ପ୍ରିୟଙ୍କା ଚୋପଡ଼ା ଦୁନିଆରୁ ଲଗାଇଲେ ସାହାଯ୍ୟର ଗୁହାରୀ ! କହିଲେ ‘ଆମ ଦେଶରେ ଲୋକମାନେ ମରୁଛନ୍ତି…

ପ୍ରିୟଙ୍କା ଚୋପଡ଼ା ଦୁନିଆରୁ ଲଗାଇଲେ ସାହାଯ୍ୟର ଗୁହାରୀ ! କହିଲେ ‘ଆମ ଦେଶରେ ଲୋକମାନେ ମରୁଛନ୍ତି…

ବର୍ତ୍ତମାନ ଲୋକମାନେ ହସ୍ପିଟାଲ ବେଡ଼ରୁ ଆରମ୍ଭ କରି ପ୍ଲାଜମା ଓ ଅକ୍ସିଜେନରୁ ଆରମ୍ଭ କରି ଔଷଧର ବନ୍ଦୋବସ୍ତ କରିବା ପାଇଁ ଇଆଡ଼େ ସେଆଡ଼େ ବୁଲୁଛନ୍ତି । ସୋସିଆଲ୍ ମିଡ଼ିଆରେ ସାହାଯ୍ୟ ପାଇଁ ଲୋକମାନେ ଲଗାତାର ଗୁହାରୀ କରୁଛନ୍ତି । ବର୍ତ୍ତମାନ ଏହି ସୂଚୀରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ମଧ୍ୟ ସାମିଲ୍ ଅଛନ୍ତି ।

ଯେପରିକି ଆପଣ ସମସ୍ତେ ଜାଣନ୍ତି ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡ଼ା ବର୍ତ୍ତମାନ ଲଣ୍ଡନରେ ଅଛନ୍ତି, ଯେଉଁଠାରୁ ସେମାନେ ଲଗାତାର ସୋସିଆଲ୍ ମିଡ଼ିଆ ଜରୁରୀ ସୂଚନା ଗୁଡ଼ିକ ସେୟାର୍ କରୁଛନ୍ତି । ବର୍ତ୍ତମାନ ଏହି କ୍ରମରେ ସମସ୍ତ ଲୋକଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ଅନୁରୋଧ କରିଛନ୍ତି । ସେ ଏକ ଭିଡ଼ିଓ ସେୟାର୍ କରି ନିଜ ସନ୍ଦେଶ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି । ଭିଡ଼ିଓ ସେୟାର୍ କରି ସେମାନେ ଲେଖିଛନ୍ତି ଯେ, “ଭାରତ ମୋର ଘର ଅଟେ ଯାହା ଖରାପ ଭାବେ ଲଢ଼ୁଅଛି । ବର୍ତ୍ତମାନ ସମସ୍ତଙ୍କ ସାହାଯ୍ୟର ଆବଶ୍ୟକତା ରହିଛି । ରେକର୍ଡ ସଂଖ୍ୟାରେ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ସବୁ ସ୍ଥାନରେ ରୋଗ ଅଛି, ଯାହା ଖୁବ୍ ପ୍ରସାରିତ ହେଉଛି ।’

ଏଥିସହିତ ପ୍ରିୟଙ୍କା ଏହା ମଧ୍ୟ କହିଥିଲେ ଯେ ସେ ନିଜେ ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ଚେଷ୍ଟାରେ ଲାଗି ପଡ଼ିଛନ୍ତି । ପ୍ରିୟଙ୍କା ଲେଖନ୍ତି ଯେ, ‘ନିକ୍ ଓ ମୁଁ ଆଗରୁ ସାହାଯ୍ୟ କରୁଛୁ ଏବଂ ଯୋଗଦାନ ଜାରି ରଖିଛୁ । ମୁଁ କୋଭିଡ୍ ରିଲିଫ୍ ପାଇଁ ଗିଭ୍ ଇଣ୍ଡିଆ ସହ ମିଶି ଏକ ଫଣ୍ଡରେଜର ସଂଗଠନର ସ୍ଥାପନା କରିଛି । ଆପଣ ଏଥିରେ ଯେଉଁ ଯୋଗଦାନ ଦେଇପାରିବେ, ତାକୁ ବାସ୍ତବରେ ପ୍ରଭାବ ପଡ଼ିବ । ଏଠାରେ ପାଖାପାଖି ୬୩ ମିଲିୟନ୍ ଲୋକମାନେ ମୋତେ ଫୋଲୋ କରନ୍ତି, ଯଦି ଏକ ଲକ୍ଷ ଲୋକ ୧୦ ଡଲାର୍ ମଧ୍ୟ ଦିଅନ୍ତି ତେବେ ସେ ଏକ ବଡ଼ ରକମ ହେବ । ଆପଣଙ୍କ ଦାନ ସିଧା ହେଲଥ୍ କେୟାର୍ ଇନ୍ଫ୍ରାଷ୍ଟ୍ରକଚରକୁ ଯିବ ।”

ପ୍ରିୟଙ୍କା ଚୋପଡ଼ା ଦ୍ୱାରା କରାଯାଇଥିବା ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଖୁବ୍ ବେଗରେ ଭାଇରଲ୍ ହେଉଛି । ଲୋକମାନେ ଲଗାତାର ତାଙ୍କର ଏହି ଭିଡ଼ିଓ ଉପରେ କମେଣ୍ଟ କରି ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେମିତିରେ ଏହିଭଳି ସାହାଯ୍ୟର ଗୁହାରୀ ଲଗାଇବା ଏବଂ ଲୋକଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇ ଥିବା ପ୍ରିୟଙ୍କା ଏକୁଟିଆ ନୁହଁନ୍ତି । ସୋନୁ ସୁଦ୍, ସଲମାନ୍ ଖାଁ, ଅକ୍ଷୟ କୁମାର୍ ଭଳି କିଛି କଳାକାର ମାନେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *