ପୁଲୱାମା ଆକ୍ରମଣକୁ ବର୍ଷେ ପୁରୁଛି, ସହିଦ ଯବାନଙ୍କ ପ୍ରତି ଦେଶର ଶ୍ରଦ୍ଧାଞ୍ଜଳି !

ଆଜି ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଲା । ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ । ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି । ସହିଦ ‘ସିଆର୍‌ପିଏଫ୍‌’ ଯବାନଙ୍କ ପ୍ରତି ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ।

Google

ଗତବର୍ଷ ଆଜି ଦିନରେ ‘ଜୈଶ୍‌-ଏ-ମହମ୍ମଦ’ର ଜଣେ ଆତଙ୍କବାଦୀ ବିସ୍ଫୋଣର ଘଟାଇଥିଲା । ସେ ଆତଙ୍କବାଦୀ ହେଉଛି ଆଦିଲ୍‌ ଅହମଦ ଦର୍‌ । ସେହି ଦିନ ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ କାର୍‌ ନେଇ ‘ସିଆର୍‌ପିଏଫ୍‌’ ଯବାନମାନେ ଯାଉଥିବା ବସ୍‌ ପାଖରେ ବିସ୍ଫୋରଣ କରିଥିଲା । ଫଳରେ ୪୦ଜଣ ଯବାନ ସହିଦ ହୋଇଥିଲେ ।

Google

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।

“ଜୟ ହିନ୍ଦ୍”

Be the first to comment

Leave a Reply

Your email address will not be published.


*