ପ୍ରିୟଙ୍କା ଚୋପଡ଼ାଙ୍କ ସ୍ୱାମୀ ନିକ୍ ଜୋନସ୍ ହେଲେ ଗମ୍ଭୀର ସମସ୍ୟାର ଶିକାର ! ହେବାକୁ ପଡ଼ିଲା ହସ୍ପିଟାଲରେ ଭର୍ତ୍ତି…

ପ୍ରିୟଙ୍କା ଚୋପଡ଼ାଙ୍କ ସ୍ୱାମୀ ନିକ୍ ଜୋନସ୍ ହେଲେ ଗମ୍ଭୀର ସମସ୍ୟାର ଶିକାର ! ହେବାକୁ ପଡ଼ିଲା ହସ୍ପିଟାଲରେ ଭର୍ତ୍ତି…

ଆମେରିକାର ଚର୍ଚ୍ଚିତ ଅଭିନେତା ଏବଂ ପ୍ରିୟଙ୍କା ଚୋପଡ଼ାଙ୍କ ସ୍ୱାମୀ ‘ନିକ୍ ଜୋନସ୍’ଙ୍କୁ ତାଙ୍କ ନୂଆ ଶୋ’ର ଶୁଟିଂ ସମୟରେ ଆଘାତ ପହଞ୍ଚିଛି । ଯାହାକି ଏତେ ଗମ୍ଭୀର ଥିଲା ଯେ ତାଙ୍କୁ ଏମ୍ବୁଲାନ୍ସରେ ସିଧାସଳଖ ହସ୍ପିଟାଲ୍ ନିଆଯାଇଥିଲା । ବଲିଉଡ ହଙ୍ଗମା ତରଫରୁ ଆସୁଥିବା ଖବର ଅନୁସାରେ ଏବେ ପର୍ଯ୍ୟନ୍ତ ଏହି ଘଟଣା ପଛରେ ଥିବା କାରଣ ସାମ୍ନାକୁ ଆସି ପାରିନାହିଁ । ପରନ୍ତୁ ଏହା ନିଶ୍ଚିତ ଭାବରେ ଜଣା ପଡ଼ିଛି ଯେ ‘ନିକ୍’ଙ୍କ ପାଇଁ ଏହା ପ୍ରଥମ ନଥିଲା ଯେଉଁଠି ତାଙ୍କୁ ‘ସେଟ୍’ରେ ଆଘାତ ଲାଗିଛି । ବାସ୍ତବରେ ଏହା ପୂର୍ବରୁ ୨୦୧୮ରେ ମେକ୍ସିକୋରେ ମଧ୍ୟ ନିକଙ୍କ ସହିତ ‘ସେଟ୍’ରେ ଏହିପରି ଏକ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ତାଙ୍କୁ ହାତରେ ଆଘାତ ଲାଗିଥିଲା ଏବଂ ଏବେ ଏହି ଶୋ’ର ଶୁଟିଂ ସମୟରେ ସେ ଆହତ ହୋଇ ଯାଇଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ହେଲେ ନିକ୍ ଜୋନସ୍ :-

ବାସ୍ତବରେ ବଲିଉଡ ହଙ୍ଗମାର ଖବର ଅନୁସାରେ ମଇ-୧୫ରେ ଆମେରିକୀୟ ଗାୟକ ଏବଂ ଅଭିନେତା ‘ନିକ୍ ଜୋନସ୍’ଙ୍କୁ ନିଜର ନୂଆ ଶୋ’ର ‘ସେଟ୍’ରେ ଶୁଟିଂ ସମୟରେ ଆଘାତ ଲାଗିଥିଲା । ଯାହାର ତୁରନ୍ତ ସମୟ ପରେ ‘ନିକ୍’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଣି ଏବେ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ ତାଙ୍କୁ କେତେ ଏବଂ କେଉଁଠି ଆଘାତ ଲାଗିଛି । କିନ୍ତୁ ଏତିକି କୁହାଯାଇଛି ଯେ ସେ ବର୍ତ୍ତମାନ ନିଜର ଏକ ସିକ୍ରେଟ୍ ପ୍ରୋଜେକ୍ଟର ଶୁଟିଂରେ ଲାଗିଛନ୍ତି ଏବଂ ଏହି ପ୍ରୋଜେକ୍ଟ କୁ ବର୍ତ୍ତମାନ ଗୁପ୍ତ ରଖାଯାଇଛି ।

କିନ୍ତୁ ହଙ୍ଗମାର ରିପୋର୍ଟ ଅନୁଯାୟୀ ‘ନିକ୍’ଙ୍କୁ ଶନିବାର ବିଳମ୍ବିତ ରାତିରେ ଏମ୍ବୁଲାନ୍ସରେ ସ୍ଥାନୀୟ ହସ୍ପିଟାଲ୍ ନିଆଯାଇଥିଲା, ପରନ୍ତୁ ଏହାର ସମ୍ପୂର୍ଣ୍ଣ ସୂଚନାର ଅପେକ୍ଷା ଫ୍ୟାନ୍ ଏବଂ ମିଡ଼ିଆ ଏବେ ପର୍ଯ୍ୟନ୍ତ କରିଛନ୍ତି । ଏପରି କୁହାଯାଉଛି ଯେ କିଛି ସମୟ ପରେ ‘ନିକ୍ ଜୋନସ୍’ ନିଜ ଘରକୁ ଫେରି ଯାଇଥିଲେ କାରଣ ତାଙ୍କୁ ‘ଦ ୱୟଶ୍’ର ‘ମଣ୍ଡେ ନାଇଟ୍ ଏପିସଡ୍’ର ଶୁଟିଂ ପାଇଁ ଯିବାର ଥିଲା । ‘ନିକ୍’ଙ୍କ ଫ୍ୟାନ୍ ମାନଙ୍କ ଗଣତି ଭାରତରେ ଆମେରିକା ଠାରୁ କମ୍ ନୁହେଁ ।

କରୋନା କାଳରେ କରିଲେ ଭାରତକୁ ସାହାଯ୍ୟ :-

ବାସ୍ତବରେ ଅଭିନେତା ନିକ୍ ଜୋନସ୍ ନିକଟରେ କରୋନା ବିରୋଧ ଯୁଦ୍ଧରେ ଭାରତର ସହାୟତା ପାଇଁ ଯୋଗଦାନ ଦେଇଥିଲେ । ବାସ୍ତବରେ ସେ ନିଜ ସ୍ତ୍ରୀ ପ୍ରିୟଙ୍କା ଚୋପଡ଼ାଙ୍କ ସହିତ ମିଶି ଭାରତ ପାଇଁ ଏକ ଫଣ୍ଡ ରେଜ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାର ଭିଡ଼ିଓ ଉଭୟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଫ୍ୟାନ୍ ମାନଙ୍କ ସହିତ ସେୟାର୍ କରିଥିଲେ । ଯାହା ସହିତ ଏହି ‘ଫଣ୍ଡ ରେଜର୍’ରେ ନିକ୍ ଏବଂ ପ୍ରିୟଙ୍କା ‘୧ ମିଲିୟନ୍ ଡଲାର୍’ର ରାଶି ମଧ୍ୟ ଦାନ କରିଥିଲେ । ଏହି କାରଣରୁ ଲୋକେ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *