ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ହେଲେ ଏହି ଗୁରୁତ୍ଵ ରୋଗର ଶିକାର, ଏହିପରି ନେଉଛନ୍ତି ପରସ୍ପରର ଯତ୍ନ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସହିତ ଆପଣ ଭଲ ଭାବରେ ପରିଚିତ ଥିବେ । ନିଜ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟରେ ଶାସନ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ହେଡଲାଇନରେ ରହିଥାନ୍ତି । ଏକ ବିଦେଶୀ ବ୍ୟକ୍ତିଙ୍କୁ ବିବାହ କରିବା ପରେ ଏହା କେବଳ ଦେଶରେ ନୁହେଁ, ଏହା ବିଦେଶରେ ମଧ୍ୟ ବହୁତ ଚର୍ଚ୍ଚିତ ଅଟେ । କିନ୍ତୁ ବର୍ତ୍ତମାନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ରୋଗ ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନସଙ୍କ ରୋଗ ବିଷୟରେ କିଛି କଥା ସେୟାର କରିଛନ୍ତି, ଯାହା ଆମେ ଆପଣଙ୍କୁ କହୁଛୁ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜର ସ୍ୱାମୀ ନିକ୍ ଜୋନସଙ୍କ ସହ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡିକ ଭାଇରାଲ୍ ହେବା ସହିତ ପ୍ରଶଂସକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ଯଦିଓ ବର୍ତ୍ତମାନ ସାଂପ୍ରତିକ ସ୍ଥିତିରେ କରୋନାର ସଙ୍କଟକାଳୀନ ସ୍ଥିତି ଚାଲିଛି, ତେଣୁ ଏହି ସମୟରେ ଦୁହେଁ ପରସ୍ପରର ଆହୁରି ଅଧିକ ଯତ୍ନ ନେବା ଆରମ୍ଭ କରିଛନ୍ତି । ଏହା ସହିତ, ଏହି ଦମ୍ପତି ଆଉ ଏକ ରୋଗକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛନ୍ତି ଏବଂ ଚିନ୍ତିତ ମଧ୍ୟ ଅଛନ୍ତି ।

ଆମେ ଆପଣଙ୍କୁ ଜଣାଇ ଦଉଛୁ ଯେ, ପ୍ରିୟଙ୍କା ଚୋପ୍ରା ଏକ ଲିଡିଂ ଟେବଲାଇଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ଏବଂ ନିକ୍ ଜୋନସ୍ କିପରି କରୋନା ଭୂତାଣୁ ସମୟରେ ନିଜର ବିଶେଷ ଯତ୍ନ ନେଇଛନ୍ତି ଏବଂ ଏହାପରେ ଏହି ରୋଗକୁ ନେଇ ସେମାନେ ପରସ୍ପରର କିପରି ଯତ୍ନ ନେଉଛନ୍ତି । ଉଭୟ ଅଧିକ ସାଵଧାନରେ ପରସ୍ପରର ଯତ୍ନ ନିଅନ୍ତି । ଦୁହେଁ ନିଜ ନିଜ ସ୍ଵାସ୍ଥ୍ୟକୁ ନେଇ ସାବଧାନତା ଅବଲମ୍ବନ କରନ୍ତି ଓ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ।

ତେବେ କରୋନା ମହାମାରୀକୁ ଏଡାଇବା ପାଇଁ ନିକ୍ ଏବଂ ପ୍ରିୟଙ୍କା ପରସ୍ପରର ରୋଗକୁ ନେଇ ଆହୁରି ଅଧିକ ଗମ୍ଭୀର ହୋଇପଡିଛନ୍ତି । ଆସ୍ଥାମାରୁ ସୁରକ୍ଷା ପାଇବା ପାଇଁ ପ୍ରିୟଙ୍କା ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି । କରୋନା ବିରୁଦ୍ଧରେ ଲଢ଼ିବା ସହିତ ସେ ଆସ୍ଥାମା ସମସ୍ୟା ସହିତ ମଧ୍ୟ ଲଢୁଛନ୍ତି । ଏଥିରେ ସ୍ୱାମୀ ନିକ୍ ତାଙ୍କୁ ସମର୍ଥନ କରୁଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ।

ବାସ୍ତବରେ, ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ, ନିକ ଟାଇପ୍-୧ ମଧୁମେହ ରୋଗୀ ଏବଂ ସେଥିପାଇଁ ଉଭୟ କରୋନା ସଂକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଟନ୍ତି । ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ମୁଁ ଏବଂ ନିକ୍ ବହୁତ ନିରାପଦରେ ଜୀବନ ବିତାଉଛୁ, କାରଣ ନିକଙ୍କର ଟାଇପ୍-୧ ଡାଇବେଟିସ୍ ଅଛି ଏବଂ ମୋର ଆସ୍ଥାମା ଅଛି । ସବୁଠାରୁ ବଡ଼ କଥା ହେଲା, ଏହି ବିଶ୍ୱବ୍ୟାପୀ ମହାମାରୀ ଆମ ପାଇଁ ଅଧିକ ଅସୁବିଧା ସୃଷ୍ଟି କରିପାରେ । ତେଣୁ ଆମେ ପ୍ରତ୍ୟେକ ବିଷୟରେ ସଚେତନ ଏବଂ କାହାକୁ ଭେଟିବାରେ ମଧ୍ୟ ଆମେ ବିଶେଷ ଧ୍ୟାନ ଦେଇଥାଉ । ଆମେ ଦୁହେଁ ପୂର୍ବ ଅପେକ୍ଷା ଅଧିକ ଯତ୍ନ ନେବା ଆରମ୍ଭ କରିଛୁ ।”

ଯଦି ଆମେ ଏଠାରେ କାର୍ଯ୍ୟକ୍ଷେତ୍ର ବିଷୟରେ ଆଲୋଚନା କରିବା, ତେବେ ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ଫିଲ୍ମ ‘ହ୍ଵାଇଟ୍ ଟାଇଗର’ରେ ନଜର ଆସିବେ । ତାଙ୍କୁ ଶେଷଥର ପାଇଁ ଫିଲ୍ମ “ଦି ସ୍କାଏ ଇଜ୍ ପିଙ୍କ”ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସୋନାଲି ବୋଷ । ତାଙ୍କ ସହ ଫରହାନ ଅଖତର ମଧ୍ୟ କାମ କରିଥିଲେ ।

Be the first to comment

Leave a Reply

Your email address will not be published.


*