ରାଜନାଥ ସିଂହଙ୍କର ଆତ୍ମନିର୍ଭର ଭାରତର ପ୍ରତିରକ୍ଷା କ୍ଷେତ୍ରର ୧୦୧ଟି ଜିନିଷ ଉପରେ ଲାଗିବ ଆମଦାନୀର ବ୍ୟାନ୍ !

ରାଜନାଥ ସିଂହଙ୍କର ଆତ୍ମନିର୍ଭର ଭାରତର ପ୍ରତିରକ୍ଷା କ୍ଷେତ୍ରର ୧୦୧ଟି ଜିନିଷ ଉପରେ ଲାଗିବ ଆମଦାନୀର ବ୍ୟାନ୍ !

ଆତ୍ମନିର୍ଭରଶୀଳ ଭାରତ ତିଆରି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

୧୦୧ ଜିନିଷ ଉପରେ ଆମଦାନୀ ପ୍ରତିବନ୍ଧକ ଲାଗୁ ହେବ ।

ଆସନ୍ତା ୬ ରୁ ୭ ବର୍ଷ ମଧ୍ୟରେ ଘରୋଇ ଶିଳ୍ପକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଅର୍ଡର ଦିଆଯିବ ।

ଆତ୍ମନିର୍ଭର ଭାରତକୁ ବିକଶିତ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟ ବଡ ସିଦ୍ଧାନ୍ତ ନେଇଛି । ଏଥିରେ ପ୍ରତିରକ୍ଷା ସହିତ ଜଡିତ ୧୦୧ଟି ଜିନିଷର ଆମଦାନୀ ଉପରେ ରୋକ୍ ଲଗାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ଘୋଷଣା କରିଛନ୍ତି । ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏହି ୧୦୧ଟି ଜିନିଷ ମଧ୍ୟରେ ଆର୍ଟିଲିରି ବନ୍ଧୁକ, ଅସାଲ୍ଟ ରାଇଫଲ୍, ରଡାର୍ ଏଗୁଡିକ ମଧ୍ୟ ସାମିଲ ରହିଛି । ଏହିଗୁଡିକ ବର୍ତ୍ତମାନ ଭାରତରେ ହିଁ ତିଆରି କରାଯିବ । ଅତ୍ୟାବଶ୍ୟକ ପ୍ରତିରକ୍ଷା ସାମଗ୍ରୀ ତିଆରି ପାଇଁ ଚୁକ୍ତିନାମା ଆସନ୍ତା ୬-୭ ବର୍ଷ ମଧ୍ୟରେ ଘରୋଇ କମ୍ପାନୀଗୁଡିକୁ ପ୍ରଦାନ କରାଯିବ ।

ଏହି ପ୍ରତିବନ୍ଧକ ୨୦୨୦ ରୁ ୨୦୨୪ ପର୍ଯ୍ୟନ୍ତ ଲାଗୁ ରହିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ବିବୃତ୍ତିରେ କହିଛନ୍ତି, ଏହା ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସାହାଯ୍ୟ କରିବ । ଆଗାମୀ ୬-୭ ବର୍ଷ ମଧ୍ୟରେ ଘରୋଇ କମ୍ପାନୀ ଗୁଡିକୁ ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଅର୍ଡର ଦିଆଯିବ । ମନ୍ତ୍ରାଳୟ ୧୦୧ଟି ଜିନିଷର ତାଲିକା ପ୍ରସ୍ତୁତ କରିଛି, ରାଜନାଥ ସିଂହ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ “ଆତ୍ମନିର୍ଭରଶୀଳ ଭାରତ ଅଭିଯାନ” ଆଡକୁ ଅଗ୍ରସର କରିବାକୁ ପ୍ରସ୍ତୁତ ହୋଇସାରିଛି ।

୧୦୧ଟି ଜିନିଷ ମଧ୍ୟରେ କଣ କଣ ସାମିଲ ରହିଛି :-

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ୧୦୧ଟି ଜିନିଷର ତାଲିକା ଦିଆଯାଇ ନାହିଁ କନ୍ତୁ କିଛି ଜିନିଷ ବିଷୟରେ କୁହାଯାଇଛି । ସେ କହିଛନ୍ତି ଏଥିରେ କେବଳ ସାଧାରଣ ପାର୍ଟସ ହିଁ ସାମିଲ ହେବ ନାହିଁ ବରଂ ତୋପ, ଅସଲ୍ଟ ରାଇଫଲ୍, ସୋନାର ସିଷ୍ଟମ୍, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, LCHs, ରଡାର୍ସ୍, ଯୁଦ୍ଧ ବାହନ ଇତ୍ୟାଦି ମଧ୍ୟ ଭାରତରେ ତିଆରି ହେବ ।

ଆଗାମୀ ୬-୭ ବର୍ଷରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବ :-

ANI Twitter

ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନର ବିକାଶ ପାଇଁ ମନ୍ତ୍ରାଳୟ ସେନା, ଜନସାଧାରଣ ଏବଂ ଘରୋଇ ଇଣ୍ଡଷ୍ଟ୍ରିଙ୍କ ସହିତ ଆଲୋଚନା ହେବା ପରେ ତାଲିକା ପ୍ରସ୍ତୁତ କରିଛି । ରାଜନାଥ ସିଂହଙ୍କ କହିବା ଅନୁସାରେ, ଏହି ଉତ୍ପାଦ ଗୁଡିକର ପାଖାପାଖି ୨୬୦ଟି ଯୋଜନା ପାଇଁ ତିନୋଟି ବିଭାଗର ସେନାଙ୍କୁ ଏପ୍ରିଲ ୨୦୧୫ ରୁ ୨୦୨୦ ମଧ୍ୟରେ ପାଖାପାଖି ସାଢ଼େ ତିନି ଲକ୍ଷ କୋଟି ଟଙ୍କାର କଣ୍ଟ୍ରାକ୍ଟ ଦିଆଯାଇଥିଲା । ସେମାନଙ୍କ ଅନୁମାନ ଅନୁସାରେ ଆଗାମୀ ୬-୭ ବର୍ଷ ମଧ୍ୟରେ ଘରୋଇ ଇଣ୍ଡଷ୍ଟ୍ରି ମାନଙ୍କୁ ପାଖା ପାଖି ୪ ଲକ୍ଷ କୋଟି ଟଙ୍କାର ଠିକା ଦିଆଯିବ ।

Leave a Reply

Your email address will not be published. Required fields are marked *