ମହେଶ ଭଟ୍ଟଙ୍କ ନାଁରେ ଅଭିଯୋଗ ଆଣିଲେ ରାବିଆ ଖାନ ! ମହେଶ ଭଟ୍ଟ ଧମକ୍ ଦେଇଥିଲେ, “ନୀରବ ରୁହନ୍ତୁ ନଚେତ୍ ତୁମକୁ ମଧ୍ୟ ଶୁଆଇଦେବି ।”

ମହେଶ ଭଟ୍ଟଙ୍କ ନାଁରେ ଅଭିଯୋଗ ଆଣିଲେ ରାବିଆ ଖାନ ! ମହେଶ ଭଟ୍ଟ ଧମକ୍ ଦେଇଥିଲେ, “ନୀରବ ରୁହନ୍ତୁ ନଚେତ୍ ତୁମକୁ ମଧ୍ୟ ଶୁଆଇଦେବି ।”

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଜାରି ରହିଛି କିନ୍ତୁ ଏହି ସମୟ ମଧ୍ୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମାଆ ରବିୟା ଖାନ ଫେସବୁକର ଏକ ପୋଷ୍ଟ ଯୋଗୁଁ ଚର୍ଚ୍ଚାରେ ସାଉଁଟିଛନ୍ତି । ରବିୟା ତାଙ୍କ ପୋଷ୍ଟରେ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଦର୍ଶାଇଛନ୍ତି ଏବଂ ଏହି ଘଟଣାରେ ସିବିଆଇ ତଦନ୍ତ ହେବା ଉଚିତ ବୋଲି କହିଛନ୍ତି । ଜିଆଙ୍କ ମାଆ କହିଛନ୍ତି ଯେ ତାଙ୍କ ଝିଅଙ୍କୁ ଯେପରି ହତ୍ୟା କରାଯାଇଛି ସୁଶାନ୍ତଙ୍କୁ ମଧ୍ୟ ସେହିପରି ହତ୍ୟା କରାଯାଇଛି ଏବଂ ଇଣ୍ଡିଆ ଟୁଡେ ସହ ବାର୍ତ୍ତାଳାପ ସମୟରେ ସେ ଏହି ପ୍ରସଙ୍ଗକୁ ନେଇ ସମ୍ପୂର୍ଣ୍ଣ ଆଲୋଚନା କରିଛନ୍ତି ।

Google

ରାବିୟା କହିଛନ୍ତି, “ମୁଁ ପ୍ରଥମ ବ୍ୟକ୍ତି ଯିଏ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ଶୁଣିବା ପରେ ପ୍ରଥମ ଥର କହୁଛି ଯେ, ଏହା ଏକ ହତ୍ୟା ଅଟେ । ଜିଆ ଖାନ ଓ ସୁଶାନ୍ତ ଦୁଇଟି ଯାକ ଘଟଣାର ସମଞ୍ଜସ୍ୟତା ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଉଭୟଙ୍କ ସହଭାଗୀଦାରି (ପାର୍ଟନର) ଦୁହେଁଙ୍କୁ ପ୍ରେମର ଜାଲରେ ଫାଶଇ ଦେଇଥିଲେ, ଯେଉଁମାନେ କି ସେମାନଙ୍କ ମୃତ୍ୟୁର କାରଣ ସମ୍ପୃକ୍ତ ଥିଲା ।”

Google

ରାବିୟା ଉଭୟ ମାମଲାରେ ସମାନତା ପ୍ରକାଶ କରି କହିଥିଲେ ଯେ, ତାଙ୍କୁ ମିଥ୍ୟା ସାନ୍ତ୍ଵନା ଦିଆଯାଇଛି ଏବଂ ବିବାହର ପ୍ରତିଶୃତି ଦିଆଯାଇଛି । ତାଙ୍କୁ ଗାଳିଗୁଲଜ କରାଯାଇଥିଲା ଏବଂ ତାଙ୍କ ଟଙ୍କା ବ୍ୟବହାର କରାଯାଇଥିଲା । ତା’ପରେ ଉଭୟଙ୍କୁ ନିଜ ପରିବାର ଠାରୁ ଅଲଗା କରଯାଇଥିଲା । ସେମାନଙ୍କ ବିରୋଧରେ ଏକ ପ୍ରକାର ରଣନୀତି ବା ଷଢଯନ୍ତ୍ର କରାଯାଇଥିଲା ।

Google

ରାବିୟା କହିଛନ୍ତି ଯେ ଏକ ପ୍ରକାର ମାଷ୍ଟର ମାଇଣ୍ଡ କାମ କରୁଥିଲା ଏବଂ ଯଦି ଥରଟିଏ ତୁମେ ଏଥିରୁ ନିୟନ୍ତ୍ରଣ ହରାଇଲ, ତେବେ ତୁମେ ଏଥିରୁ ମୁକ୍ତି ପାଇପାରିବ । ସୁଶାନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି ଏବଂ ବର୍ତ୍ତମାନ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଛଳନା କରୁଛି ।

Google

ରାବିୟା କହିଛନ୍ତି ଯେ ମୋ ଝିଅର ଅନ୍ତିମ ସଂସ୍କାର ସମୟରେ ମହେଶ ଭଟ୍ଟ ପହଞ୍ଚି ଯାଇଥିଲେ । ମହେଶ ଭଟ୍ଟ ମୋତେ କହିଥିଲେ ଯେ, ସେ ବହୁତ ଅବସାଦରେ ଥିଲେ । ମୁଁ କହିଲି ଯେ ମୋ ଝିଅ ଅବସାଦରେ ନ ଥିଲେ ନା ହିଁ ତାର ଉପରେ କୌଣସି ମାନସିକ ଚାପ ଥିଲା ।

ରାବିୟା କହିଛନ୍ତି ଯେ, ମୋର ଏହି କଥା ଶୁଣିବା ପରେ ମହେଶ ଭଟ୍ଟ ମୋତେ ଉତ୍ତର ଦେଲେ ଯେ, “ତୁମେ ଚୁପ୍ ରୁହ ନଚେତ ତୁମକୁ ମଧ୍ୟ ଇଂଜେକସନ ଦେଇ ଶୁଆଇଦେବି । କାହାର ଅନ୍ତିମ ସଂସ୍କାରରେ ଏପରି କାର୍ଯ୍ୟ କିଏ କରେ ? ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *