Los Angelesରେ ପ୍ରିୟଙ୍କା ଚୋପଡ଼ା ସ୍ୱାମୀ ନିକଙ୍କ ସହିତ ରହନ୍ତି ଏହି ଆଲିଶାନ୍ ଘରେ ! 150 କୋଟି ଟଙ୍କା ଅଟେ ଏହାର ମୂଲ୍ୟ…

Los Angelesରେ ପ୍ରିୟଙ୍କା ଚୋପଡ଼ା ସ୍ୱାମୀ ନିକଙ୍କ ସହିତ ରହନ୍ତି ଏହି ଆଲିଶାନ୍ ଘରେ ! 150 କୋଟି ଟଙ୍କା ଅଟେ ଏହାର ମୂଲ୍ୟ…

ହିନ୍ଦୀ ସିନେମା ଜଗତର ଦେଶୀ ଗାର୍ଲ ଏବଂ ଲୋକପ୍ରିୟ ଅଭିନେତ୍ରୀ ଏବେ ଅନ୍ତର୍ଜାତୀୟ ଷ୍ଟାର୍ ମଧ୍ୟ ହୋଇ ସାରିଛନ୍ତି ପ୍ରିୟଙ୍କା ଚୋପଡ଼ା ଏବଂ ତାଙ୍କର ଅଭିନୟ ଏବଂ ସୌନ୍ଦର୍ଯ୍ୟ କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ବର୍ତ୍ତମାନ ନିଜ କିତାବ ଅନଫିନିଷଡ଼ କାରଣରୁ ଚର୍ଚ୍ଚାରେ ରହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ପ୍ରିୟଙ୍କାଙ୍କ କିତାବରେ ନିଜର ବାସ୍ତବ ଜୀବନ ଠାରୁ ଆରମ୍ଭ କରି ପ୍ରଫେସନାଲ୍ ଜୀବନ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଖୁଲାସା କରାଯାଇଛି । ଯେଉଁ କାରଣରୁ ପ୍ରିୟଙ୍କା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

ବାସ୍ତବରେ ଏହି ବହି ପ୍ରିୟଙ୍କା ଚୋପଡ଼ା ନିଜର ବିଳାସମୟ ଜୀବନର ଝଲକ ମଧ୍ୟ ଦେଖାଇଛନ୍ତି ଏବଂ ଲକଡାଉନ୍ ସମୟରେ ଆମେରିକାରେ ସେ ନିଜ ଘରେ ଗୃହ ପ୍ରବେଶ କରିଥିଲେ । ପ୍ରିୟଙ୍କା ଏବଂ ନିକ୍ ଉଭୟ ନିଜର ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହନ୍ତି । ତାଙ୍କ ଜୀବନରେ ଲଗଜରି ଜିନିଷ ସାମିଲ୍ ରହିଥାଏ ଏବଂ ତାଙ୍କର ଫ୍ୟାନମାନେ ମଧ୍ୟ ତାଙ୍କ ଲାଇଫ୍ ଷ୍ଟାଇଲ୍ କୁ ଅନୁସରଣ କରିଥାନ୍ତି । ଏହି କାରଣରୁ ଏହି ଘରର ମୂଲ୍ୟ ଖୁବ୍ ଅଧିକ ।

ଆପଣଙ୍କୁ କହିରଖୁଛୁ ଯେ ବିବାହ ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ନିକ ଜୋନସଙ୍କ ସହିତ ଆମେରିକାରେ ରହୁଛନ୍ତି । ଲୋସ୍ ଏନଜେଲସରେ ଥିବା ଘରର ମୂଲ୍ୟ ପାଖାପାଖି ୧୫୦ କୋଟି ଟଙ୍କା ବୋଲି କୁହାଯାଉଛି ଯେଉଁଥିରେ ସବୁ ପ୍ରକାରର ସୁଖ ସୁବିଧା ଉପଲବ୍ଧ ରହିଛି । ମୁବି ଥିଏଟର୍, ଜିମ୍, ପୁଲ୍, ଇନଡୋର୍ ବାସ୍କେଟ୍ ବଲ୍ କୋର୍ଟ, ଲାଉଞ୍ଜଏବଂ ଗେମ୍ ମଧ୍ୟ ଏହି ଘରେ ରହିଛି ।

ଏହି ଘର ବ୍ୟତୀତ ନିକ- ପ୍ରିୟଙ୍କାଙ୍କ ପାଖରେ ମେନହଟନ୍, ନ୍ୟୁୟର୍କରେ ଏକ ଘର ମଧ୍ୟ ଅଛି ଯେଉଁ ଘରକୁ ଖୁବ୍ ସୁନ୍ଦର ଭାବରେ ସଜା ଯାଇଛି । ବାସ୍ତବରେ ବିଦେଶରେ ଏହି ଦୁଇଟି ସମ୍ପତ୍ତି ବ୍ୟତୀତ ମଧ୍ୟ ପ୍ରିୟଙ୍କାଙ୍କ ପାଖରେ ମୁମ୍ବାଇରେ ଏକ ଘର ରହିଛି ଯାହାର ମୂଲ୍ୟ ୭ କୋଟି ଟଙ୍କା ଅଟେ । ପୁଣି ନିକଟରେ ଏହି ଘରକୁ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା କ୍ୟାକଲୀନ୍ ଫର୍ଣ୍ଣାଡିଜଙ୍କୁ ତିନିବର୍ଷ ପାଇଁ ଘର ଭଡ଼ାରେ ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଏହି ତିନୋଟି ଘର ବ୍ୟତୀତ ମଧ୍ୟ ପ୍ରିୟଙ୍କା ଚୋପଡ଼ା ଗୋଆରେ ଏକ ଅତ୍ୟନ୍ତ ସୁନ୍ଦର ହୋଲିଡେ ହୋମ୍ କିଣିଛନ୍ତି ଯାହାକି ୨୦୧୩ରେ କିଣିଥିଲେ । ଅଭିନେତ୍ରୀ ପ୍ରିୟଙ୍କା ବିବାହ ପୂର୍ବରୁ “ନିକ୍”ଙ୍କ ସହିତ ଏହି ଘରକୁ ଛୁଟି ଦିନ ବିତାଇବାକୁ ଯାଇଥିଲେ । ଏହାର କିଛି ଫୋଟ ମଧ୍ୟ ଲୋକଲୋଚନକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜର ବହି ପାଇଁ ଚର୍ଚ୍ଚାରେ ରହିଛନ୍ତି । ପୁଣି ପ୍ରିୟଙ୍କା ନିଜର ହୋଲିଉଡ଼ ଫିଲ୍ମ ପାଇଁ ମଧ୍ୟ ବିଦେଶରେ ମଧ୍ୟ ଚର୍ଚ୍ଚିତ ଅଛନ୍ତି । ତାସହିତ ପ୍ରିୟଙ୍କା ନିଜର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି ।

Leave a Reply

Your email address will not be published. Required fields are marked *