ରାଜମହଲରେ ରାଜାଙ୍କ ପରି ରହୁଛନ୍ତି ରଜନୀକାନ୍ତଙ୍କ ଜ୍ଵାଇଁ ! ଆରାମଦାୟକ ଘରର ସୁନ୍ଦର ସୁନ୍ଦର ଫୋଟ ଦେଖନ୍ତୁ…

ରାଜମହଲରେ ରାଜାଙ୍କ ପରି ରହୁଛନ୍ତି ରଜନୀକାନ୍ତଙ୍କ ଜ୍ଵାଇଁ ! ଆରାମଦାୟକ ଘରର ସୁନ୍ଦର ସୁନ୍ଦର ଫୋଟ ଦେଖନ୍ତୁ…

ଦକ୍ଷିଣ ଭାରତୀୟ ସିନେମା ଜଗତର ପ୍ରସିଦ୍ଧ କଳାକାର ମାନଙ୍କ ମଧ୍ୟରୁ ଅଭିନେତା ଧନୁଷ୍ ଅନ୍ୟତମ ଅଟନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଧନୁଷ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଖ୍ୟାତି ଅର୍ଜନ କରିବାରେ ସକ୍ଷମ ହୋଇପାରିଛନ୍ତି । ଦକ୍ଷିଣ ଭାରତରେ ତାଙ୍କର ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକମାନେ ରହିଛନ୍ତି । ଏହା ଖୁବ୍ କମ୍ ଲୋକଙ୍କୁ ଜ୍ଞାତ ଥିବ କି ଧନୁଷଙ୍କର ସମ୍ପୂର୍ଣ୍ଣ ନାମ ଭେଙ୍କଟେଶ୍ ପ୍ରଭୁ କସ୍ତୁରୀ ରାଜା ଅଟେ । ଏହା ସହିତ ଆପଣଙ୍କୁ କହିରଖୁଛୁ କି ଧନୁଷ୍ ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ବଡ କଳାକାର ଭାବରେ ପରିଗଣିତ ହେଉଥିବା ରଜନୀକାନ୍ତଙ୍କ ଜ୍ଵାଇଁ ଅଟନ୍ତି ।

ଧନୁଷ୍ ନିଜ କ୍ୟାରିୟରରେ ଚଳଚ୍ଚିତ୍ର ଜଗତକୁ ବର୍ତ୍ତମାନ ସୁଦ୍ଧା ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି, ସେ ଖୁବ୍ ଶୀଘ୍ର ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଧନୁଷ୍ ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ହିଟ୍ ଅଟନ୍ତି । ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ସେ ନିଜର ଫୋଟ ସେୟାର୍ କରିଥା’ନ୍ତି, ବେଳେବେଳେ ସେ କିଛି ଫୋଟ ମାଧ୍ୟମରେ ନିଜ ଘରର କିଛି ଚମତ୍କାରିତା ମଧ୍ୟ ଦେଖାଇଥାଆନ୍ତି । ତେବେ ଆସନ୍ତୁ ଆଜିକାର ଏହି ଆର୍ଟିକେଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଧନୁଷଙ୍କ ଘରର କିଛି ସୁନ୍ଦର ସୁନ୍ଦର ଫୋଟର ଝଲକ୍ ଦେଖାଇବାକୁ ଯାଉଛୁ…

ଧନୁଷ୍ ନିଜ ଘରକୁ ବହୁତ ସୁନ୍ଦର ଭାବରେ ସଜାଇଛନ୍ତି । ଘରକୁ ଦେଖିବା ମାତ୍ରେ ସୌନ୍ଦର୍ଯ୍ୟତା ସ୍ପଷ୍ଟ ଭାବେ ନଜର ଆସିଯିବ । ଅଭିନେତା ନିଜ ଘରର ଚଟାଣର କିଛି ଅଂଶକୁ କାଠରେ ନିର୍ମାଣ କରିଛନ୍ତି । ଫୋଟ ଗୁଡିକର ପଶ୍ଚାତ ପାର୍ଶ୍ଵରୁ କାଠରେ ନିର୍ମିତ କାନ୍ଥ, ସୋଫା ସେଟ୍ ନଜର ଆସୁଛି ।

ଯଦି ଧନୁଷଙ୍କ ଘରର ଡ୍ରଇଂ ରୁମକୁ ଦେଖାଯାଏ ତେବେ ତାହା ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଅଛି । ଧନୁଷଙ୍କ ଘରେ ମାଟିଆ ରଙ୍ଗର ଆବରଣ ସହିତ ଏକ ସୋଫା ସେଟ୍ ରହିଛି । ଘରର କାନ୍ଥରେ କିଛି ସୁନ୍ଦର ଚିତ୍ର ମଧ୍ୟ ରହିଛି ।

ଫୋଟ ଗୁଡ଼ିକୁ ଦେଖିବା ପରେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି କି ଧନୁଷ୍ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ପୁସ୍ତକ ପଢ଼ିବାକୁ ବହୁତ ପସନ୍ଦ କରନ୍ତି । ତାଙ୍କ ଘରେ ଅନେକ ପୁସ୍ତକ ରହିଛି । ପ୍ରାୟ ସମୟରେ ଉଭୟେ ପୁସ୍ତକ ପଢୁଥିବା ନଜର ଆସନ୍ତି । ଐଶ୍ୱର୍ଯ୍ୟା ତାଙ୍କ ପୁଅ ସହିତ ସୋଫାରେ ବସିଛନ୍ତି ଏବଂ ସେମାନଙ୍କ ପଛରେ ବହିର ଏକ ଥାକ ଆପଣମାନେ ଦେଖି ପାରୁଥିବେ ।

ଧନୁଷଙ୍କ ଘରର ବାଲକୋନୀରେ ସିଧାସଳଖ ସୂର୍ଯ୍ୟ କିରଣ ଆସିଥାଏ । ବାଲକୋନି ବହୁତ ସୁନ୍ଦର ଏବଂ ଅଭିନେତା ଏଥିରେ କିଛି ସବୁଜ ଵୃକ୍ଷକୁ ମଧ୍ୟ ସ୍ଥାନ ଦେଇଛନ୍ତି । ଏହାସହିତ ବାଲକୋନୀରେ ଏକ ଗ୍ଲାସ୍ ରେଲିଂ ରହିଛି ଏବଂ ସେଠାରେ ଗୋଟିଏ ଚୌକି ମଧ୍ୟ ରଖାଯାଇଛି ।

ଘରର ଲନ୍ ବିଷୟରେ କହିବାକୁ ଗଲେ ଏହା ମଧ୍ୟ ଦେଖିବା ପରେ ଆଖିକୁ ବହୁତ ଶାନ୍ତି ମିଳିଥାଏ । ଐଶ୍ୱର୍ଯ୍ୟା ଘରର ଲନ୍ ବ୍ୟାୟାମ୍ କରୁଥିବା ନଜର ଆସୁଛନ୍ତି । ଲନରେ ଅନେକ ଲାଭଦାୟକ ଗଛ ମଧ୍ୟ ଲଗାଯାଇଛି ।

ଧନୁଷ୍ ଏବଂ ଐଶ୍ୱର୍ଯ୍ୟା ମନକୁ ଆକର୍ଷିତ କରିବା ପରି ନିଜ ଘରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି । ଘରର ମନ୍ଦିରକୁ ଥରେ ଦେଖିବା ପରେ ଏଥିରୁ ନଜର ହଟାଇବା ଅତ୍ୟନ୍ତ କଷ୍ଟକର ଅଟେ ।

ବାହାର ପାର୍ଶ୍ଵରୁ ଯଦି ଦେଖାଯାଏ ତେବେ ଧନୁଷଙ୍କ ଘର କୌଣସି “5 star” ହୋଟେଲ୍ ଠାରୁ କମ୍ ନୁହେଁ । ଧଳା ରଙ୍ଗରେ ଏହି ଘରଟି ବହୁତ ସୁନ୍ଦର ଦେଖାଯାଉଛି ।

ଧନୁଷ୍ ଏବଂ ଐଶ୍ୱର୍ଯ୍ୟାଙ୍କ ଘର ଉଭୟ ଭିତର ଓ ବାହାର ପାର୍ଶ୍ଵରୁ ବହୁତ ସୁନ୍ଦର ନଜର ଆସୁଛି ।

୧୯୮୩ ମସିହା ଜୁଲାଇ ମାସ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ୩୭ ବର୍ଷୀୟ ଧନୁଷ୍ ୨୦ ବର୍ଷ ବୟସରୁ ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ୨୦୦୪ ମସିହା ନଭେମ୍ବର ମାସ ୧୮ ତାରିଖରେ ବିବାହ କରିଥିଲେ । ଏହି ବିବାହ ବହୁତ ସ୍ୱତନ୍ତ୍ର ଏବଂ କଡା଼ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାମିଲ୍ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ।

ଆଜି ଉଭୟଙ୍କର ଚାରିଗୋଟି ସନ୍ତାନ ଯାତ୍ରା ରାଜା, ଲିଙ୍ଗା ରାଜା, ଯାତ୍ରା ଏବଂ ଲିଙ୍ଗା ଧନୁଷ ଅଛନ୍ତି ।

କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଧନୁଷଙ୍କ ଆଗାମୀ ଚଳଚ୍ଚିତ୍ରର ନାମ “କରନାମ୍” ଅଟେ । ଏହି ଚଳଚ୍ଚିତ୍ର ୨୦୨୧ ମସିହା ଏପ୍ରିଲ ମାସ ୯ ତାରିଖରେ ମୁକ୍ତିଲାଭ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ନିକଟ ଅତୀତରେ ସେ ବଲିଉଡର ସୁପରଷ୍ଟାର୍ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ସାରା ଅଲୀ ଖାନଙ୍କ ସହିତ ଚଳଚ୍ଚିତ୍ର “ଅତରଙ୍ଗି ରେ”ର ସୁଟିଂ ଶେଷ କରିଛନ୍ତି । ଏହି ତିନୋଟି କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ୨୦୨୧ ମସିହା ଫେବୃଆରୀ ମାସ ୧୪ ତାରିଖରେ ମୁକ୍ତିଲାଭ ହେବାର ଥିଲା, କିନ୍ତୁ କରୋନା ହେତୁ ଏହାର ମୁକ୍ତିଲାଭ ତାରିଖ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *