ତିନୋଟି ଝିଅର ପିତା ଅଟନ୍ତି ରାଜପାଳ ୟାଦବ୍ ! ନିଜଠାରୁ ୯ ବର୍ଷ ଛୋଟ ଝିଅକୁ କାନାଡ଼ାରେ କରିଥିଲେ ଦ୍ୱିତୀୟ ବିବାହ…

ତିନୋଟି ଝିଅର ପିତା ଅଟନ୍ତି ରାଜପାଳ ୟାଦବ୍ ! ନିଜଠାରୁ ୯ ବର୍ଷ ଛୋଟ ଝିଅକୁ କାନାଡ଼ାରେ କରିଥିଲେ ଦ୍ୱିତୀୟ ବିବାହ…

ହିନ୍ଦୀ ସିନେମାର ଉତ୍ତମ ଅଭିନେତା ରାଜପାଳ ୟାଦବ୍ ଦର୍ଶକ ମାନଙ୍କୁ ନିଜ କମେଡ଼ିରୁ ଖୁବ୍ ହସାଇଛନ୍ତି । ଛୋଟ ଉଚ୍ଚତାରୁ ଏହି ଅଭିନେତା ଚଳଚ୍ଚିତ୍ର ଜଗତରେ ଖୁବ୍ ନାମ ଅର୍ଜନ କରିଛନ୍ତି । ରାଜପାଳ ୟାଦବ୍ ଗତ ଦୁଇ ଦଶକର ଅଧିକ ସମୟ ଧରି ବଲିଉଡ଼ରେ କାର୍ଯ୍ୟ କରୁଛନ୍ତି ଏବଂ ସେ ଚଳଚ୍ଚିତ୍ର ଜଗତରେ ମଧ୍ୟ ଖୁବ୍ ନାମ ଅର୍ଜନ କରିଛନ୍ତି ।

ବଲିଉଡ଼ରେ ଏପରି ଏକ ସମୟ ମଧ୍ୟ ଆସିଥିଲା ଯେତେବେଳେ ରାଜକୁମାରଙ୍କ ନାମରେ ଚଳଚ୍ଚିତ୍ର ଗୁଡ଼ିକ ହିଟ୍ ହୋଇଯାଉଥିଲା । ଫିଲ୍ମୀ କ୍ୟାରିୟର୍ ଆରମ୍ଭରେ ଛୋଟ ଛୋଟ ଚରିତ୍ରରେ ନଜର ଆସୁଥିବା ରାଜପାଳ ୟାଦବ୍ ପରେ ଚଳଚ୍ଚିତ୍ରରେ ସହାୟକ ଭୂମିକାରେ ଅଭିନୟ କରି ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି । ଶେଷଥର ପାଇଁ ସେ ହିଟ୍ ଚଳଚ୍ଚିତ୍ର ‘ଜୁଡ଼ବା ୨’ରେ ନଜର ଆସିଥିଲେ, ଏହାପରେ ମଧ୍ୟ ତାଙ୍କର କିଛି ଚଳଚ୍ଚିତ୍ର ଆସିଲା ଯଦିଓ ତାହା ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ।

ନିଜର ଉତ୍ତମ କମେଡ଼ି ଓ ଦମଦାର୍ ଅଭିନୟରୁ ରାଜପାଳ ୟାଦବ୍ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରରେ ଛାଇ ରହିଥିଲେ । ଏହି କଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ରାଜପାଳ ୟାଦବ୍ ମୋଟ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କର ୩ଟି ଝିଅ ଅଛନ୍ତି । ଆସନ୍ତୁ ଆଜି ଆପଣଙ୍କୁ ରାଜପାଳ ୟାଦବଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବୁ…

ରାଜପାଳ ୟାଦବ୍ ପ୍ରଥମ ବିବାହ କରୁଣା ନାମକ ଏକ ମହିଳାଙ୍କ ସହିତ କରିଥିଲେ । ଦୁହିଁଙ୍କ ଏକ ଝିଅ ଅଛନ୍ତି ଯାହାଙ୍କ ନାମ ଜ୍ୟୋତି ଅଟେ । ଯଦିଓ ଖୁବଶୀଘ୍ର ତାଙ୍କ ପ୍ରଥମ ସ୍ତ୍ରୀ ଦୁନିଆରୁ ବିଦାୟ ନେଇଗଲେ । ଝିଅ ଜ୍ୟୋତିଙ୍କୁ ଜନ୍ମଗ୍ରହଣ କରିବା ପରେ କରୁଣା ଏ ଦୁନିଆରୁ ଚାଲିଗଲେ । ପରେ ସେ ଦ୍ୱିତୀୟ ବିବାହ କରିନେଲେ । ରାଜପାଳ ୟାଦବଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ନାମ ଅଟେ ରାଧା ୟାଦବ୍ । ଆସନ୍ତୁ ଆଜି ଆପଣଙ୍କୁ ରାଧା ଓ ରାଜପାଳଙ୍କ ପ୍ରେମ କାହାଣୀ ବିଷୟରେ ଜଣାଇବୁ…

କୁହାଯାଏ ଯେ, ପ୍ରଥମ ପତ୍ନୀ କରୁଣାଙ୍କ ନିଧନ ପରେ ରାଜପାଳ ୟାଦବ୍ ଦ୍ୱିତୀୟ ବିବାହ କରିବା ପାଇଁ ପ୍ରସ୍ତୁତ ନଥିଲେ, କିନ୍ତୁ ତାଙ୍କ ଭାଗ୍ୟରେ ରାଧାଙ୍କ ଜୀବନ ସାଥି ହେବା ଲେଖା ଥିଲା । ନିଜ ସାକ୍ଷାତକାରରରେ ରାଜପାଳ ୟାଦବ୍ କହିଥିଲେ ଯେ, “ମୋ ସ୍ତ୍ରୀ ରାଧା ମୋ ଠାରୁ ୯ ବର୍ଷ ଛୋଟ ଥିଲେ । ଆମର ପ୍ରେମ ବିବାହ ହୋଇଥିଲା । “ରାଜପାଳ ୟାଦବଙ୍କ ଅନୁଯାୟୀ ଯେତେବେଳେ ସେ ନିଜ ଚଳଚ୍ଚିତ୍ର ‘ଦ ହିରୋ’ର ଶୁଟିଂ ପାଇଁ କାନାଡ଼ା ଯାଇଥିଲେ ସେତେବେଳେ ତାଙ୍କ ଦେଖା ରାଧାଙ୍କ ସହିତ ହୋଇଥିଲା ।

ସୂଚନା ଅନୁଯାୟୀ, ରାଜପାଳ ଓ ରାଧାଙ୍କ ଦେଖା ଏକ କମନ୍ ଫ୍ରେଣ୍ଡଙ୍କ ଜରିଆରେ ହୋଇଥିଲା । ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା କିନ୍ତୁ ଯେତେବେଳେ ଦେଖା ସାକ୍ଷାତ ବଢ଼ିଲା ସେତେବେଳେ ଦୁହେଁ ପରସ୍ପରକୁ ଭଲପାଇ ବସିଲେ । ଦୁହେଁ ଆଗକୁ ଯାଇ ୧୦ ଦିନ ପର୍ଯ୍ୟନ୍ତ ସମୟ ଅତିବାହିତ କଲେ । ରାଜପାଳ ଚଳଚ୍ଚିତ୍ରର ଶୁଟିଂ ଶେଷ କରି ଭାରତକୁ ଫେରି ଆସିଲେ । ଯଦିଓ ଦୁହେଁ ପରସ୍ପର ସମ୍ପର୍କରେ ଥିଲେ ।

ରାଜପାଳ ୟାଦବଙ୍କ ସ୍ତ୍ରୀ ପ୍ରଥମ ଦେଖା ବିଷୟରେ ଆଲୋଚନା କରି କହିଥିଲେ ଯେ, “ମୁଁ ଯେତେବେଳେ ପ୍ରଥମ ଥର ପାଇଁ ମୁମ୍ବାଇ ପହଞ୍ଚି ଥିଲି, ସେତେବେଳେ ରାଜପାଳ ମୋତେ ନିଜ ଘରକୁ ନେଇ ଯାଇଥିଲେ । ସେ ମୋତେ ସରପ୍ରାଇଜ୍ ଦେବା ପାଇଁ ଘରର ଇଣ୍ଟିରିୟର୍ ସେହି ହୋଟେଲ୍ ଭଳି କରାଇଥିଲେ, ଯେପରିକି କାନାଡ଼ା ହୋଟେଲରେ ଥିଲା, ଯେଉଁଠାରେ ଆମେ ପ୍ରଥମଥର ଦେଖା କରିଥିଲୁ । “ଜଣାଇଦେଉଛୁ ଯେ ରାଧା ଓ ରାଜପାଳ ୧୦ ମେ ୨୦୦୩ କୁ ବିବାହ କରିଥିଲେ ।

ରାଜପାଳଙ୍କ ପ୍ରଥମ ପତ୍ନୀ ଠାରୁ ତାଙ୍କର ଗୋଟିଏ ଝିଅ ଅଛନ୍ତି ଜ୍ୟୋତି ଓ ରାଧା ଏବଂ ରାଜପାଳଙ୍କ ମଧ୍ୟ ୨ଟି ଝିଅ ଅଛନ୍ତି । ଜଣାଇଦେଉଛୁ ଯେ ରାଜପାଳଙ୍କ ବଡ଼ ଝିଅ ଜ୍ୟୋତିଙ୍କ ବିବାହ ହୋଇସାରିଛି ।

Leave a Reply

Your email address will not be published. Required fields are marked *