ରାମାୟଣର ‘ରାମ’ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଖୋଲିଲେ ! କିଛି ଦିନ ପୂର୍ବରୁ ଦେଇଥିଲେ ପ୍ରତିଶୃତି…

ରାମାୟଣର ‘ରାମ’ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଖୋଲିଲେ ! କିଛି ଦିନ ପୂର୍ବରୁ ଦେଇଥିଲେ ପ୍ରତିଶୃତି…

ଟିଭି ସିରିଏଲ୍ ରାମାୟଣର ରାମ ‘ଗୁରୁମିତ୍ ଚୌଧରୀ’ କିଛି ଦିନ ପୂର୍ବରୁ କରୋନା କାଳରେ ଦେଶବାସୀଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କରୋନା କାଳରେ ମନୋରଞ୍ଜନ ଜଗତର ଅନେକ ସେଲିବ୍ରିଟି ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି । ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ରୋଗ ହେତୁ ଭାରୀ ଅମ୍ଳଜାନ, ଶଯ୍ୟା ଏବଂ ଡାକ୍ତରଖାନାର ଅଭାବ ଦେଖାଦେଇଛି । ଯେଉଁ କାରଣରୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଛି । ଏହି ଅଭିଯାନରେ ଟିଭିର ରାମ ଅର୍ଥାତ ଗୁରୁମିତ୍ ଚୌଧୁରୀ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଗୁରୁମିତ୍ ଚୌଧୁରୀ ଆସ୍ଥା ନାମକ ଏକ ଡାକ୍ତରଖାନା ଖୋଲିଛନ୍ତି, ଯେଉଁଠାରେ ହଜାର କୋଭିଡ୍ ଶଯ୍ୟା ବ୍ୟବସ୍ଥା କରାଯାଇଛି । କହିରଖୁଛୁ ଯେ, ଗୁରୁମିତ ନିକଟରେ ସୋସିଆଲ୍ ମିଡିଆ ମାଧ୍ୟମରେ ଘୋଷଣା କରିଥିଲେ ଯେ ସେ ଶୀଘ୍ର ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବେ ।

ତେବେ ଗୁରୁମିତ୍ ନିକଟରେ ସୋସିଆଲ୍ ମିଡିଆରେ ଏକ ଫୋଟ ସେୟାର୍ କରି ସୂଚନା ଦେଇଛନ୍ତି ଯେ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଗୁରୁମିତ୍ ଏହି ଫୋଟଗୁଡ଼ିକୁ ସେୟାର୍ କରି ଏକ ଶକ୍ତିଶାଳୀ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଗୁରୁମିତ୍ ଲେଖିଛନ୍ତି- “ଆଭେଞ୍ଜର୍ସଙ୍କ ପରି ଆମେ ମଧ୍ୟ ‘କୋରୋଭେଞ୍ଜର୍ସ’ । ଯିଏ ଥାନୋସ ଏବଂ ତାଙ୍କ ସୈନ୍ୟଙ୍କ ପରି କରୋନାକୁ ଉଡ଼ାଇ ଦେବେ । ନାଗପୁରରେ କୋଭିଡ୍ କେୟାର୍ ହସ୍ପିଟାଲ୍, ଡକ୍ଟର୍ ସୟଦ୍ ୱାଜହାତାଲି ଏବଂ ଟିମ୍ ସହିତ ଆରମ୍ଭ ହୋଇଛି । ମୁଁ ସମସ୍ତ ଡାକ୍ତର ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନଙ୍କର ସାହାଯ୍ୟରେ ଏହି କାମ ସମ୍ଭବ ହୋଇପାରିଛି” ।

ବାସ୍ତବରେ ଗୁରୁମିତ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ଫୋଟ ସେୟାର୍ କରିଛନ୍ତି, ଯାହା ଦେଖି ଏହା କୁହାଯାଇପାରିବ ଯେ ଗୁରୁମିତ୍ ତାଙ୍କ ପ୍ରତିଶ୍ରୁତି ପୁରଣ କରିଛନ୍ତି ଏବଂ ଡାକ୍ତରଖାନା ଆରମ୍ଭ ହୋଇଛି । ଏଥି ସହିତ ଗୁରୁମିତଙ୍କ ଏହି ଉତ୍ତମ କାମ ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ଗୁରୁମିତଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଉତ୍ତମ ସ୍ୱଭାବ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି ।

କହିରଖୁଛୁ ଯେ, ଗୁରୁମିତ୍ ଚୌଧୁରୀ ଏକ ପୋଷ୍ଟ ସେୟାର୍ କରି ଲେଖିଛନ୍ତି, “ମୁଁ ପାଟନା ଏବଂ ଲକ୍ଷ୍ନୌର ସାଧାରଣ ଲୋକଙ୍କ ପାଇଁ ୧୦୦୦ ଶଯ୍ୟା ବିଶିଷ୍ଟ ଅଲଟ୍ରା ଆଧୁନିକ ହସ୍ପିଟାଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛି, ଯାହାପରେ ଅନ୍ୟ ସହରରେ ମଧ୍ୟ ପ୍ରସାରିତ ହେବ । କେବଳ ଅପଣମାନଙ୍କର ଆଶୀର୍ବାଦ ଏବଂ ସାଥ୍ ଦରକାର, ଜୟ ହିନ୍ଦ । ଏହା ସହ ଜଡିତ ସମସ୍ତ ସୂଚନା ଶୀଘ୍ର ଆପଣଙ୍କ ସହିତ ସେୟାର୍ କରିବି” ।

Leave a Reply

Your email address will not be published. Required fields are marked *