୪୫ ବର୍ଷୀୟ ରବୀନାଙ୍କୁ ଜଣେ ପ୍ରଶଂସକ ପଚାରିଥିଲେ କଣ ଆଗାମୀ ଜନ୍ମରେ ମୋ ସହ ବିବାହ କରିବ ? ଅଭିନେତ୍ରୀ ଦେଇଥିଲେ ଏହି ଚମତ୍କାର ଉତ୍ତର… ! ।

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ତାଙ୍କର ସୁନ୍ଦରତାକୁ ଆଜି ମଧ୍ୟ ଦେଖି ଲୋକେ ପାଗଳ ହୋଇଯାଊଛନ୍ତି । ଅଧିକ ବୟସ ହୋଇଯିବା ସ୍ଵତେ ମଧ୍ୟ ରବୀନା ଟଣ୍ଡନ ଆଜି ମଧ୍ୟ ଫିଟ ନଜର ଆସୁଛନ୍ତି । ନିଜର ଫିଟନେସ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କର ଦିୱାନା ଅଟନ୍ତି । ବର୍ତମାନ ଲକଡାଉନ ଚାଲିଛି ସେଥିପାଇଁ ସମସ୍ତ ସେଲିବ୍ରିଟି ସୋସିଆଲ ମିଡିଆରେ ଆକ୍ଟିଭ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ରବୀନା ଟଣ୍ଡନ ଜଣେ ଅଟନ୍ତି । ରବିନା ଟଣ୍ଡନ ପୂର୍ବରୁ ହିଁ ସୋସିଆଲ ମିଡିଆରେ ସକ୍ରିୟ ଥିଲେ କିନ୍ତୁ ବର୍ତମାନ ରବୀନା ଟଣ୍ଡନ ନିଜ ଝିଅ ସହ ଟିକଟକ ଭିଡିଓ କରି ପ୍ରସଂଶା ପାଉଛନ୍ତି ।

Google

ରବିନା ଟଣ୍ଡନ ଇନଷ୍ଟାଗ୍ରାମରେ ଆକ୍ଟିଭ ଅଛନ୍ତି ଏହି ଦିନ ଗୁଡ଼ିକରେ ସେ ନିଜର ଗ୍ଲାମରସ ଫୋଟୋ ସେୟାର କରୁଛନ୍ତି । ଆଜିର ସମୟରେ ରବିନା ଥ୍ରାେବେକ ଫୋଟୋ ସେୟାର କରିଛନ୍ତି , ଯାହାକି ତାଙ୍କର ଫେନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫୋଟୋ ଉପରେ ବଲିଉଡ ସେଲିବ୍ରିଟିଙ୍କ ବ୍ୟତୀତ ରବିନାଙ୍କ ପ୍ରଶଂସକ ମାନେ ମଧ୍ୟ ଭଲ ଭଲ କମେଣ୍ଟ କରିଛନ୍ତି । କିନ୍ତୁ ଏହା ଭିତରେ ଏକ କମେଣ୍ଟ ଏପରି ଥିଲା ଯାହାକି ବହୁତ ରୋଚକ ଥିଲା ଯାହାର ନିଜେ ଅଭିନେତ୍ରୀ ଉତ୍ତର ଦେଇଥିଲେ । ପ୍ରଶଂସକଙ୍କ ଏହି କମେଣ୍ଟରେ ରବିନାଙ୍କ ଜବାବ ଦେଖିବା ଯୋଗ୍ୟ ଥିଲା…..

ପ୍ରଶଂସକ କରିଥିଲେ ବିବାହ ପାଇଁ ପ୍ରୋପୋଜ

ବାସ୍ତବରେ, ରବୀନା ଟଣ୍ଡନ ଇନଷ୍ଟାଗ୍ରାମରେ ଛୁଟି ଅବକାଶର କିଛି ଫଟୋ ସେୟାର କରି କେପ୍ସନ ଦେଇଥିଲେ ,’ ଯେତେବେଳେ ଗରମ ଅସହ୍ୟ ହୋଇଯାଇଥାଏ, ମୋର ହୃଦୟ ଶୀତଳତା ଛୁଟିରସ୍ଵପ୍ନ ଦେଖିଥାଏ’ । ରବିନାଙ୍କ ଏହି ଫୋଟୋ ତାଙ୍କର ଜଣେ ପ୍ରଶଂସକଙ୍କୁ ଏପରି ଭାବେ ପସନ୍ଦ ଆସିଥିଲା ଯେ ସେ ଅଭିନେତ୍ରୀଙ୍କୁ ଆଗାମୀ ଜନ୍ମରେ ବିବାହ କରିବା ପାଇଁ ପ୍ରୋପୋଜ କରିଥିଲେ … ରବିନାଙ୍କ ଫୋଟୋରେ ପ୍ରଶଂସକ କମେଣ୍ଟ କରିଥିଲେ, “ରବିନା ମେମ କ’ଣ ଆପଣ ମୋତେ ଆଗାମୀ ଜନ୍ମରେ ବିବାହ କରିବେ ?”

ରବୀନା ଦେଇଥିଲେ ମଜାଳିଆ ଉତ୍ତର

ପ୍ରଶଂସକଙ୍କ ଏହି କମେଣ୍ଟରେ ଅଭିନେତ୍ରୀଙ୍କ ନଜର ପଡି ଯାଇଥିଲା ଏବଂ ଜବାବ ଦେଇ ଲେଖିଥିଲେ ଯେ .. “ସରି ସାତ ଜନ୍ମ ପାଇଁ ପ୍ରଥମରୁ ହିଁ ବୁକିଙ୍ଗ ଅଛି” । ଏହି ଜବାବ ରବୀନାଙ୍କ ସମସ୍ତ ପ୍ରଶଂସକଙ୍କୁ ପସନ୍ଦ ଆସିଛି । ଜଣାଇ ଦେଉଛୁ ରେପର ବାଦଶାହା ମଧ୍ୟ ରବୀନାଙ୍କ ଫେନ କ୍ଲବରେ ସାମିଲ ଅଛନ୍ତି । ବାଦଶାହା ଅନେକ ଥର କହି ସାରିଛନ୍ତି ଯେ ରବୀନା ତାଙ୍କର କ୍ରସ ଅଟନ୍ତି ।

ଅନିଲ ଥାଡନି ସହ କରିଛନ୍ତି ବିବାହ

Google

ଜଣାଇ ଦେଉଛୁ , ରବୀନାଙ୍କ ବୟସ ବର୍ତ୍ତମାନ ୪୫ ବର୍ଷ ଅଟେ । ସେ ୨୦୦୪ ମସିହାରେ ଅନିଲ ଥାଡନି ସହ ବିବାହ କରିଛନ୍ତି । ତାଙ୍କର ଏକ ସୁନ୍ଦରୀ ଝିଅ ମଧ୍ୟ ଅଛି ଯାହାର ନାମ ରାଶା ଅଟେ । ରାଶାଙ୍କ ମଧ୍ୟ ବର୍ତମାନ ସମୟରେ ଫୋଟୋ ଭାଇରାଲ ହେଉଛି । ରାଶାଙ୍କ ବୟସ ବର୍ତ୍ତମାନ ୧୫ ଅଟେ କିନ୍ତୁ ରବିନାଙ୍କ ଫେନ୍ସ ବର୍ତ୍ତମାନ ହିଁ ରାଶାଙ୍କୁ ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି ।

ଏହି ଫିଲ୍ମରେ ଆସିବେ ନଜର

Google

ରବୀନାଙ୍କ ବିଷୟରେ କଥା ହେବା ଯଦି ସେ ସୋନକ୍ଷିଙ୍କ ଫିଲ୍ମ “ଖାନଦାନି ସଫାଖାନା” ର ଏକ ଗୀତ ସହର କି ଲଡକିରେ ଦେଖିବକୁ ମିଳିଥିଲେ । ଏବଂ ନଚ ବଲିୟେ ସିଜନ 9 ରେ ମଧ୍ୟ ଜର୍ଜ ହିସାବରେ ନଜର ଆସିଥିଲେ ।ସେ ଅନେକ ସମୟରୁ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏହି କଥା ଶୁଣିବାକୁ ମଧ୍ୟ ମିଳିଛି ଯେ କେଜିଏଫ ଚାପଟେର ୨ରେ ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ । ପ୍ରଶଂସକ ଏହି ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି ।

Be the first to comment

Leave a Reply

Your email address will not be published.


*