ଅକ୍ଷୟ-ସଲମାନଙ୍କ ଠାରୁ ଅଧିକ ଅଛି କୁନ୍ଦ୍ରାଙ୍କ ସମ୍ପତ୍ତି ! କିପରି ଶଲ୍ ବିକ୍ରିକରି ହୋଇଗଲେ ୨୮୦୦ କୋଟି ଟଙ୍କାର ମାଲିକ…

ଅକ୍ଷୟ-ସଲମାନଙ୍କ ଠାରୁ ଅଧିକ ଅଛି କୁନ୍ଦ୍ରାଙ୍କ ସମ୍ପତ୍ତି ! କିପରି ଶଲ୍ ବିକ୍ରିକରି ହୋଇଗଲେ ୨୮୦୦ କୋଟି ଟଙ୍କାର ମାଲିକ…

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ଓ ଦେଶ ବିଦେଶରେପରିଚିତ ଥିବା ପ୍ରସିଦ୍ଧ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଏକ ବଡ଼ ଅସୁବିଧାରେ ପଡ଼ି ଯାଇଛନ୍ତି । ଯାହା ଫଳରେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ବାସ୍ତବରେ, ରାଜ୍ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଗିରଫ୍ କରି ନେଇଛନ୍ତି । ରାଜ୍ କୁନ୍ଦ୍ରାଙ୍କ ଗିରଫ୍ ସୋମବାର ରାତିରେ ତାଙ୍କ ଘରୁ ହୋଇଥିଲା ।

ସୂଚନାଥାଉକି, ରାଜଙ୍କୁ ବର୍ତ୍ତମାନ ୨୩ ଜୁଲାଇରେ ଏକ ନ୍ୟାୟିକ ଗିରଫରେ ପଠାଯିବ । ଏହାପରେ ତାଙ୍କୁ ଅଦାଲତ ସମ୍ମୁଖରେ ଉପସ୍ଥିତ କରାଯିବ । ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଶିଳ୍ପା ଶେଟ୍ଟୀ ସମସ୍ତ ସମ୍ଭବ ଚେଷ୍ଟା କରୁଛନ୍ତି । ସୂଚନାନୁଯାୟୀ, ସେ ସ୍ୱାମୀଙ୍କ ପାଇଁ ଦେଶର ବଡ଼ ବଡ଼ ଓକିଲଙ୍କୁ ସମ୍ପର୍କ କରୁଛନ୍ତି ।

ସୂଚନାଥାଉକି, ରାଜ୍ କୁନ୍ଦ୍ରା ଏକ ବହୁତ ବଡ଼ ଓ ନାମିଦାମୀ ବ୍ୟବସାୟୀ ଅଟନ୍ତି, ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଯଦିଓ ଏଠାକୁ ପହଞ୍ଚିବା ପାଇଁ ସେ ବହୁତ ସଂଘର୍ଷ ଓ ପରିଶ୍ରମ କରିଛନ୍ତି । ଆରମ୍ଭରେ ସେ ଶଲ୍ ବିକ୍ରି କରିବା କାମ କରୁଥିଲେ ଓ ପରେ ଧୀରେ ଧୀରେ ଧନୀ ବ୍ୟକ୍ତିଙ୍କ ସୂଚୀରେ ସାମିଲ୍ ହୋଇଗଲେ ।

ଆଜି ତାଙ୍କ ନିକଟରେ ବହୁତ ସମ୍ପତ୍ତି ରହିଛି । ଯାହାକି ହିନ୍ଦୀ ସିନେମାରେ ବଡ଼ ବଡ଼ କଳାକାର ମାନଙ୍କ ନିକଟରେ ମଧ୍ୟ ନାହିଁ । ଆସନ୍ତୁ ଆଜି ଆପଣଙ୍କୁ ଜଣାଇବୁ କିଭଳି ଶଲ୍ ବିକ୍ରି କରୁଥିବା ରାଜ୍ କୁନ୍ଦ୍ରା ହୋଇଗଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ।

ରାଜ୍ କୁନ୍ଦ୍ରାଙ୍କ ଜନ୍ମ ୮ ସେପ୍ଟେମ୍ବର ୧୯୭୫କୁ ଲଣ୍ଡନ, (ୟୁନାଇଟେଡ୍ କିଙ୍ଗଡ଼ମ୍)ରେ ହୋଇଥିଲା । ତାଙ୍କ ପିତା ଲୁଧିଆନାର ବାସିନ୍ଦା ଥିଲେ । ପରେ ସେ ଲଣ୍ଡନରେ ରହିବାକୁ ଲାଗିଲେ । ଲଣ୍ଡନରେ ଜନ୍ମ ଗ୍ରହଣ କରିଥିବା ରାଜ୍ କୁନ୍ଦ୍ରାଙ୍କ ଲାଳନପାଳନ ମଧ୍ୟ ଲଣ୍ଡନରେ ହୋଇଥିଲା ।

ସୂଚନାନୁଯାୟୀ, ଲଣ୍ଡନରେ ରାଜଙ୍କ ପିତା ଏକ ବସ୍ କଣ୍ଡକ୍ଟର ଥିଲେ । ଯେବେକି ତାଙ୍କ ମାଁ ଚଷମା ଦୋକାନରେ ଚଷମା ବିକ୍ରି କରୁଥିଲେ । ସମୟ କ୍ରମେ ରାଜଙ୍କ ପିତା ଏକ ଛୋଟ ବ୍ୟବସାୟର ଶୁଭାରମ୍ଭ କରିଥିଲେ ।

ରାଜ୍ କୁନ୍ଦ୍ରା ସାବାଳକ ହେବା ମାତ୍ରେ ୧୮ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଦେଲେ । ସେ ଦୁବାଇ ଗଲେ ଓ ପରେ ସେଠାରୁ ନେପାଳ ଯାତ୍ରା କଲେ । ଏଠାରୁ ସେ ପଶମୀନା ଶଲ୍ କିଣିଲେ ଓ ଏହାକୁ ବ୍ରିଟେନର ବଡ଼ ବଡ଼ ଫେସନ୍ ହାଉସରେ ବିକ୍ରି କରିବା ଆରମ୍ଭ କରିଦେଲେ । ଏହାପରେ ସେ ଦୁବାଇରେ ଏଜେନ୍ସିଆଲ୍ ଜେନେରାଲ୍ ଟ୍ରେଣ୍ଡିଙ୍ଗ କମ୍ପାନୀ ଆରମ୍ଭ କଲେ । ଏଠାରେ ମଧ୍ୟ ତାଙ୍କୁ ସଫଳତା ମିଳିବାକୁ ଲାଗିଲା ଏବଂ ତାପରେ ସେ ବଲିଉଡ଼ରେ ନିବେଶ କଲେ । ରାଜ୍ କୁନ୍ଦ୍ରା ବଲିଉଡ଼ ଚଳଚ୍ଚିତ୍ରର ପ୍ରଡକ୍ସନରେ ଟଙ୍କା ବିନିଯୋଗ କରିବା ଆରମ୍ଭ କରିଦେଲେ ।

ରାଜ୍ କୁନ୍ଦ୍ରା ଧୀରେ ଧୀରେ କୋଟି କୋଟି ଓ ପରେ ଅର୍ବ ଟଙ୍କାର ସମ୍ପତ୍ତିର ମାଲିକ ହୋଇଗଲେ । ପ୍ରାପ୍ତ ମିଡ଼ିଆ ରିପୋର୍ଟ ଅନୁଯାୟୀ, ରାଜ୍ କୁନ୍ଦ୍ରା ଆଜି ୨୮୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ଜଣାଇଦେଉଛୁ ଯେ ଏତିକି ସମ୍ପତ୍ତି ଅକ୍ଷୟ କୁମାର, ସଲମାନ୍ ଖାଁ, ଆମୀର୍ ଖାଁ ଭଳି ବଡ଼ ବଡ଼ ବଲିଉଡ଼ ସୁପରଷ୍ଟାର୍ ନିକଟରେ ମଧ୍ୟ ନାହିଁ । ରାଜ୍ କୁନ୍ଦ୍ରା ୨୦୦୪ ମସିହାରେ ବିଟ୍ରେନର ୧୯୮ତମ ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରେ ସାମିଲ୍ ହୋଇଗଲେ ।

ରାଜ୍ କୁନ୍ଦ୍ରାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ୪୫ ବର୍ଷର ରାଜ୍ କୁନ୍ଦ୍ରା ୨୦୦୩ରେ ବିବାହ କରିଥିଲେ । ଦୁହିଁଙ୍କ ଗୋଟିଏ ଝିଅ ଜନ୍ମ ହେଲେ ଯାହାର ନାମ ଡେଲିନା ଅଟେ । ଯଦିଓ ରାଜ୍ ଓ କବିତାଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିନଥିଲା । ୨୦୦୫ରେ ଦୁହେଁ ଛାଡପତ୍ର ନେଇଗଲେ ।

ଏହାପରେ ୨୦୦୯ରେ ରାଜ୍ ହିନ୍ଦୀ ସିନେମାରେ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ବିବାହ କରିନେଲେ । ରାଜ୍ ଓ ଶିଳ୍ପାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *