କଣ ୧୪ ଏପ୍ରିଲ ପରେ ପୁଣିଥରେ ବୃଦ୍ଧି ହୋଇପାରେ ଲକ୍ଡ଼ାଉନର ଅବଧି ? ଆସନ୍ତୁ ଜାଣନ୍ତୁ ଏହାର ସଠିକ୍…

କଣ ୧୪ ଏପ୍ରିଲ ପରେ ପୁଣିଥରେ ବୃଦ୍ଧି ହୋଇପାରେ ଲକ୍ଡ଼ାଉନର ଅବଧି ? ଆସନ୍ତୁ ଜାଣନ୍ତୁ ଏହାର ସଠିକ୍…

କରୋନା ଜୀବାଣୁ ଯୋଗୁଁ ଏହି ସମୟରେ ସମଗ୍ର ଦେଶରେ ଲକ୍ ଡାଉନ୍ କରାଯାଇଛି । ଦେଶର ସମସ୍ତ ସହରରୁ ଆରମ୍ଭ କରି ଗାଁମାନଙ୍କରେ ମଧ୍ୟ ଲକ୍ ଡାଉନ୍ ଲାଗୁ ହୋଇଯାଇଛି । ଲୋକମାନଙ୍କୁ କେବଳ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କରୋନା ଜୀବାଣୁରୁ ଲଢ଼ିବାର କେବଳ ଗୋଟିଏ ମାଧ୍ୟମ ଅଛି ଓ ତାହା ହେଉଛି ଘର । ସୁରକ୍ଷିତ ହୋଇ ରହିପାରିବା ଏବଂ ଲୋକମାନଙ୍କ ଠାରୁ ଦୂରେଇ ରହିପାରିବା ।

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରି କହିଛନ୍ତି ଯେ, ୨୪ ମାର୍ଚ୍ଚ ରାତ୍ରି ୧୨ ଟାରୁ ୧୪ ଏପ୍ରିଲ ରାତ୍ରି ୧୨ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ ଲାଗୁ କରାଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠେ ଯେ, କଣ COIVD-19ର ମାମଲା କମ ହୋଇନାହିଁ । ଦିନକୁ ଦିନ ଏହି କାରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି, ତେଣୁ କଣ ଏହି ଲକ୍ ଡାଉନ୍ ମଧ୍ୟ ଆଗକୁ ବଢ଼ିବ କି ?

Google

ଆପଣମାନଙ୍କୁ ଜଣାଇଵ ଦେଉଛୁ ଯେ, କରୋନା ସଂକ୍ରମଣରୁ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ପଦ୍ଧତି ବାହାରି ନାହିଁ । ଏଥିରୁ ଯଦି ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବା ପାଇଁ ଚାହଁନ୍ତି; ତେବେ ଅନ୍ୟମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ବର୍ତ୍ତମାନ କେବଳ ୧୪ ଏପ୍ରିଲ ପର୍ଯ୍ୟନ୍ତ ଏହି ପଦକ୍ଷେପ ନିଆଯାଇଛି କିନ୍ତୁ ଏପ୍ରିଲ ୧୪ର ପରବର୍ତ୍ତୀ ସ୍ଥିତି ହିଁ କହିବ ଯେ, ଲକ୍ ଡାଉନ୍ ଶେଷ ହୋଇଯିବ କିମ୍ବା ଏହାର ଅବଧି ଆହୁରି ବଢିବ ।

Google

ଏହା ପୂର୍ବରୁ ମଧ୍ୟ ମୋଦି ଗୋଟିଏ ଦିନ ପାଇଁ ଜନତା କର୍ଫ୍ୟୁ ଜାରି କରିଥିଲେ, ଯାହାକି ସଫଳ ରୂପାୟନ ହୋଇଥିଲା । ଆଶା କରାଯାଉଛି ଯେ, ଏହି ଭାଇରସରୁ ମୁକ୍ତି ମିଳିବ ଏବଂ ଆମ ସମସ୍ତଙ୍କ ଜୀବନ ପୁଣିଥରେ ପୂର୍ବ ଭଳି ହୋଇଯିବ ।

Leave a Reply

Your email address will not be published. Required fields are marked *