ମାଆଙ୍କର Operation ପରେ ମଝି ରାସ୍ତାରେ କାନ୍ଦିଥିଲେ ରାକ୍ଷୀ ସାୱନ୍ତ ! ଆସନ୍ତୁ ଜାଣିବ ସଂପୂର୍ଣ୍ଣ ଘଟଣାବଳୀ…

ମାଆଙ୍କର Operation ପରେ ମଝି ରାସ୍ତାରେ କାନ୍ଦିଥିଲେ ରାକ୍ଷୀ ସାୱନ୍ତ ! ଆସନ୍ତୁ ଜାଣିବ ସଂପୂର୍ଣ୍ଣ ଘଟଣାବଳୀ…

ବଲିଉଡର ଆଇଟମ୍ ଗାର୍ଲ ବହୁତ ସମସ୍ୟା ପରେ ଆଜି ଅତ୍ୟନ୍ତ ଖୁସି ଦେଖା ଯାଉଛନ୍ତି । ଅଭିନେତ୍ରୀଙ୍କର ଏହି ଖୁସିର କାରଣ ତାଙ୍କ ମାଆଙ୍କର ସଠିକ୍ ଉପାୟରେ କର୍କଟର ଟ୍ୟୁମର୍ ଅପରେଶନ୍ ହେବା । ଆପଣ ଜାଣିଥିବେ ଯେ, ଦୁଇ ମାସ ପୂର୍ବରୁ ରାକ୍ଷୀ କହିଥିଲେ କି ତାଙ୍କ ମାଆ କର୍କଟ ଭଳି ବଡ଼ ରୋଗ ସହ ଲଢ଼ୁଛନ୍ତି । ତେବେ ଆଜି ରାକ୍ଷୀଙ୍କ ମାଆଙ୍କର ଅପରେଶନ୍ ହୋଇଛି ଏବଂ ଏଥିପାଇଁ ସେ ବଲିଉଡର ଭାଇଜାନ୍ ସଲମାନ୍ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଛି ଘଣ୍ଟା ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର୍ କରି ରାକ୍ଷୀ ଧନ୍ୟବାଦ କହିଥିଲେ ।

ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମୁମ୍ବାଇର ସଡକ ଉପରେ ‘ଜୋର୍ ଜୋର୍’ରେ କାନ୍ଦୁଥିବାର ଦେଖା ଯାଇଛନ୍ତି । ହସ୍ପିଟାଲର ବାହାରକୁ ଆସି ରାକ୍ଷୀ ମିଡ଼ିଆ ଆଗରେ ନିଜ ମାଆଙ୍କର ଅପରେଶନ୍ ବିଷୟରେ ସୂଚନା ଦେଇ ବହୁତ କାନ୍ଦିଥିଲେ । ମାଟି ଉପରେ ବସି ରାକ୍ଷୀ ସଲମାନ୍ ଏବଂ ସୋହେଲ୍ ଖାନଙ୍କର ପ୍ରଣାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମୟ ମଧ୍ୟରେ ରାକ୍ଷୀ କହିଛନ୍ତି ଯେ, ତାଙ୍କ ମାଆଙ୍କର ଜୀବନ ସଲମାନ୍ ଖାନ୍ ଏବଂ ସୋହେଲ୍ ଖାନ୍ ରକ୍ଷା କରିଛନ୍ତି ଏବଂ ସେମାନେ କୌଣସି ଭଗବାନଙ୍କ ଠାରୁ କମ୍ ନୁହଁନ୍ତି ।

ଏହାପୂର୍ବରୁ ରାକ୍ଷୀ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ କି ଆଜି ତାଙ୍କ ମାଆଙ୍କର ଅପରେଶନ୍ ଅଛି । ନିଶ୍ଚିତ ଭାବରେ କର୍କଟର ଟ୍ୟୁମର୍ ବାହାର କରିଦିଆଯିବ । ସେ ବହୁତ ଖୁସି ଅଛନ୍ତି । ଏହାପରେ ରାକ୍ଷୀଙ୍କର ମାଆ ସଲମାନ୍ ଖାନ୍ ଏବଂ ସୋହେଲ୍ ଖାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି କି ଆମେ ଚିନ୍ତିତ ଥିଲୁ କି ବର୍ତ୍ତମାନ ଆମ ପାଖରେ ଟଙ୍କା ନାହିଁ, ଆମେ କଣ କରିବୁ କିନ୍ତୁ ଭଗବାନ୍ ଆମ ପାଇଁ ସଲମାନ୍ ଖାନଙ୍କୁ ପଠାଇଛନ୍ତି । ସେ ମୋ ଅପରେଶନ୍ କରାଉଛନ୍ତି । ତାଙ୍କର ପୂରା ପରିବାର ମୋ ପାଇଁ ଛିଡା ହୋଇଛନ୍ତି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛି ।

କହିରଖୁଛୁ ଯେ, ରାକ୍ଷୀ ସାୱନ୍ତଙ୍କର ମାଆଙ୍କୁ କର୍କଟ ରୋଗ ହୋଇଥିବାର ଜଣା ପଡିବା ପରେ ସଲମାନ୍ ଖାନ୍ ଏବଂ ତାଙ୍କ ଛୋଟ ଭାଇ ସୋହେଲ୍ ଖାନ୍ ରାକ୍ଷୀଙ୍କୁ ସମସ୍ତ ପ୍ରକାରର ସହାୟତା କରିବାପାଇଁ ଆଗକୁ ଆଗେଇ ଆସିଥିଲେ । ରାକ୍ଷୀ କହିଥିଲେ କି ତାଙ୍କ ମାଆଙ୍କର ଅପରେଶନ୍ କରୁଥିବା ଡାକ୍ତର୍ ସଲମାନ୍ ଖାନଙ୍କର ପରିଚିତ ଅଟନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯେ, ସଲମାନ୍ ଖାନ୍ ଏବଂ ସୋହେଲ୍ ଖାନଙ୍କ ବ୍ୟତୀତ କଭିତା କୌଶିକ୍, ବିନ୍ଦୁ ଦାରା ସିଂହ, କଶ୍ମୀରା ଶାହା, ସମ୍ଭାବନା ସେଠ ଭଳି ଅନେକ କଳାକାର ମଧ୍ୟ ରାକ୍ଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *