ରାହୁଲ ମହାଜନଙ୍କ ତୃତୀୟ ପତ୍ନୀ ନିଜ ବୟସ ଠାରୁ ୧୮ ବର୍ଷ ସାନ ଅଟନ୍ତି ! ସୁନ୍ଦରତାରେ ବଲିଉଡ ଅଭିନେତ୍ରୀ ମଧ୍ୟ ଫେଲ୍ ହୋଇଯିବେ । ଆସନ୍ତୁ ଦେଖିବା ତାଙ୍କର କିଛି ଫୋଟ…

ରିୟାଲିଟି ଶୋ’ରେ ନିଜକୁ ପରିଚିତ କରିଥିବା ରାହୁଲ ମହାଜନଙ୍କ ଭାଗ୍ୟ ବିବାହ ସମ୍ପର୍କରେ ଅତ୍ୟନ୍ତ ଦୁର୍ବଳ ରହିଛି । ରାହୁଲଙ୍କ ପ୍ରଥମ ବିବାହ ୨୦୦୬ ମସିହାରେ ଶ୍ୱେତା ସିଂଙ୍କ ସହିତ ହୋଇଥିଲା । ଏହାପରେ ୨୦୦୮ ମସିହାରେ ଦୁଇଜଣଙ୍କର ଛାଡପତ୍ର ହୋଇଯାଇଥିଲା । ଏହାପରେ ରାହୁଲ ୨୦୧୦ ମସିହାରେ ଡିମ୍ପି ଗାଙ୍ଗୁଲିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ରାହୁଲ ସେତେବେଳେ ଗୋଟିଏ ସ୍ୱୟମ୍ବର ଶୋ’ କରିଥିଲେ ଯେଉଁଥିରେ ଡିମ୍ପି ବିଜେତା ହୋଇଥିଲେ । ଯଦିଓ ୨୦୧୫ ମସିହାରେ ଡିମ୍ପି ଓ ରାହୁଲ ଅଲଗା ହୋଇଯାଇଥିଲେ । ଏହାପରେ ୨୦୧୮ ମସିହାରେ ରାହୁଲ ତୃତୀୟ ବିବାହ କରିଥିଲେ । ରାହୁଲଙ୍କ ତୃତୀୟ ପତ୍ନୀଙ୍କ ନାମ ହେଉଛି ନତାଲ୍ୟା ଇଲିନା ।

Google

ରାହୁଲଙ୍କ ତୃତୀୟ ପତ୍ନୀ ୧୮ ବର୍ଷ ସାନ ଅଟନ୍ତି :

Instagram
Instagram

ରାହୁଲ ମହାଜନ ଓ ନତାଲ୍ୟା ଇଲିନାଙ୍କ ମଧ୍ୟରେ ୧୮ ବର୍ଷ ବୟସର ବ୍ୟବଧାନ ରହିଛି । ଯଦିଓ ଏହାପରେ ମଧ୍ୟ ଦୁହେଁ ଦୁଇଜଣଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାହୁଲ ଏକ ଇଣ୍ଟରଭ୍ୟୁରେ ମଧ୍ୟ କହିଥିଲେ ଯେ, ମୁଁ ବୟସରେ ବହୁତ ବଡ କିନ୍ତୁ ତଥାପି ଆମ ଦୁଇଜଣଙ୍କ ଯୋଡି ଏକାଠି ସୁନ୍ଦର ଲାଗେ । ମୋର ଉଚ୍ଚତା ୬.୨ ଫୁଟ ଥିଲାବେଳେ ନତାଲ୍ୟାର ଉଚ୍ଚତା ୫.୧୦ ଅଟେ ।

ପେଶାରେ ସେ ଜଣେ ମଡେଲ ଅଟନ୍ତି :

Instagram
Instagram

୨୫ ବର୍ଷୀୟ ନତାଲ୍ୟା ଇଲିନା ପେଶାରେ ଜଣେ ମଡେଲ ଅଟନ୍ତି । ଏହି କାରଣ ଯୋଗୁଁ ନତାଲ୍ୟା ନିଜ ଶରୀର ଓ ଚେହେରା ପ୍ରତି ଅଧିକ ଧ୍ୟାନ ରଖନ୍ତି । ନତାଲ୍ୟାଙ୍କ ସୁନ୍ଦରତା ଆଗରେ ବଲିଉଡର ଅନ୍ୟ ଅଭିନେତ୍ରୀମାନେ ମଧ୍ୟ ଫିକା ପଡିଯିବେ । ରାହୁଲଙ୍କ ପ୍ରଥମ ଦୁଇଟି ବାହାଘରର ଛାଡପତ୍ର ହୋଇଯାଇଛି । ତେଣୁ ସେ ତାଙ୍କର ତୃତୀୟ ବିବାହକୁ ନେଇ ଅଧିକ ସତର୍କତା ଅଛନ୍ତି । ସେ ଏହି ବିବାହକୁ ନେଇ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଚାହୁଁ ନାହାନ୍ତି । ତେଣୁ ସୋସିଆଲ ମିଡିଆରେ ମଧ୍ୟ ରାହୁଲଙ୍କ ଧର୍ମପତ୍ନୀଙ୍କ ଫୋଟ କମ ଆସେ ।

ବିବାହ ପୂର୍ବରୁ ସମ୍ପର୍କରେ ରହିଥିଲେ :

ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ରାହୁଲ ଓ ନତାଲ୍ୟା ପାଖାପାଖି ଗୋଟିଏ ବର୍ଷ ସମ୍ପର୍କରେ ରହିଥିଲେ । ଦୁଇଜଣ ପରସ୍ପରକୁ ବହୁତ ଭଲ ଭାବରେ ଜାଣିବା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଦୁଇଜଣଙ୍କର ବୈବାହିକ ଜୀବନ ଠିକ ରୂପେ ଚାଲିଛି । ଯଦିଓ ରାହୁଲଙ୍କ ଅତୀତ ଭାଗ୍ୟକୁ ଦେଖିବା, ତେବେ ବର୍ତ୍ତମାନ ଏହା କହିବା ବହୁତ କଠିନ ଯେ ତାଙ୍କର ବୈବାହିକ ଜୀବନଶୈଳୀ ଠିକ ଚାଲିବ କି ନାହିଁ ।

Instagram

ବର୍ତ୍ତମାନ ସାରା ଦେଶରେ କୋରନ ଭୁତାଣୁର ପରିସ୍ଥିତି ଉପୁଜିଅଛି । ଏମିତି ପରିସ୍ଥିତିରେ ରାହୁଲ ଓ ନତାଲ୍ୟା ମଧ୍ୟ ଏହାର ଶିକାରରେ ଆସି ଯାଇଥିଲେ । ଯଦିଓ ସେମାନେ ଦୁଇଜଣ ଠିକ ଭାବରେ ଚିକିତ୍ସା ନେଇଥିଲେ ଓ ବର୍ତ୍ତମାନ ଉଭୟ ରୋଗମୁକ୍ତ ଅଛନ୍ତି । କୋରନାରୁ ଭଲ ହେବାପରେ ଉଭୟେ ନିଜ ସମର୍ଥକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Instagram

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାହୁଲ ମହାଜନ ପୂର୍ବରୁ ଜଣେ ପାଇଲଟ ମଧ୍ୟ ଥିଲେ । ଏହା ସହିତ ସେ ବିଜେପି ନେତା ପ୍ରୋମାଦ ମହାଜନଙ୍କ ପୁଅ ମଧ୍ୟ । ରାହୁଲ ‘ବିଗ ବୋସ’ରେ ଭାଗ ନେବା ପରେ ସୁପରିଚିତ ହୋଇଥିଲେ । ଏହାପରେ ସେ ଡ୍ୟାନ୍ସ ଶୋ’ ‘ନାଚ ବାଲିଏ’ରେ ମଧ୍ୟ ଭାଗ ନେଇଥିଲେ ।

Be the first to comment

Leave a Reply

Your email address will not be published.


*