ରାକ୍ଷୀ ସାବନ୍ତ କହିଲେ ବଲିଉଡ଼ର ଅଧିକାଂଶ କଳାକାର କାହିଁକି ନିଅନ୍ତି ଡ୍ରଗ୍ସ ଓ କଣ ଅଟେ ଏମାନଙ୍କ ଆବଶ୍ୟକତା !

ବଲିଉଡ଼ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଡ୍ରଗ୍ସକୁ ନେଇ ଖୁବ୍ କଳହ ଲାଗି ରହିଛି । ଇଣ୍ଡଷ୍ଟ୍ରିର କିଛି କଳାକାର ଏହି ମାମଲାରେ ବାରମ୍ବାର ନିଜର ମତ ପ୍ରକାଶ କରିଛନ୍ତି । ଏହିପରି ଡ୍ରାମା କୁଇନ୍ କୁହାଯାଉଥିବା ରାକ୍ଷୀ ସାବନ୍ତ ମଧ୍ୟ ନିଜ ବିଚାର ଖୋଲାଖୋଲି ଭାବେ ବ୍ୟକ୍ତ କରିଛନ୍ତି । ରାକ୍ଷୀ କହିଛନ୍ତି ଯେ କଣ ପାଇଁ ବଲିଉଡ଼ କଳାକାର ମାନେ ଡ୍ରଗ୍ସର ସେବନ କରନ୍ତି । ଏତିକିନୁହେଁ ବରଂ ରାକ୍ଷୀ ନିଜର ଏହି ବୟାନରେ ଡ୍ରଗ୍ସକୁ ନେଇ କିଛି ଚକିତ ଖୁଲାସା କରିଛନ୍ତି । ଆସନ୍ତୁ ଜାଣିବା, କଣ ଅଟେ ସମ୍ପୂର୍ଣ୍ଣ ମାମଲା……..

ରାକ୍ଷୀ ସାବନ୍ତ ଏକ ନୂତନ ବୟାନ ଜାରି କରି ବଲିଉଡ଼ କଳାକାରଙ୍କ ଡ୍ରଗ୍ସ ନେଇଥିବା ପ୍ରକୃତ କାରଣ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡ଼ କଳାକାର ଡ୍ରଗ୍ସ ସେବନ ଏଥିପାଇଁ କରନ୍ତି କାରଣ ସେମାନଙ୍କୁ ଭୋକ ନ ଲାଗୁ ଓ ସେମାନେ ସ୍ଲିମ୍ ଓ ଫିଟ୍ ରହିପାରିବେ, ଏଥିପାଇଁ କଳାକାର ମାନେ ଭିନ୍ନ ଭିନ୍ନ ଭାବରେ ଡ୍ରଗ୍ସ ନିଅନ୍ତି ।

ରାକ୍ଷୀ ସାବନ୍ତ କହିଲେ ‘କଣ ପାଇଁ କଳାକାର ମାନେ କରନ୍ତି ନିଶା ?’

ଜଣାଇଦେଉଛୁ ଯେ ରାକ୍ଷୀ ସାବନ୍ତ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଚାଲୁଥିବା ଡ୍ରଗ୍ସ ମାମଲାକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମୁଁ ଗତ ୧୫ ବର୍ଷରୁ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛି, ମୁଁ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀକୁ ଜାଣେ, ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି । ରାକ୍ଷୀ କୁହନ୍ତି ଯେ ଏହି କଳାକାର ମାନେ ନିଜ ନିଜର ଗ୍ଲେମରକୁ ବଜାୟ ରଖିବା ପାଇଁ ଡ୍ରଗ୍ସ ନିଅନ୍ତି, ଯଦିଓ କିଛି ଲୋକ ନିଶା କରିବା ପାଇଁ ଡ୍ରଗ୍ସ ନିଅନ୍ତି । କିନ୍ତୁ ଅଧିକାଂଶ କଳାକାର ନିଜର ଗ୍ଲେମର ଶୈଳୀକୁ ବଜାୟ ରଖିବା ପାଇଁ ଡ୍ରଗ୍ସ ସେବନ କରନ୍ତି ।

ରାକ୍ଷୀଙ୍କ ଅନୁଯାୟୀ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ଡ୍ରଗ୍ସ ନେବାର ଅଭ୍ୟାସ ରହିଥାଏ । ତାଙ୍କ ଅନୁଯାୟୀ ଡ୍ରଗ୍ସ କାରଣରୁ ଭୋକ ଲାଗେ ନାହିଁ, ଏଥିପାଇଁ ଝିଅ ମାନେ ନିଜକୁ ସ୍ଲିମ୍ ଟ୍ରିମ୍ ରଖିବା ପାଇଁ ଏହାର ବ୍ୟବହାର କରନ୍ତି । ରାକ୍ଷୀ କହିଛନ୍ତି ଯେ ଜଣେ ଅଭିନେତ୍ରୀ ଉପରେ ନିଜ ଓଜନକୁ ନେଇ ବହୁତ ଚାପ ରହିଥାଏ, ତାଙ୍କୁ ଏହି ଭୟ ଥାଏ ଯେ ଯଦି ତାଙ୍କ ଓଜନ ବଢିଗଲା ତେବେ ତାଙ୍କୁ ଚଳଚ୍ଚିତ୍ର ଗୁଡ଼ିକରେ କିପରି କାମ ମିଳିବ । ଏହି କାରଣ ଯୋଗୁଁ ଅଭିନେତ୍ରୀ ମାନେ ଡ୍ରଗ୍ସ ନିଅନ୍ତି ।

ରାକ୍ଷୀ ବ୍ୟକ୍ତ କଲେ ନିଜ ଅନୁଭବ

ରାକ୍ଷୀ ସାବନ୍ତ ନିଜର ଅନୁଭବ ବ୍ୟକ୍ତ କରି କହିଛନ୍ତି ଯେ କିଛି ସମୟ ପୂର୍ବରୁ ମୁଁ ନିଜେ ଓଜନ ବୃଦ୍ଧି ହେଉଥିବା କଥାକୁ ନେଇ ଚିନ୍ତିତ ଥିଲି । ସେହି ସମୟରେ ମୁଁ ଇଣ୍ଡଷ୍ଟ୍ରିର ବହୁତ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଥିଲି, ତେବେ ସେହି ଲୋକମାନେ ମୋତେ ଡ୍ରଗ୍ସ ଓ ହେଶ ନେବା ପାଇଁ ପରାମର୍ଶ ଦେଉଥିଲେ । କିଛି ଲୋକ ମୋତେ କହିଥିଲେ ଯେ ଏହା ଏକ ସାଧାରଣ କଥା ଅଟେ, ବହୁତ ଲୋକ ସ୍ଲିମ୍ ରହିବା ଏହାକୁ ବ୍ୟବହାର କରନ୍ତି । ରାକ୍ଷୀ ଆଗକୁ କହିଛନ୍ତି ଯେ ମୁଁ ସେହି ପରାମର୍ଶ ସହିତ ସହମତି ପ୍ରକାଶ କରିନଥିଲି ଏବଂ ମୁଁ ଡ୍ରଗ୍ସ ବଦଳରେ ଯୋଗ କରିବାକୁ ବାଛିନେଲି । ସେ କହିଛନ୍ତି ଯେ ବହୁତଗୁଡିଏ ବଲିଉଡ଼ କଳାକାର ସ୍ଲିମ୍ ରହିବା ପାଇଁ ସହଜ ଉପାୟ ଚୟନ କରନ୍ତି, କିନ୍ତୁ ଏହା ପୁରାପୁରି ଭୁଲ୍ ଅଟେ ।

ସମ୍ପୂର୍ଣ୍ଣ ଦେଶରେ ଚାଲୁଛି ନିଶା ବ୍ୟବସାୟ

ରାକ୍ଷୀ ସାବନ୍ତ ଏତିକିରେ ଅଟକିଲେ ନାହିଁ ବରଂ ସେ ଆଗକୁ କହିଛନ୍ତି ଯେ ଡ୍ରଗ୍ସ ଓ ନିଶା ବ୍ୟବସାୟ କେବଳ ବଲିଉଡ଼ରେ ନୁହେଁ ବରଂ ସମଗ୍ର ଦେଶରେ ଚାଲୁଅଛି । ଏଥିସହ ସେ ଏହା ମଧ୍ୟ କହିଲେ ଯେ ମୁଁ ଇଣ୍ଡଷ୍ଟ୍ରିରେ ବହୁତ ଲୋକଙ୍କୁ ଜାଣେ, ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି, କିନ୍ତୁ ମୋତେ ତାଙ୍କ ନାମ ନେବାର ଅଧିକାର ନାହିଁ । ରାକ୍ଷୀ କୁହନ୍ତି ଯେ କେବଳ ବଲିଉଡ଼କୁ ଖରାପ କହିବା ଠିକ୍ ନୁହେଁ, ଡ୍ରଗ୍ସର ସେବନ ସମଗ୍ର ବିଶ୍ବରେ କରାଯାଏ, ଏହିପରି କେବଳ ବଲିଉଡ଼ରେ ଲକ୍ଷ୍ୟ ସାଧିବା ଭୁଲ୍ ଅଟେ ।

Be the first to comment

Leave a Reply

Your email address will not be published.


*