୪୩ ବର୍ଷରେ ପଦାର୍ପଣ କଲେ ରାନୀ ମୁଖାର୍ଜୀ । ଆଦିତ୍ୟଙ୍କ ସହିତ କରିଥିଲେ ଗୁପ୍ତ ଭାବରେ ବିବାହ । ଦେଖନ୍ତୁ ସେମାନଙ୍କର ପରିବାରର କିଛି ଫୋଟ…

୪୩ ବର୍ଷରେ ପଦାର୍ପଣ କଲେ ରାନୀ ମୁଖାର୍ଜୀ । ଆଦିତ୍ୟଙ୍କ ସହିତ କରିଥିଲେ ଗୁପ୍ତ ଭାବରେ ବିବାହ । ଦେଖନ୍ତୁ ସେମାନଙ୍କର ପରିବାରର କିଛି ଫୋଟ…

ବଲିଉଡର ମର୍ଦାନୀ ଅର୍ଥାତ୍ ଅଭିନେତ୍ରୀ ରାନୀ ମୁଖାର୍ଜୀ ଆଜି ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ରାନୀ ହିନ୍ଦୀ ଏବଂ ବଙ୍ଗାଳୀ ସିନେମାର ଜଣେ ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ତଥା ଲେଖକ ରାମ ମୁଖାର୍ଜୀଙ୍କ ଘରେ ଜନ୍ମ ହୋଇଥିଲେ । ଜନ୍ମଦିନର ଏହି ବିଶେଷ ଦିବସରେ, ଆମେ ଆପଣଙ୍କୁ ରାନୀ ମୁଖାର୍ଜୀଙ୍କ ପରିବାର ଏବଂ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଅଶୁଣା କାହାଣୀ କହୁଛୁ ।

ରାନୀଙ୍କ ଚଳଚ୍ଚିତ୍ର ଯାତ୍ରା ବିଷୟରେ କହିବାକୁ ଗଲେ, ତାଙ୍କୁ ଏଥିପାଇଁ ଵିଶେଷ କଷ୍ଟ କରିବାକୁ ପଡି ନାହିଁ, କାରଣ ସେ ଜଣେ ନିର୍ଦ୍ଦେଶକଙ୍କ ଘରେ ଜନ୍ମ ହୋଇଥିଲେ ଯେଉଁଠାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେବା ପାଇଁ ଖୁବ୍ ସହଜ ହୋଇଥିଲା । ସୂଚନାଯୋଗ୍ୟ ଯେ ରାନୀଙ୍କ ପିତା ରାମ ମୁଖାର୍ଜୀ ହିନ୍ଦୀ ଏବଂ ବଙ୍ଗାଳୀ ସିନେମାର ଜଣେ ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ ଥିଲେ । ସେ ମୁମ୍ବାଇ ସ୍ଥିତ ହିମାଳୟ ଷ୍ଟୁଡିଓର ପ୍ରତିଷ୍ଠାତା ମଧ୍ୟ ଥିଲେ ।

ରାନୀଙ୍କ ମା’ କୃଷ୍ଣା ଜଣେ ପ୍ଲେବ୍ୟାକ୍ ଗାୟିକା ଏବଂ ତାଙ୍କ ଭାଇ ରାଜା ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ । ୧୯୯୭ରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର “ରାଜା କି ଆଏଗି ବାରାତ” ମଧ୍ୟ ରାମ ମୁଖାର୍ଜୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ୨୦୧୭ରେ ରାମ ମୁଖାର୍ଜୀଙ୍କ ଦେହାନ୍ତ ହୋଇଅଛି । ଯେତେବେଳେ ରାନୀ ଗୁପ୍ତ ଭାବରେ ଵିଵାହ କରିଥିଲେ ସେ ସମୟରେ ବେଶ୍ ଲୋକଲୋଚନକୁ ଆସିଥିଲେ ।

୨୦୧୪ରେ ଚଳଚ୍ଚିତ୍ର ନିର୍ମାତା ତଥା ୟଶ୍ ରାଜ୍ ଫିଲ୍ମସର ଚେୟାରମ୍ୟାନ୍ ଆଦିତ୍ୟ ଚୋପ୍ରାଙ୍କୁ ରାନୀ ବିବାହ କରିଥିଲେ । ଏହା କହିବା ଠିକ୍ ହେବ ଯେ ରାନୀ ଏବଂ ଆଦିତ୍ୟଙ୍କ ସମ୍ପର୍କ ସବୁବେଳେ ରହସ୍ୟ ହୋଇ ରହିଆସିଛି । ଏହାର ଏକ ମୁଖ୍ୟ କାରଣ ହେଉଛି ଯେ ଉଭୟେ ଏହି ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହି ନାହାଁନ୍ତି । କୁହାଯାଏ ଯେ ଆଦିତ୍ୟ ଚୋପ୍ରାଙ୍କ ଜୀବନରେ ଯେତେବେଳେ ରାନୀ ମୁଖାର୍ଜୀ ଆସିଥିଲେ ସେ ସମୟରେ, ଆଦିତ୍ୟ ବିବାହିତ ଥିଲେ । ପ୍ରେମ ଏବଂ ପରେ ଆଦିତ୍ୟ ଚୋପ୍ରାଙ୍କୁ ବିବାହ ଏ ସବୁ କୁ ନେଇ ରାନୀ ମୁଖାର୍ଜୀଙ୍କ ଉପରେ ଅନେକ ପ୍ରଶ୍ନ ଉଠି ଥିଲା ।

ଏପରିକି ତାଙ୍କୁ ‘ଘର ଭଙ୍ଗା ମହିଳା’ ମଧ୍ୟ କୁହାଯାଉଥିଲା, କିନ୍ତୁ ରାଣୀ ଏହିସବୁ ଜିନିଷକୁ ସର୍ବଦା ଅଣଦେଖା କରିଥିଲେ । ଯେତେବେଳେ ୨୧ ଏପ୍ରିଲ ୨୦୧୪ରେ ଉଭୟ ବିବାହ କରିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ବିବାହରେ ଅତି ଘନିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଆଜି ପର୍ଯ୍ୟନ୍ତ ରାନୀ ଏବଂ ଆଦିତ୍ୟ ଚୋପ୍ରାଙ୍କ ବିବାହର ଗୋଟିଏ ବି ଫୋଟ ସୋସିଆଲ୍ ମିଡିଆରେ ପ୍ରକାଶ ପାଇନାହିଁ ।

ବିବାହର ଅନେକ ବର୍ଷପରେ ଏକ ସାକ୍ଷାତକାରରେ, ରାନୀ ଏହି ସମଗ୍ର ଘଟଣା ଉପରେ ନୀରବତା ଭାଙ୍ଗିଥିଲେ । ସେ କହିଥିଲେ ଯେ ଯେବେ ସେ ଆଦିତ୍ୟଙ୍କ ଜୀବନରେ ଆସିଲେ ସେତେବେଳେ ଆଦିତ୍ୟଙ୍କର ଛାଡପତ୍ର ହୋଇଯାଇଥିଲା । କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିତ୍ୟ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ତେଣୁ ଏହି ସମ୍ପର୍କକୁ ଦୁନିଆରୁ ଦୂରେଇ ରଖିବା, ଉଚିତ୍ ବୋଲି ସେ କହିଥିଲେ ।

ଅଭିନେତ୍ରୀ ତାଙ୍କର ପ୍ରଥମ ଡେଟ୍ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ । ସେ କହିଥିଲେ ଯେ “ଆଦିତ୍ୟ ପାରମ୍ପାରିକ ପଦ୍ଧତି ଗ୍ରହଣ କରିଥିଲେ । ସେ ମୋ ଘରେ ପହଞ୍ଚି ମୋର ପିତାମାତାଙ୍କୁ ପଚାରିଥିଲେ କି ସେ ମତେ ଡେଟରେ ନେଇ ପାରିବେ କି ?” ବିବାହର ଏକ ବର୍ଷପରେ ରାନୀ ମୁଖାର୍ଜୀ ୨୦୧୫ରେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ।

ଅଭିନେତ୍ରୀ ତାଙ୍କ ଝିଅ କୁ ଗଣମାଧ୍ୟମଠାରୁ ବହୁତ ଦୂରରେ ରଖନ୍ତି । ତାଙ୍କ ଝିଅ ୫ବର୍ଷର ହେଲାଣି କିନ୍ତୁ ଝିଅ ବଡ ହେବାର କୌଣସି ଫୋଟ ସୋସିଆଲ୍ ମିଡିଆରେ ନାହିଁ । ଏହି ଚିତ୍ରଗୁଡ଼ିକ ଯେତେବେଳେ ଆଦିରାଙ୍କୁ ଏକ ବର୍ଷ ବୟସ ହୋଇଥିଲା ସେ ସମୟର । ଆଦିତ୍ୟ ଚୋପ୍ରା ଏବଂ ରାନୀ ମୁଖାର୍ଜୀ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି । ଲାଇମଲାଇଟ୍ ଠାରୁ ଦୂରରେ ବ୍ୟକ୍ତିଗତ ଜୀବନକୁ ଉପଭୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *