏହି ଫଟୋରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ଧଳା ରଙ୍ଗର ପୋଷାକରେ ଧଳା କ୍ୟାପ୍ ପିନ୍ଧି ରଣବୀର ସିଂହ ଏଥିରେ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି ।

ବ୍ଲାକ୍ ଏଣ୍ଡ ୱାଇଟ୍ ଫଟୋ

ନିଜର ଏକ ଫଟୋ ଯାହା ରଣବୀର ସିଂହ ପୋଷ୍ଟ କରିଛନ୍ତି ଏଥିର କେପ୍ସନରେ ସେ ଲେଖିଛନ୍ତି ଯେ ଆହୁରି କୁହନ୍ତୁ ବନ୍ଧୁମାନେ । ରଣବୀର ସିଂହ ଏହି ଫଟୋରେ ବ୍ଲେକ୍ କୋଟ୍ ପିନ୍ଧିଥିଲେ । ଏହା ସହିତ ସେ କଳା ରଙ୍ଗର ଚଷମା ମଧ୍ୟ ପିନ୍ଧିଛନ୍ତି । ଏହି ଫଟୋରେ ରଣବୀର ସିଂହ ହସୁଛନ୍ତି । ଏହା ତାଙ୍କର ଏକ ପୁରୁଣା ଫଟୋ ଅଟେ ।

newstrend

ରଣବୀର ସିଂହଙ୍କ ଏହି ଫଟୋରେ ମଧ୍ୟ ସିନେ ତାରକା ମାନଙ୍କ ସହ ତାଙ୍କ ଫ୍ୟାନ୍ସ ମାନେ କମେଣ୍ଟ କରୁଛନ୍ତି । ଆଲିୟା ଭଟ୍ଟ ରଣବୀର ସିଂହଙ୍କ ଏହି ଫଟୋ ଉପରେ କମେଣ୍ଟ କରି ଲେଖିଛନ୍ତି ବେଷ୍ଟ । ଆଲିୟା ଭଟ୍ଟଙ୍କ ଦ୍ଵାରା କରାଯାଇଥିବା ଏହି କମେଣ୍ଟକୁ ରଣବିର ସିଂହଙ୍କ ପତ୍ନୀ ଦୀପିକା ପାଦୁକୋନ କମେଣ୍ଟ କରି ଲେଖିଛନ୍ତି ‘ଏକ୍ସପ୍ଲେନ୍’ । ଏପରି ଭାବରେ ଦୀପିକା ପାଦୁକୋନ୍ ଏହାକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି । ବଲିଉଡ଼ ଅଭିନେତା ଡ଼ିନୋ ମୋରିୟା ମଧ୍ୟ ରଣବୀର ସିଂହଙ୍କ ଫଟୋକୁ କମେଣ୍ଟ କରି ଲେଖିଛନ୍ତି କେଉଁଠାରୁ ଏହି ଚଷମା କିଣିଛନ୍ତି ।

୮୩’ରେ ଆସିବେ ନଜର

newstrend

ଆଗାମୀ ଦିନରେ ରଣବୀର ସିଂହ ଚଳଚ୍ଚିତ୍ର ‘୮୩’ରେ ନଜର ଆସିବେ । ଚଳଚ୍ଚିତ୍ରର ନିର୍ଦେଶନା କରିଛନ୍ତି କବୀର ସିଂହ । ୧୯୮୩ ମସିହାରେ କ୍ରିକେଟ ବିଶ୍ୱକପରେ ଭାରତର ପ୍ରଥମ ବିଜୟର କାହାଣୀ ଏଥିରେ ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର ।

ଦୀପିକା ପାଦୁକୋନ ତାଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ଲକଡାଉନ କାରଣରୁ ଚଳଚ୍ଚିତ୍ର ମୁକ୍ତିଲାଭକୁ ପୋଷ୍ଟ ପୋଣ୍ଡ କରିଦିଆଯାଇଥିଲା । ଏହିପରି ଏହାକୁ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ଵାରା ଏହାର ଆଗାମୀ ରିଲିଜ୍ ଡେଟ୍ କେବେ ଘୋଷଣା କରାଯିବ । ରଣବୀର ସିଂହଙ୍କ ଆହୁରି ଏକ ଚଳଚ୍ଚିତ୍ର ଜୟେଶଭାଇ ଜୋରଦାର ନାମରେ ଆସିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *