ମାଁ ହେବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପଡ଼ା । ନଜର ଆସିଲା ବେବି ବମ୍ପ । ଜାଣନ୍ତୁ ପ୍ରକୃତ ସତ୍ୟତା

ମାଁ ହେବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପଡ଼ା । ନଜର ଆସିଲା ବେବି ବମ୍ପ । ଜାଣନ୍ତୁ ପ୍ରକୃତ ସତ୍ୟତା

ବଲିଉଡ଼ରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ନିଜର ସୁନ୍ଦରତା ଓ ପ୍ରତିଭା ଯୋଗୁଁ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡ଼ା ସର୍ବଦା ଚର୍ଚ୍ଚିତ । ବେଳେବେଳେ ନିଜ ପୋଷାକକୁ ନେଇ ଅନ୍ୟ କେବେ ନିଜ ସ୍ୱାମୀ ନିନ୍ ଜୋନସଙ୍କୁ ନେଇ ଚର୍ଚ୍ଚାର ବିଷୟ ହୁଅନ୍ତି । ଦୁହିଁଙ୍କ ଅଫେୟାର ଓ ବିବାହକୁ ଜୋରଦାର ଲାଇମଲାଇଟ୍ ମିଳିଥିଲା । ପ୍ରିୟଙ୍କା ସେହି ଅଭିନେତ୍ରୀ ମାନଙ୍କ ସୂଚୀରେ ସାମିଲ ଅଛନ୍ତି ଯେଉଁମାନେ ୨୦ ବର୍ଷର କ୍ୟାରିୟରରେ ନିଜ ଲୁକ୍ ସହିତ ଅନେକ କିଛି ପରିବର୍ତ୍ତନ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସଦ ଆସିଛି । ଯେତେବେଳେ ପ୍ରିୟଙ୍କା ପୁରାପୁରି ଫିଟ୍ ଡ୍ରେସରେ ନଜର ଆସିଲେ ସେତେବେଳେ ତାଙ୍କ ପେଟ ବା ବେବି ବମ୍ପ ନଜର ଆସିଲା ଏବଂ ଆରମ୍ଭ ହୋଇଗଲା ଏହାର ପ୍ରଚାର । ତେବେ ଚାଲନ୍ତୁ ଜାଣିବା ପ୍ରିୟଙ୍କା ମାଁ ହେବା ଖବରର ସମ୍ପୂର୍ଣ୍ଣ ସତ୍ୟ ।

google

ଗର୍ଭବତୀ ଅଛନ୍ତି ପ୍ରିୟଙ୍କା ଚୋପଡ଼ା

ପ୍ରିୟଙ୍କା ଓ ନିକ ଜୋନାସଙ୍କ ବିବାହ ପରେ ଫ୍ୟାନ୍ସ ମାନଙ୍କୁ ଏକ ବଡ଼ ଖବରର ଅପେକ୍ଷା ରହିଛି । ସମସ୍ତେ ଚାହଁନ୍ତି ଯେ ଖୁବଶୀଘ୍ର ଦମ୍ପତି ମାତାପିତା ହୋଇଯାଆନ୍ତୁ । ଯେତେବେଳେ ପ୍ରିୟଙ୍କା ଚଳଚ୍ଚିତ୍ର ‘ଇଜ ନଟ୍ ଇଟ୍ ରୋମାଣ୍ଟିକ୍’ର ପ୍ରଚାର ପାଇଁ ନ୍ୟୁୟର୍କ ଫେଶନ ୱିକକୁ ଯାଇଥିଲେ ସେତେବେଳେ ତାଙ୍କ ବେବି ବମ୍ପ ନଜର ଆସିଛି ଏବଂ ସବୁ ସ୍ଥାନରେ ପ୍ରିୟଙ୍କା ମାଁ ହେବାର ଖବର ପ୍ରଚାରିତ ହୋଇଯାଇଛି । କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହା କହିଦେଇଥିଲେ ଯେ ପ୍ରିୟଙ୍କା ତିନି ମାସ ଧରି ଗର୍ଭବତୀ ଅଛନ୍ତି । ଏହା ଉପରେ ଅଭିନେତ୍ରୀ ନିଜେ ସାମନାକୁ ଆସି ସତ କହିଛନ୍ତି ।

google

ବାସ୍ତବରେ, ଯେଉଁ ଡ୍ରେସକୁ ପିନ୍ଧି ପ୍ରିୟଙ୍କା ଫେସନ ୱିକରେ ପହଞ୍ଚିଥିଲେ ତାହା ଥିଲା ମାଇକେଲ କ୍ରୋସ(Michael Kors)ଙ୍କ କଲେକ୍ସନ । ଯେଉଁଥିରେ ପ୍ଲେନ୍ ସ୍କର୍ଟ ଓ ମେଚିଙ୍ଗ ବ୍ଲେଜର ସହ ପ୍ରିୟଙ୍କା ବ୍ଲେକ୍ ଟାଇଟ୍ସ ଓ ହାଇ ବୁଟ୍ସ ପିନ୍ଧିଥିଲେ ଏବଂ ଲାଇଟ ମେକଅପ୍ ସହିତ କେବଳ ନାଲି ଓଠ ତାଙ୍କ ଲୁକକୁ ସମ୍ପୂର୍ଣ୍ଣ କରୁଛି । ଏହି ଡ୍ରେସ୍ ପ୍ରିୟଙ୍କାଙ୍କୁ ପୁରାପୁରି ଫିଟ୍ ହେଉଥିଲା ଯାହା କାରଣରୁ ତାଙ୍କ ବେବି ବମ୍ପ ଦେଖିବାକୁ ଲାଗୁଥିଲା ଓ ଗୁଜବ ଆରମ୍ଭ ହୋଇଗଲା ।

google

ଏପରି ଘଟଣା ପ୍ରିୟଙ୍କାଙ୍କ ସହିତ ସେହି ସମୟରେ ହୋଇଥିଲା ଯେତେବେଳେ କାନ୍ସର ରେଡ଼ କାର୍ପେଟରେ ପ୍ରିୟଙ୍କା ରବର୍ଟ କାଭାଳି(Roberto Cavalli)ଙ୍କ ଡ଼ିଜାଇନର ବ୍ଲେକ୍ ସିମରି ଆଉଟଫିଟ୍ ପିନ୍ଧିଥିଲେ । ଏହି ପୋଷାକରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖାଯାଉଥିଲେ କିନ୍ତୁ ତାଙ୍କ ଡ୍ରେସ୍ ଏତେ ଫିଟ୍ ଥିଲା ଯେ ତାଙ୍କ ପେଟ ନଜର ଆସୁଥିଲା ଏବଂ ଲୋକମାନେ ଏହା ମାନି ନେଇଥିଲେ ଯେ ପ୍ରିୟଙ୍କା ଗର୍ଭବତୀ ଅଛନ୍ତି ।

Leave a Reply

Your email address will not be published. Required fields are marked *