ବଚ୍ଚନ ପରିବାରର ବୋହୂ ସହିତ ରୋମାନ୍ସ କରିବା ପାଇଁ ଭୟ କରୁଥିଲେ ରଜନୀକାନ୍ତ ! ଏହି କାରଣରୁ ହେଉଥିଲା କଷ୍ଟ

ବଚ୍ଚନ ପରିବାରର ବୋହୂ ସହିତ ରୋମାନ୍ସ କରିବା ପାଇଁ ଭୟ କରୁଥିଲେ ରଜନୀକାନ୍ତ ! ଏହି କାରଣରୁ ହେଉଥିଲା କଷ୍ଟ

ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ଓ ବଚ୍ଚନ ପରିବାରର ବୋହୂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଗତ କିଛି ଦିନ ଆଗରୁ ଖବରରେ ଚର୍ଚାରେ ରହିଥିଲେ, ନା କେବଳ ଐଶ୍ଚର୍ଯ୍ୟା ବରଂ ସମ୍ପୂର୍ଣ୍ଣ ବଚ୍ଚନ ପରିବାର ମିଡ଼ିଆରେ ଚର୍ଚାରେ ରହିଛନ୍ତି । ଏହାର କାରଣ ଏହା ଥିଲା ଯେ ବଚ୍ଚନ ପରିବାର କରୋନା ରୋଗରେ ଆକ୍ରାନ୍ତ ହୋଇଯାଇଥିଲ, ଯଦିଓ ବର୍ତ୍ତମାନ ସମସ୍ତ ଲୋକ ଠିକ୍ ହୋଇ ଘରକୁ ଫେରି ଯାଇଛନ୍ତି । ଏଥି ମଧ୍ୟରେ ଐଶ୍ଚର୍ଯ୍ୟା ରାୟ ଥରେ ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି । ଏଥର ତାଙ୍କ ସହ ଜଡ଼ିତ ଏକ କାହାଣୀ ଭାଇରାଲ ହେଉଛି । ଆସନ୍ତୁ ଜାଣିବା, କଣ ଅଟେ ଏହାର ସମ୍ପୂର୍ଣ୍ଣ ମାମଲା…..

newstrend

ବାସ୍ତବରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ଏକ ମଜାଳିଆ ଘଟଣା ଭାଇରାଲ ହେଉଛି । ଜଣାଇଦେଉଛୁ ଯେ ଐଶ୍ଚର୍ଯ୍ୟା ରଜନୀକାନ୍ତଙ୍କ ସହିତ ଚଳଚ୍ଚିତ୍ର ଏଥିରନ ଦ ରୋବୋଟରେ ସ୍କ୍ରିନ୍ ସେୟାର କରିଥିଲେ । ଏହି ଚଳଚ୍ଚିତ୍ରକୁ ନେଇ ରଜନୀକାନ୍ତଙ୍କ ଏକ ଇଣ୍ଟରଭ୍ୟୁ ଭିଡ଼ିଓ ବର୍ତ୍ତମାନ ଖୁବବ୍ ଭାଇରାଲ ହେଉଛି ଏବଂ ଚର୍ଚ୍ଚାରେ ଅଛି । ଏହି ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ଯେତେବେଳେ ଚଳଚ୍ଚିତ୍ରରୁ ତାଙ୍କୁ ଐଶ୍ଚର୍ଯ୍ୟାଙ୍କ ସହ ରୋମାନ୍ସ କରିବାକୁ କୁହାଗଲା, ସେତେବେଳେ ସେ ଖୁବ୍ ଡରି ଯାଇଥିଲେ ।

ଏହି କାରଣରୁ ଡରି ଯାଇଥିଲେ ସୁପରଷ୍ଟାର……

newstrend

ସୁପରଷ୍ଟାର କହିଛନ୍ତି ଯେ ମୁଁ ଫିଲ୍ମର ସୁଟିଂ ସମୟରେ ଐଶ୍ଚର୍ଯ୍ୟା ରାୟଙ୍କ ସହିତ ରୋମାନ୍ସ କରିବା ସମୟରେ ବହୁତ ଭୟ କରୁଥିଲି । ଏହାର କାରଣ ଥିଲେ ଅମିତାଭ ବଚ୍ଚନ । ସେ କହିଛନ୍ତି ଯେ ଐଶ୍ଚର୍ଯ୍ୟା ଅମିତାଭଙ୍କ ବୋହୂ ଅଟନ୍ତି । ଏବଂ ଅମିତଙ୍କ ସହିତ ମୋର ବହୁତ ଭଲ ବନ୍ଧୁତା ଥିଲା ।

newstrend

ରଜନୀକାନ୍ତ ଓ ଐଶ୍ଚର୍ଯ୍ୟା ରାୟ ଚଳଚ୍ଚିତ୍ର “ଏଥିରନ-ଦ-ରୋବୋଟ”ରେ ଏକାଠି କାମ କରିଥିଲେ । ନିଜର ସବୁଠାରୁ ଭଲ ବନ୍ଧୁ ଅମିତାଭଙ୍କ ବୋହୂଙ୍କ ସହିତ ରୋମାନ୍ସ କରିବା ପାଇଁ ରଜନୀକାନ୍ତ ଖୁବ୍ ଡରି ଯାଉଥିଲେ । ନିଜ ଇଣ୍ଟରଭ୍ୟୁରେ ସୁପରଷ୍ଟାର ଐଶ୍ଚର୍ଯ୍ୟାଙ୍କ ସୁନ୍ଦରତାକୁ ନେଇ କହିଥିଲେ ଯେ ଯଦି ଲୋକଙ୍କୁ ଐଶ୍ଚର୍ଯ୍ୟା ସୁନ୍ଦରତା ଦେଖିବା ପାଇଁ ଚାହଁନ୍ତି ତେବେ ଆପଣଙ୍କୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖିବା ଉଚିତ, ତାଙ୍କ ନୃତ୍ୟ ଶୈଳୀ ମଧ୍ୟ ବହୁତ ଉତ୍ତମ ଅଟେ । ସୁପରଷ୍ଟାର ଏହି କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଐଶ୍ଚର୍ଯ୍ୟାଙ୍କ ସହିତ ରୋମାଣ୍ଟିକ୍ ସିନ୍ ସୁଟ୍ କରିବା ତାଙ୍କ ପାଇଁ କିଛି ଅଲଗା ଅନୁଭବ ଥିଲା ।

ରଜନୀ କହିଲେ ‘ଐଶ୍ଚର୍ଯ୍ୟା ବିନା ମେକଅପରେ……’

newstrend

ରଜନୀ କହିଛନ୍ତି ଯେ ମୁଁ ଐଶ୍ଚର୍ଯ୍ୟାଙ୍କ ସହିତ ଲଭ୍ ସିନ୍ କରିବାରେ ଆଦୌ ସହଜ ନଥିଲା । ଯଦିଓ ଐଶ୍ଚର୍ଯ୍ୟା ଏକ ଜନ୍ମଜାତ କଳାକାର ଅଟନ୍ତି, ଏହା ସତ୍ତ୍ୱେ ମୁଁ ବହୁତ ଡରି ଯାଇଥିଲି କାରଣ ମୋତେ ଏପରି ଲାଗୁଥିଲା ଯେ ଅମିତାଭ କହିବେ ଖବରଦାର ରଜନୀ । ନିଜର ଏହି ଇଣ୍ଟରଭ୍ୟୁରେ ରଜନୀ ଐଶ୍ଚର୍ଯ୍ୟାଙ୍କ ସୁନ୍ଦରତାର ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଲେ ଯେ, ଐଶ୍ଚର୍ଯ୍ୟା ସୌନ୍ଦର୍ଯ୍ୟରେ ଭରପୁର ଅଟନ୍ତି । ସେ ସର୍ବଦା ସୁନ୍ଦରୀ ଦେଖାଯାଆନ୍ତି ।

ରଜନୀକାନ୍ତ ଐଶ୍ଚର୍ଯ୍ୟାଙ୍କ ବିଷୟରେ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ ଐଶ୍ଚର୍ଯ୍ୟା ବିନା ମେକଅପରେ ମଧ୍ୟ ବହୁତ ସୁନ୍ଦରୀ ଦେଖାଯାଆନ୍ତି । ମୁଁ ତାଙ୍କୁ ମେକଅପ୍ ଓ ବିନା ମେକଅପ୍ ଉଭୟ ପରିସ୍ଥିତିରେ ଦେଖିଛି । ମୋତେ ସେ ବିନା ମେକଅପରେ ଖୁବ୍ ଭଲ ଲାଗନ୍ତି । ଏଥିରନ ଦ ରୋବୋଟ ଚଳଚ୍ଚିତ୍ରରେ ଏକ ସିନ୍ ରହିଛି, ଯେଉଁଥିରେ ଐଶ୍ଚର୍ଯ୍ୟା ବିନା ମେକଅପରେ ନଜର ଆସିଥିଲେ ।

newstrend

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ଚଳଚ୍ଚିତ୍ର ଏଥିରନ ଦ ରୋବୋଟ ୨୦୧୦ ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଏସ ଶଙ୍କରଙ୍କ ନିର୍ଦେଶନାରେ ନିର୍ମାଣ ହୋଇଥିଲା । ଏହି ଚଳଚ୍ଚିତ୍ର ଏଥିରନ ଫ୍ରେଞ୍ଜାଇଜିର ପ୍ରଥମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । ଜଣାଇଦେଉଛୁ ଯେ ଚଳଚ୍ଚିତ୍ରରେ ରଜନୀ ଓ ଏଶ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଯେବେକି ତାଙ୍କ ବ୍ୟତୀତ ଡେନୀ ମଧ୍ୟ ଏହି ଚଳଚ୍ଚିତ୍ରର ଅଂଶ ବିଶେଷ ଥିଲେ ।

newstrend

ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଏବଂ ବଚ୍ଚନ ପରିବାରର ବୋହୂ ହେଲେ । ଜଣାଇଦେଉଛୁ ଯେ ୧୪ ଜାନୁଆରୀ ୨୦୦୭ ମସିହାରେ ଦୁହେଁ ନିର୍ବନ୍ଧ କଲେ ଓ ୨୦ ଏପ୍ରିଲ ରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ । ଜଣାଇଦିଆଯାଉଛି ଯେ ବିବାହ ପରଠାରୁ ଐଶ୍ଚର୍ଯ୍ୟା ବହୁତ କମ୍ ଚଳଚ୍ଚିତ୍ରରେ ନଜର ଆସିଲେ ।

Leave a Reply

Your email address will not be published. Required fields are marked *