ଯେତେବେଳେ ନିର୍ଦ୍ଦେଶକ ପ୍ରିୟଙ୍କାଙ୍କୁ କହିଲେ- ଗୋଟିଏ ଗୋଟିଏ କରି ପୋଷାକ ଖୋଲ, ଅନ୍ତବସ୍ତ୍ର ତ ଦେଖାଯିବା ଦରକାର !
ବଲିଉଡ଼ରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ନାମ ଅର୍ଜନ କରିଥିବା ସୁନ୍ଦରୀ ଓ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ବର୍ତ୍ତମାନ ନିଜର ଏକ ନୂତନ ପୁସ୍ତକକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ନୂତନ ପୁସ୍ତକ ନିକଟରେ ସାମନାକୁ ଆସିଛି, ଯାହାର ନାମ ଅଭିନେତ୍ରୀ ‘ଅନଫିନିଶଡ଼’ ରଖାଯାଇଛି । ଏଥିରେ ପ୍ରିୟଙ୍କା ଚୋପଡ଼ା ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକଗୁଡ଼ିଏ କାହାଣୀକୁ ସ୍ଥାନ ଦେଇଛନ୍ତି ।
ପ୍ରିୟଙ୍କା ଚୋପଡ଼ାଙ୍କ ନୂତନ ପୁସ୍ତକ ସାମନାକୁ ଆସିବା ପରେ ଅଭିନେତ୍ରୀ ଲଗାତାର ଖବରରେ ଛାଇ ରହିଛନ୍ତି । ଗୋଟିଏ ପରେ ଗୋଟିଏ ତାଙ୍କ ଜୀବନ ସହ ଜଡ଼ିତ ଏକ କାହାଣୀର ଖୁଲାସା କରି କହିଛନ୍ତି ଯେ, ଏକ ନିର୍ଦ୍ଦେଶକ ତାଙ୍କୁ କହିଥିଲେ ଯେ ଚଳଚ୍ଚିତ୍ରରେ ଅନ୍ତବସ୍ତ୍ର ତ ନଜର ଆସିବା ଦରକାର । ନିର୍ଦ୍ଦେଶକ ତର୍କ ଦେଇ ତାଙ୍କୁ କହିଥିଲେ ଯେ, ଯଦି ଏପରି ନହେଲେ ଲୋକେ ତାଙ୍କ ଚଳଚ୍ଚିତ୍ର ଦେଖିବା ପାଇଁ ଆସିବେ ନାହିଁ । ପୁସ୍ତକରେ ଏହା ମଧ୍ୟ କୁହାଯାଇଛି ଯେ, ଏପରି କଠିନ ଓ ଖରାପ ସମୟରେ ପ୍ରିୟଙ୍କାଙ୍କ ସାହାଯ୍ୟ ପାଇଁ ଅଭିନେତା ସଲମାନ୍ ଖାଁ ଆଗକୁ ଆସିଥିଲେ ।
ପ୍ରାପ୍ତ ମିଡ଼ିଆ ରିପୋର୍ଟ ଅନୁଯାୟୀ, ନିଜ ପୁସ୍ତକ ‘ଅନଫିନିଷଡ଼’ରେ ଏକ ଚଳଚ୍ଚିତ୍ର ସହ ଜଡ଼ିତ ଘଟଣାକୁ ସ୍ଥାନ ଦେଇଛନ୍ତି । ତାଙ୍କ ଅନୁଯାୟୀ, ଏକ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଥିଲା, ଯେଉଁଥିରେ ତାଙ୍କୁ ଗୋଟିଏ ଗୋଟିଏ କରି ନିଜ ପୋଷାକକୁ ଖୋଲିବାର ଥିଲା । ଚଳଚ୍ଚିତ୍ରରେ ଏକ ଲମ୍ବା ଗୀତ ଥିଲା ଏବଂ ସେଥିରେ ତାଙ୍କୁ ନିଜର ସ୍କିନ୍ ଦେଖାଇବାର ଥିଲା, କିନ୍ତୁ ସେ ଏପରି ଚାହୁଁ ନଥିଲେ ।
ନିର୍ଦ୍ଦେଶକଙ୍କ ମାଙ୍ଗରୁ ପ୍ରିୟଙ୍କା ଅସହଜ ନଜର ଆସିଲେ ଏବଂ ସେ ନିର୍ଦ୍ଦେଶକଙ୍କୁ କୁହନ୍ତି ଯେ, କଣ ସେ ଏକ ବଡ଼ି ଲେୟର୍ ପିନ୍ଧିବେ କି ? କାରଣ ସେ ନିଜ ସ୍କିନକୁ ଦେଖାଇବା ପାଇଁ ଚାହୁଁନଥିଲେ । ଏହା ବିଷୟରେ ନିର୍ଦ୍ଦେଶନ ଦ୍ୱାରା ପ୍ରିୟଙ୍କାଙ୍କୁ ନିଜ ଷ୍ଟାଇଲିସ୍ ସହିତ କଥାବାର୍ତ୍ତା କୁହାଗଲା । ନିର୍ଦ୍ଦେଶକ ଏହା ପରେ ମଧ୍ୟ ପ୍ରିୟଙ୍କାଙ୍କୁ ସ୍ପଷ୍ଟ କହିଦେଲେ ଯେ ‘ଯାହା ହେଉ ଅନ୍ତବସ୍ତ୍ର ଦେଖାଯିବା ଦରକାର ନହେଲେ ଲୋକେ ଚଳଚ୍ଚିତ୍ର ଦେଖିବା ପାଇଁ ଆସିବେ ନାହିଁ ।’ କିନ୍ତୁ ପ୍ରିୟଙ୍କା ନିର୍ଦ୍ଦେଶକଙ୍କ ଏହି କଥାରୁ ବହୁତ କ୍ରୋଧିତ ହୋଇଯାଇଥିଲେ । ଏଥିପାଇଁ ସେ ଏହି ପ୍ରୋଜେକ୍ଟରୁ ପଛେଇ ଗଲେ । କିନ୍ତୁ ପରେ ଚଳଚ୍ଚିତ୍ର ନିର୍ମାତା ନିଜେ ଅଭିନେତ୍ରୀଙ୍କ ସହିତ ସାକ୍ଷାତ କଲେ ।
ପ୍ରିୟଙ୍କା ଚୋପଡ଼ା ଏହା ବିଷୟରେ କହିଛନ୍ତି ଯେ, ସେହି ଚଳଚ୍ଚିତ୍ରରେ ମୋ ସହିତ ମୁଖ୍ୟ ଚରିତ୍ରରେ ସଲମାନ୍ ଖାଁ ଥିଲେ । ପ୍ରିୟଙ୍କା ନିଜ ପୁସ୍ତକରେ ଲେଖିଛନ୍ତି ଯେ, ‘ମୋର ସହ କଳାକାର ସଲମାନ ଖାଁ ଭାରତର ଏକ ବଡ଼ କଳାକାର ଥିଲେ । ସେ ମାମଲାର ଗମ୍ଭୀରତାକୁ ବୁଝିଲେ ଓ ତୁରନ୍ତ ଏହା ବିଷୟରେ ବୁଝାମଣା କଲେ । ଯେତେବେଳେ ପ୍ରଯୋଜକ ଆସିଲେ ସେତେବେଳେ ସଲମାନ୍ ଖାଁ ତାଙ୍କ ସହିତ କଥାବାର୍ତ୍ତା କଲେ ଓ ମାମଲା ଶାନ୍ତ ହୋଇଗଲା ।
ମୋତେ ଜଣା ନାହିଁ ଯେ ସଲମାନ୍ ଖାଁ ତାଙ୍କ ସହିତ କଣ କଥାବାର୍ତ୍ତା କଲେ କିନ୍ତୁ ଏହାପରେ ପ୍ରଯୋଜକଙ୍କ କଥାବାର୍ତ୍ତା କରିବା ଉପାୟ ପୁରାପୁରି ବଦଳିଗଲା ।’
ହିନ୍ଦୀ ସିନେମା ସଙ୍ଗେ ସଙ୍ଗେ ପ୍ରିୟଙ୍କା ଚୋପଡ଼ା ବର୍ତ୍ତମାନ ହଲିଉଡ଼ ଜଗତର ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଗୁଡ଼ିଏ ହଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଲଗାତାର ହଲିଉଡ଼ ଚଳଚ୍ଚିତ୍ର କରୁଛନ୍ତି । ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ତେବେ ଏଥିରେ ଟେକ୍ସ ଫର୍ ୟୁ ଓ ମାଟ୍ରିକ୍ସ ୪ ସାମିଲ୍ ରହିଛି । ଜଣାଇଦେଉଛୁ ଯେ ଏ ଦୁଇଟି ଚଳଚ୍ଚିତ୍ର ହଲିଉଡ଼ର ଅଟେ ।