୨୯ ଦିନ ଧରି ଜେଲରେ କଏଦୀ ରହିଥିବା ରାଜସ୍ଥାନର ମହିଳା SDMଙ୍କୁ ୧୦ ଦିନ ପାଇଁ ଜାମିନ ମିଳିଲା,ଯଜ୍ ଙ୍କୁ ବିବାହ କରିବେ

୨୯ ଦିନ ଧରି ଜେଲରେ କଏଦୀ ରହିଥିବା ରାଜସ୍ଥାନର ମହିଳା SDMଙ୍କୁ ୧୦ ଦିନ ପାଇଁ ଜାମିନ ମିଳିଲା,ଯଜ୍ ଙ୍କୁ ବିବାହ କରିବେ

ଲାଞ୍ଚ ନେଇଥିବା SDM ପିଙ୍କିଙ୍କ ହେବ ବାହାଘର : ୨୯ ଦିନ ଧରି ଜେଲରେ କଏଦୀ ରହିଥିବା ରାଜସ୍ଥାନର ମହିଳା SDMଙ୍କୁ ୧୦ ଦିନ ପାଇଁ ଜାମିନ ମିଳିଲା, ଜଜ୍ ଙ୍କୁ ବିବାହ କରିବେ !

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜେଲରେ ବନ୍ଦ ଏସଡିଏମ ପିଙ୍କି ମୀଣା ଫେବୃଆରୀ ୧୬ ତାରିଖ ଦିନ ଯଜ୍ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ରାଜସ୍ଥାନ ହାଇକୋର୍ଟର ଜୟପୁର ବେଞ୍ଚର ଜଷ୍ଟିସ ଇନ୍ଦ୍ରଜିତ ସିଂହ ତାଙ୍କୁ ୧୦ ଦିନର ସଶସ୍ତ୍ର ଜାମିନ ଦେଇଛନ୍ତି । ଦୋସାରେ ଜାତୀୟ ରାଜପଥ ନିର୍ମାଣ କରୁଥିବା କମ୍ପାନୀ ଠାରୁ ଟଙ୍କା ନେବା ଅଭିଯୋଗୀ SDM ପିଙ୍କି ୨୯ ଦିନ ଧରି ଜୟପୁରର ଘାଟଗେଟ ଜେଲରେ ବନ୍ଦ ଥିଲେ । ବୁଧବାର ଦିନ ରାତିରେ ତାଙ୍କୁ ମୁକ୍ତ କରିଦିଆଯାଇଛି ।

ପିଙ୍କି ମୀଣାଙ୍କୁ ମହିଳା ଜେଲର ମାର୍ଗ ପରିବର୍ତ୍ତେ ସେଣ୍ଟ୍ରାଲ ଜେଲର ମୁଖ୍ୟ ମାର୍ଗ ରେ ବାହାରକୁ ବାହାର କରାଯାଇଛି । ତାଙ୍କ ପରିବାର ଲୋକେ ତାଙ୍କୁ ନେବାକୁ ଆସିଥିଲେ । ସେ ଜୟପୁରରୁ ଚୌମୁର ଚିଥୱାଡିରୁ ନିଜ ଗ୍ରାମ ପାଇଁ ବାହାରି ଯାଇଛନ୍ତି । ପିଙ୍କିଙ୍କୁ ବିବାହର ପାଞ୍ଚ ଦିନ ପରେ ଅର୍ଥାତ ଫେବୃଆରୀ ୨୧ ତାରିଖ ଦିନ ଆତ୍ମସମପ୍ରଣ କରିବାକୁ ହେବ । ମାମଲାର ଆଗାମୀ ଶୁଣାଣି ଫେବୃଆରୀ ୨୨ ତାରିଖ ଦିନ ହେବ ।

ନୀଚ୍ଚତମ ଅଦାଲତ ବାରଣ କରିଦେଇଥିଲା ଜାମିନ ଆବେଦନ:-

SDM ମୀଣା ଜାନୁଆରୀ ୨୦୨୧ରେ ନୀଚ୍ଚତମ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ଅଦାଲତ ଜାମିନ ଦେବାପାଇଁ ମନା କରିଦେଇଥିଲା । ସରକାରୀ ଓକିଲ ଯାଞ୍ଚ ପ୍ରଭାବିତ ହେବାର କାରଣ ଦର୍ଶାଇ ଜାମିନ ପାଇଁ ବିରୋଧ କରିଥିଲା । ତେବେ ବର୍ତ୍ତମାନ ପିଙ୍କିଙ୍କୁ ବିବାହର ୬ ଦିନ ପୂର୍ବରୁ ହାଇକୋର୍ଟ ଠାରୁ ଜାମିନ ମିଳିଯାଇଛି ।

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ଜାତୀୟ ରାଜପଥ ନିର୍ମାଣ କରୁଥିବା କମ୍ପାନୀ ଠାରୁ ନେଇଥିଲେ ଲାଞ୍ଚ:-

ACB ଜାନୁଆରୀ ୧୩ ତାରିଖ ଦିନ ଜାତୀୟ ରାଜପଥ ନିର୍ମାଣ କରୁଥିବା କମ୍ପାନୀ ଠାରୁ ୫ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଦୋସା SDM ପୁଷ୍କର ମିତ୍ତଲ ଏବଂ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗରେ ବାନ୍ଦୀକୁଇ ଏସଡିଏମ ପିଙ୍କି ମୀଣାଙ୍କୁ ଗିରଫ କରିଥିଲା । ଅଭିଯୋଗ ରହିଛି ଯେ, ଉଭୟ SDM ଭାରତମାଳା ପରିଯୋଜନା (ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ଜାତୀୟ ରାଜପଥ) କମ୍ପାନୀର ଅଧିକାରୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ।

ମୀଣା ପ୍ରଥମଥରରେ ଆରଏଏସ କ୍ଲିୟର କରିଥିଲେ:-

ପିଙ୍କି ମୀଣା ଜୟପୁର ଜିଲ୍ଲାରେ ଚୌମୁର ଚିଥୱାଡି ଗ୍ରାମର ବାସିନ୍ଦା ଅଟନ୍ତି । ସରକାରୀ ବିଦ୍ୟାଳୟରୁ ପାଠ ପଢ଼ା ଶେଷ କରିଥିବା ପିଙ୍କି ମୀଣାଙ୍କ ପିତା ଜଣେ କୃଷକ ଅଟନ୍ତି । ସେ ପ୍ରଥମ ଥରରେ ହିଁ RAS ପରୀକ୍ଷା ସମ୍ପର୍ଣ କରିଥିଲେ, କିନ୍ତୁ ୨୧ ବର୍ଷ ବୟସ ନ ହେବା କାରଣରୁ ସେ ପରୀକ୍ଷା ଦେଇ ପାରିନଥିଲେ । ଏହାପରେ ୨୦୧୬ ମସିହାରେ ପୁଣିଥରେ ମେରିଟ ସହ ସମ୍ପର୍ଣ କରିଥିଲେ । ପ୍ରଥମ ପୋଷ୍ଟିଂ ଟୋଙ୍କରେ ମିଳିଥିଲା ।

Leave a Reply

Your email address will not be published. Required fields are marked *