କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ରେଳବାଇ ବଗିର ରୂପ କରାଯାଇଛି ପରିବର୍ତ୍ତନ । ଯୋଡ଼ା ଯାଇଛି ଏହି ସମସ୍ତ ସୁବିଧା । ଦେଖନ୍ତୁ ଫୋଟୋ…

କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ରେଳବାଇ ବଗିର ରୂପ କରାଯାଇଛି ପରିବର୍ତ୍ତନ । ଯୋଡ଼ା ଯାଇଛି ଏହି ସମସ୍ତ ସୁବିଧା । ଦେଖନ୍ତୁ ଫୋଟୋ…

ଭାରତୀୟ ରେଳବାଇ ଟ୍ରେନର ବଗି ଗୁଡିକୁ ବର୍ତ୍ତମାନ ନୂତନ ରୂପ ଦେଇଛି ଏବଂ ବଗିର ପରିକଳ୍ପନାକୁ ସଂପୂର୍ଣ୍ଣ ଭାବେ ବଦଳା ଯାଇଛି । କରୋନା ଜୀବାଣୁ ସଂକ୍ରମଣ ଯେପରି ବିସ୍ତାର ନହେବ, ସେଥିପାଇଁ ରେଳବାଇ ଏହି ସମସ୍ତ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ମାଧ୍ୟମରେ କହିଛନ୍ତି କି, କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ନୂତନ ପ୍ରକାର ବଗିର ପରିକଳ୍ପନା କରିଛି । ଯେଉଁଥିରେ ଅନେକ ସୁବିଧା ଯୋଡ଼ା ଯାଇଛି । ଯାହାଦ୍ୱାରା କରୋନା ଭାଇରସକୁ ରେଳ ଯାତ୍ରା ସମୟରେ ପ୍ରସାର ହେବାରୁ ରୋକା ଯାଇପାରିବ ।

newstrend

ବର୍ତ୍ତମାନ ରେଳ ବଗିରେ ଆପଣ ମାନଙ୍କୁ ହ୍ୟାଣ୍ଡସଫ୍ରି ସୁବିଧା, ତମ୍ବା ଧାତୁ ହ୍ୟାଣ୍ଡଲ୍ସ, ଲୈଚ ପ୍ଲାଜମା ଏୟାର ପ୍ୟୁରିଫାୟର୍, ଟାଇଟାନିୟମ୍ ଡି-ଅକ୍ସାଇଡ ଆବରଣ ସାମଗ୍ରୀରେ ନିର୍ମିତ ସିଟ୍ ଦେଖିବାକୁ ମିଳିବ ।

newstrend

ରେଳବାଇ ଅନୁସାରେ ନୂତନ ଭାବରେ ପରିକଳ୍ପିତ କୋଚ୍ ଗୁଡ଼ିକରେ ଏହି ସମସ୍ତ ଜିନିଷ ଉପରେ ଧ୍ୟାନ ଦିଆଯାଇଛି । ଏଥିପାଇଁ ଅନେକ ଜିନିଷକୁ ପାଦ ଚାଳନାରେ ବଦଳ କରାଯାଇଛି । ଯାହାଦ୍ୱାରା ଏହି ସମସ୍ତ ଜିନିଷଗୁଡ଼ିକର ବ୍ୟବହାର ହାତ ବଦଳରେ ପାଦରେ କରାଯାଇପାରିବ ।

newstrend

ରେଳ ବଗିରେ ୱାଶବେଶିନରେ ପାଦ ଦ୍ୱାରା ପରିଚାଳିତ ବ୍ୟବସ୍ଥା ନିର୍ମାଣ କରାଯାଇଛି ଏବଂ ବାଥରୁମରେ ଶୌଚାଳୟ ନିକଟରେ ପାଦ ଚାଳିତ ଫ୍ଲଶ୍ ଲଗାଯାଇଛି ।

ତମ୍ବାର ପରସ୍ତ ଆବୃତ କରାଯାଇଛି

newstrend

ନୂତନ ବଗିର ସମସ୍ତ ହ୍ୟାଣ୍ଡେଲଗୁଡିକ ତମ୍ବାର ପରସ୍ତ ଦ୍ୱାରା ଆବୃତ କରାଯାଇଛି । ଯାହା ଦ୍ୱାରା ଜୀବାଣୁ ଏବଂ ଭାଇରସ୍ ଠାରୁ ସୁରକ୍ଷିତ ମିଳିପାରିବ । ବାସ୍ତବରେ ତମ୍ବା ଧାତୁ ଉପରେ କରୋନା ଭାଇରସ୍ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥାଏ । ଵୈଜ୍ଞାନିକ ମାନଙ୍କ ଅନୁସାରେ ତମ୍ବା ହିଁ ଏକମାତ୍ର ଏପରି ଧାତୁ ଅଟେ । ଯାହା ଜୀବାଣୁ ସଂସ୍ପର୍ଶରେ ଆସିବା ମାତ୍ରେ କିଛି ମିନିଟ୍ ମଧ୍ୟରେ ମାରିଦିଏ । ଏଥିପାଇଁ ହ୍ୟାଣ୍ଡେଲରେ ତମ୍ବା ପରସ୍ତ ଆବୃତ କରାଯାଇଛି ଏବଂ ଏହାକୁ ସୁରକ୍ଷିତ ଭାବେ ପ୍ରସ୍ତୁତ କରାଯାଇଛି ।

newstrend

ରେଳବାଇ ବର୍ତ୍ତମାନ ନିଜ ବଗି ମାନଙ୍କରେ ଏୟାର ପ୍ୟୁରିଫାୟର ମଧ୍ୟ ଲଗାଇବାକୁ ଯାଉଛି । ଯାହାଦ୍ୱାରା ବାୟୁକୁ ପ୍ରଦୂଷଣ ମୁକ୍ତ କରାଯାଇପାରିବ । ଏହା ବ୍ୟତୀତ ଟାଇଟାନିୟମ୍ ଡି-ଆକ୍ସିନ୍ ଆବରଣ ଦ୍ୱାରା ସିଟ୍ ଏବଂ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ କରାଯାଇଛି । ଏହି ଆବରଣର ସାହାଯ୍ୟରେ ଜୀବାଣୁ, ଭାଇରସ୍ ଏବଂ ଫଙ୍ଗଲ ଅଧିକ ସମୟ ପର୍ଯ୍ୟନ୍ତ ଏହି ଜିନିଷଗୁଡିକରେ ତିଷ୍ଠି ରହି ପାରିବେ ନାହିଁ ଏବଂ ଏହାର ସଂସ୍ପର୍ଶରେ ଆସିବା ମାତ୍ରେ ଶେଷ ହୋଇଯିବେ । ରେଳବାଇର ଏହି ସମସ୍ତ ପ୍ରସ୍ତୁତିଗୁଡିକ ଦେଖି ସ୍ପଷ୍ଟ ଭାବରେ ଜଣା ପଡିଯାଉଛି କି ରେଳବାଇ କରୋନା ସହିତ ମୁକାବିଲା କରିବା ପାଇଁ ନିଜ ଅଣ୍ଟା ଭିଡ଼ିଛି ।

newstrend

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, କରୋନା ଭାଇରସ୍ ଚାଲିଥିବା ସମୟରେ ମଧ୍ୟ କିଛିଟା ସ୍ଥାନରେ ରେଳ ଚଳାଚଳ ସୁବିଧା ଜାରି ରହିଛି । ରେଳ ଯାତ୍ରା କରିବା ସମୟରେ ଯାତ୍ରୀମାନେ ନିରାପଦରେ ରହିପାରିବେ ଏବଂ ଯାତ୍ରା ସମୟରେ ସେମାନେ ଯେପରି ସଂକ୍ରମଣର ଶିକାର ହୋଇପାରିବେ ନାହିଁ । ଏଥିପାଇଁ ରେଳବାଇ ନିଜର ନିୟମରେ ଅନେକ ପରିବର୍ତ୍ତନ କରିଥିଲା । ରେଳବାଇରେ ଯାତ୍ରା କରିବା ସମୟରେ ସାମାଜିକ ଦୂରତା ଅନୁସରଣ କରାଯାଇପାରିବ । ଏଥିପାଇଁ କେବଳ ସେହି ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା । ଯେଉଁମାନଙ୍କର କନଫର୍ମ ଟିକଟ ଥିଲା ।

newstrend

ଏହା ସହିତ ହିଁ ରେଳ ଷ୍ଟେସନରେ କେବଳ ସେହି ଲୋକ ମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଅଛି । ଯେଉଁମାନଙ୍କର ପାଖରେ ଯାତ୍ରା କରିବାର ଟିକଟ ଅଛି । ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ପୂର୍ବରୁ ବିନା କନଫର୍ମ ଟିକଟରେ ମଧ୍ୟ କେହି ହେଲେ ମଧ୍ୟ ବ୍ୟକ୍ତି ରେଳ ଯାତ୍ରା କରିପାରୁଥିଲେ ଏବଂ ରେଳ ଷ୍ଟେସନରେ ପ୍ରବେଶ କରିପାରୁଥିଲେ । କିନ୍ତୁ କରୋନା ସମୟରେ ଏହି ସମସ୍ତ ନିୟମ ଗୁଡିକୁ ପରିବର୍ତ୍ତନ କରି ଦିଆଯାଇଛି ।

newstrend

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିବାକୁ ଯାଉଛି ଏବଂ ଆଗାମୀ ସମୟରେ କରୋନା ମାମଲା ଆହୁରି ମଧ୍ୟ ବଢିପାରେ । ଯେଉଁଥିରୁ ଏହା ସ୍ପଷ୍ଟ ଅଟେ କି, ବର୍ତ୍ତମାନ କରୋନା ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରେଳବାଇ ନିଜର ବଗିଗୁଡ଼ିକୁ ସୁରକ୍ଷିତ ଭାବେ ନିର୍ମାଣ କରିବା ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *