‘ଜେଲ୍’ରେ ଥିବା ରାମ ରହୀମଙ୍କୁ ହନୀପ୍ରୀତଙ୍କ କଥା ମନେ ପଡୁଅଛି ! ପୋଲିସ୍ ଆଗରେ ପ୍ରକାଶ କଲେ ଦେଖା କରିବାକୁ ଇଚ୍ଛା ଅଛି…

‘ଜେଲ୍’ରେ ଥିବା ରାମ ରହୀମଙ୍କୁ ହନୀପ୍ରୀତଙ୍କ କଥା ମନେ ପଡୁଅଛି ! ପୋଲିସ୍ ଆଗରେ ପ୍ରକାଶ କଲେ ଦେଖା କରିବାକୁ ଇଚ୍ଛା ଅଛି…

ରାମ୍ ରହୀମ୍ ନିଜ ପତ୍ନୀ, ପୁଅ ଏବଂ ହନୀପ୍ରୀତଙ୍କ ସହ ଦେଖା କରିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କୁହାଯାଉଛି କି ଚିକିତ୍ସା ସମୟରେ ରାମ ରହୀମ୍ କ୍ରମାଗତ ଭାବରେ ଅଧିକାରୀ ମାନଙ୍କୁ କେବଳ ଏହା କହୁଥିଲେ କି ଥରେମାତ୍ର ତାଙ୍କୁ ତାଙ୍କ ନିକଟସ୍ଥ ଲୋକମାନଙ୍କ ସହ ଦେଖା କରିବାକୁ ଦିଆଯାଉ । ବାସ୍ତବରେ ନିମ୍ନ ରକ୍ତଚାପର ଅସୁବିଧା ଯୋଗୁଁ ଚିକିତ୍ସା ପାଇଁ ରାମ ରହୀମଙ୍କୁ ନିକଟରେ ରୋହତକ୍ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ପ୍ରାୟତଃ ୨୧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରେ ରଖା ଯାଇଥିଲା । ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା ଯୋଗୁଁ ତାଙ୍କୁ ପୁଣିଥରେ ‘ସୁନାରିୟା ଜେଲ୍’କୁ ପଠାଇ ଦିଆଯାଇଥିଲା ।

କୁହାଯାଉଛି କି ଚିକିତ୍ସା ସମୟରେ ରାମ୍ ରହୀମ୍ ସୁରକ୍ଷାରେ ନିୟୋଜିତ ଅଧିକାରୀ ମାନଙ୍କୁ ଅନେକଥର ହନୀପ୍ରୀତ, ନିଜ ପତ୍ନୀ ଏବଂ ପୁଅଙ୍କ ସହ ଦେଖା କରିବା କଥା କହିଥିଲେ । କିନ୍ତୁ ତାଙ୍କର ଏହି କଥା କେହି ମାନି ନଥିଲେ । ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ ଅଦାଲତର ଆଦେଶ ପରେ କଏଦୀଙ୍କୁ କୌଣସି ବ୍ୟକ୍ତିଙ୍କ ସହ ଦେଖା କରିବାକୁ ଅନୁମତି ଦିଆ ଯାଇପାରେ । ରହୀମଙ୍କ ନିକଟରେ ଏଭଳି କୌଣସି ଅନୁମତି ନଥିଲା ।

ବୁଧବାର ଦିନ ହୋଇଥିଲେ ଭର୍ତ୍ତି:-

‘ଜେଲ୍’ରେ ‘ରାମ୍ ରହୀମ୍’ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ତାଙ୍କର ଚିକିତ୍ସା କରାଯାଇଥିଲା । ବୁଧବାର ଦିନ PGIR ଚାରିଜଣ ଚିକିତ୍ସକ ତାଙ୍କର ପରୀକ୍ଷା କରିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ କହିଥିଲେ । ଯାହାପରେ ବୁଧବାର ଦିନ ୬ଟା ସମୟରେ ତାଙ୍କୁ PGIR ୱାର୍ଡ- ୭ରେ ଭର୍ତ୍ତି କରାଯାଇଥିଲା । ସୂତ୍ର ଅନୁଯାୟୀ, ରାତି ୧ଟା ପାଖାପାଖି ସେ ନିୟୋଜିତ ଅଧିକାରୀ ମାନଙ୍କୁ କହିଥିଲେ କି ସେ ଚିନ୍ତିତ ଅଛନ୍ତି, ତେଣୁ ସେ ତାଙ୍କ ପତ୍ନୀ, ପୁଅ ଏବଂ ହନୀପ୍ରୀତଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ।

ପୋଲିସ୍ ପ୍ରଶାସନ ନିକଟରେ ଏହି ଆବେଦନ ପହଞ୍ଚିବା ପରେ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କିନ୍ତୁ ରାମ୍ ରହୀମ୍ ନିଜ ‘ଜିଦ୍’ରେ ଅଟଳ ରହିଥିଲେ । ସକାଳେ ମଧ୍ୟ ରାମ୍ ରହୀମ୍, ପତ୍ନୀ, ପୁଅ ଏବଂ ହନୀପ୍ରୀତଙ୍କ ସହ ଦେଖା କରିବାକୁ ଜିଦ୍ ଧରି ବସିଥିଲେ । ଅନ୍ୟପକ୍ଷରେ ଦ୍ୱିପ୍ରହର ୧୨ଟା ସମୟରେ ତାଙ୍କର ପରୀକ୍ଷା କରାଯାଇଥିଲା । ସେତେବେଳେ ସବୁକିଛି ସାମାନ୍ୟ ବୋଲି ଜଣା ପଡିଥିଲା । ଯାହାପରେ PGIRରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

କରାଯାଇଥିଲା କଡାକଡି ବ୍ୟବସ୍ଥା:-

‘ରାମ୍ ରହୀମ୍’ଙ୍କ ସୁରକ୍ଷା ପାଇଁ ୧୨୦ ଜଣ ପୋଲିସ୍ ଯବାନ୍ ଏବଂ ଜଣେ DSPଙ୍କୁ ନିୟୋଜିତ କରାଯାଇଥିଲା । ଏହାସହ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଯେଉଁ ୱାର୍ଡରେ ରଖା ଯାଇଥିଲା, ସେଠାରେ ମଧ୍ୟ ପୋଲିସ୍ ମାନେ ନିୟୋଜିତ ହୋଇଥିଲେ । ଚିକିତ୍ସା ପାଇଁ ଆସୁଥିବା ଯାଉଥିବା ପୋଲିସ୍ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଏବଂ ନର୍ସ ମାନଙ୍କର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ରୋହତକ୍ ପୋଲିସ୍ କ୍ରମାଗତ ଭାବରେ ସିରସା ପୋଲିସ୍ ମାନଙ୍କର ସମ୍ପର୍କରେ ଥିଲେ । ରାମ ରହୀମଙ୍କ ଗତିବିଧି ଉପରେ ପୋଲିସର ନଜର ରହିଥିଲା ଏବଂ ହସ୍ପିଟାଲର ଆଖପାଖରେ କଡାକଡି ବ୍ୟବସ୍ଥା କରାଯାଇଥିଲା । ପୋଲିସକୁ ଆଦେଶ ରହିଥିଲା କି ତାଙ୍କ ଅନୁଯାୟୀ PGI ଆସିପାରନ୍ତି ଏବଂ ପାଟିତୁଣ୍ଡ କରିପାରନ୍ତି । ଏଥିପାଇଁ ଏଠାରେ କଡାକଡି ବ୍ୟବସ୍ଥା କରାଯାଇଥିଲା ।

ପୋଲିସ୍ ଅଧିକ୍ଷକ ରାହୁଲ୍ ଶର୍ମା କହିଛନ୍ତି କି ‘ରାମ୍ ରହୀମ୍’ଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିବା ପରେ PGI ପ୍ରବନ୍ଧନ ପକ୍ଷରୁ ତାଙ୍କୁ ୨ଟାରେ ହସ୍ପିଟାଲରୁ ଛାଡି ଦିଆଯାଇଥିଲା । ଏହାପରେ ପୋଲିସ୍ ସୁରକ୍ଷା ମଧ୍ୟରେ ତାଙ୍କୁ ୩ଟା ସମୟରେ ‘ସୁନାରିୟା ଜେଲ୍’କୁ ପହଞ୍ଚାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଯୌନ ଶୋଷଣ ମାମଲାରେ ‘ରାମ୍ ରହୀମ୍’ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ସେ ବର୍ତ୍ତମାନ ‘ଜେଲ୍’ରେ ଦଣ୍ଡ ଭୋଗୁଛନ୍ତି । ଏହାବ୍ୟତୀତ ହନୀପ୍ରୀତ ମଧ୍ୟ ‘ଜେଲ୍’ରେ ବନ୍ଦ ଅଛନ୍ତି । ହନୀପ୍ରୀତ ଏବଂ ରାମ୍ ରହୀମ୍ ଏକାଠି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଏହି ଚଳଚ୍ଚିତ୍ରକୁ ନିଜେ ରାମ୍ ରହୀମ୍ ନିର୍ମାଣ କରିଥିଲେ ।

Leave a Reply

Your email address will not be published. Required fields are marked *