ଦିଶା ପରମାରଙ୍କ ସହ ସମ୍ପର୍କ ଭାଙ୍ଗି ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ସହ ଅତି ନିକଟତର ହେଉଥିବା ଦେଖାଗଲେ ରାହୁଲ୍ ବୈଦ୍ୟ !

ଦିଶା ପରମାରଙ୍କ ସହ ସମ୍ପର୍କ ଭାଙ୍ଗି ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ସହ ଅତି ନିକଟତର ହେଉଥିବା ଦେଖାଗଲେ ରାହୁଲ୍ ବୈଦ୍ୟ !

‘ବିଗ୍-ବସ୍’ ସିଜିନ୍-୧୪ରେ ଦେଖା ଯାଇଥିବା ରାହୁଲ୍ ବୈଦ୍ୟ ଏବଂ ‘ବିଗ୍-ବସ୍’ ସିଜିନ୍-୧୩ର ପ୍ରତିଯୋଗୀ ତଥା ଟିଭି ସିରିଏଲର ଅଭିନେତ୍ରୀ ରଶ୍ମି ଦେଶାଇଙ୍କର ଫୋଟ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ବହୁମାତ୍ରାରେ ଭାଇରାଲ୍ ହେଉଅଛି । ଏହି ଭାଇରାଲ୍ ହେଉଥିବା ଫୋଟରେ ରାହୁଲ୍ ଏବଂ ରଶ୍ମି ଅତ୍ୟନ୍ତ ରୋମାଣ୍ଟିକ ଦେଖା ଯାଉଛନ୍ତି । ଏହି ଫୋଟକୁ ଦେଖି ରଶ୍ମି ଦେଶାଇ ଏବଂ ରାହୁଲ୍ ବୈଦ୍ୟଙ୍କର ପ୍ରଶଂସକମାନେ ଅତ୍ୟନ୍ତ ଖୁସି ଦେଖା ଯାଉଛନ୍ତି । ଏହାସହ ଅନେକ ଲୋକ ଚିନ୍ତାରେ ପଡ଼ିଯାଇଛନ୍ତି କି ରାହୁଲ୍ ବୈଦ୍ୟ ନିଜ ପ୍ରେମିକା ଦିଶା ପରମାରକୁ ଛାଡି ରଶ୍ମି ଦେଶାଇଙ୍କ ସହ ରୋମାଣ୍ଟିକ ଶୈଳୀରେ କାହିଁକି ଦେଖା ଯାଉଛନ୍ତି । ଏହି ଭାଇରାଲ୍ ହୋଇଥିବା ଫୋଟକୁ କେବଳ ଲାଇକ୍ କରାଯାଉନାହିଁ ବରଂ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଅଛି ।

ଦିଶା ପରମାରଙ୍କୁ ଛାଡି ରଶ୍ମି ଦେଶାଇଙ୍କ ସହ ଏଥିପାଇଁ ଅଛନ୍ତି ରାହୁଲ ବୈଦ୍ୟ:-

ଏହି ଫୋଟକୁ ଦେଖି ଦିଶା ପରମାରଙ୍କର ପ୍ରଶଂସକ ମାନଙ୍କୁ ବହୁତ ଝଟକା ଲାଗିଅଛି । ସେମାନେ ଏହି ଚିନ୍ତାରେ ପଡିଯାଇଛନ୍ତି କି ଦିଶା ଏବଂ ରାହୁଲଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି କି ନାହିଁ । ଏହାର କାରଣ ଏହା ଯେ, ଏହି ଫୋଟରେ ‘ବିଗ୍-ବସ୍’୧୪ର କଳାକାର ରାହୁଲ୍ ବୈଦ୍ୟ ଟିଭି ସିରିଏଲ୍ ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ଦେଖା ଯାଉଛନ୍ତି । ବାସ୍ତବରେ ଏହି ଫୋଟ ‘କେପଟାଉନର୍ ଖତରୋ କେ ଖିଲାଡି’ର ଶୁଟିଂ ସମୟର ଅଟେ ।

ରଶ୍ମି ଦେଶାଇ ଏବଂ ରାହୁଲ୍ ବୈଦ୍ୟ ଆହୁରି ରୋମାନ୍ସ କରୁଥିବାର ଦେଖାଯିବେ:-

ଆପଣଙ୍କୁ କହିରଖୁଛୁ ଯେ, ପ୍ରେମୀଯୁଗଳ ରାହୁଲ୍ ବୈଦ୍ୟ ଏବଂ ଦିଶା ପରମାରଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁଅଛି । ବାସ୍ତବରେ ରଶ୍ମି ଦେଶାଇ ଏବଂ ରାହୁଲ୍ ବୈଦ୍ୟ ଦୁହେଁ ଏକାଠି ଏକ ନୂତନ ପ୍ରଜେକ୍ଟରେ ଆସିଛନ୍ତି । ସେମାନଙ୍କ ଏହି ପ୍ରଜେକ୍ଟର ଫୋଟ ଦ୍ରୁତ ଗତିରେ ଭାଇରାଲ୍ ହେଉଅଛି । ବର୍ତ୍ତମାନ ଏହାପରେ ରଶ୍ମି ଦେଶାଇ ଏବଂ ରାହୁଲ୍ ବୈଦ୍ୟଙ୍କର ଏହି ଫୋଟକୁ ନେଇ ଲୋକମାନେ ଅତ୍ୟନ୍ତ କୌତୁହଳ କୋଲାଜ୍ କରିବାକୁ ଲାଗିଛନ୍ତି ।

ଅନ୍ୟପକ୍ଷରେ ରାହୁଲ୍ ବୈଦ୍ୟ ଏବଂ ଦିଶା ପରମାରଙ୍କର ସମ୍ପର୍କ ବିଷୟରେ କହିବାକୁ ଗଲେ ରାହୁଲ୍ ବର୍ତ୍ତମାନ ସମୟରେ କେପଟାଉନରେ ଅଛନ୍ତି । କିନ୍ତୁ ତାଙ୍କୁ ପ୍ରତିଦିନ ତାଙ୍କ ପ୍ରେମିକା ଦିଶାଙ୍କର କଥା ମନେ ପଡୁଅଛି । ସେ ତାଙ୍କ ବହୁତ ମନେ ପକାଉଛନ୍ତି । ରାହୁଲ୍ ବର୍ତ୍ତମାନ ସମୟରେ ‘କେପ୍ ଟାଉନରେ ଖତରୋ କେ ଖିଲାଡି’ ୧୧ର ଶୁଟିଂ କରୁଛନ୍ତି । ସେ ପ୍ରାୟତଃ ଦିଶାଙ୍କୁ ଫୋନ୍ କରି ତାଙ୍କର ଏବଂ ଘର ଲୋକଙ୍କର ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି । ବର୍ତ୍ତମାନ କିଛିଦିନ ପୂର୍ବରୁ ରାହୁଲ୍ ଦିଶାଙ୍କ ସହ ‘ଭିଡିଓ କଲ୍’ରେ କଥା ହୋଇଥିଲେ, ଯାହାର ଏକ ସ୍କ୍ରିନଶଟ୍ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ ।

ଆପଣଙ୍କୁ କହିରଖୁଛୁ କି ରାହୁଲ୍ ବୈଦ୍ୟ ସିଜିନ୍-୧୪ରେ ଦେଖା ଯାଇଥିଲେ । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ସିଜିନରେ ଜୋରଦାର୍ ଖେଳ ପ୍ରଦର୍ଶନ କରିଥିଲେ । ସଲମାନ୍ ଖାନ୍ ମଧ୍ୟ ନିଜେ ଏହି ଅବସରରେ ରାହୁଲ୍ ବୈଦ୍ୟଙ୍କର ପ୍ରଶଂସା କରିଥିବାର ଦେଖା ଯାଇଥିଲେ । ରାହୁଲ୍ ବହୁତ ଭଲ ଖେଳିଥିଲେ । ଏହାସତ୍ତ୍ୱେ ମଧ୍ୟ ସେ ଏହି ସିଜିନର ରନର୍ ଅପ୍ ହୋଇଥିଲେ । କିନ୍ତୁ ସେ ଟ୍ରଫି ନ ଜିତି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କର ହୃଦୟ ଜିତି ନେଇଥିଲେ । ଏହି ଶୋ’କୁ ଟିଭି ଅଭିନେତ୍ରୀ ରୁବିନା ଦିଲାୟକ୍ ଜିତିଥିଲେ । ରୁବିନାଙ୍କୁ ଫାଇନାଲରେ ବହୁତ ଭୋଟ ମିଳିଥିଲା । ତେବେ ଟ୍ରଫି ନ ଜିତି ମଧ୍ୟ ରାହୁଲଙ୍କ ପାଖରେ ଆଜି ବହୁତ କାମ ରହିଛି । ସେ ଅନକେ ମ୍ୟୁଜିକ୍ ଭିଡିଓରେ ଦେଖା ଯାଇସାରିଛନ୍ତି ଏବଂ ସେ ବର୍ତ୍ତମାନ ସମୟରେ ଖତରୋ କେ ଖିଲାଡିର ଅଂଶ ଅଟନ୍ତି ।

Leave a Reply

Your email address will not be published. Required fields are marked *