‘ଅନଲୋକ – ୩.୦’ର ପ୍ରସ୍ତୁତି ଆରମ୍ଭ । ଜୁଲାଇ ୩୧ ପରେ ଜନତାଙ୍କୁ ମୁକ୍ତି । ଜାଣନ୍ତୁ କଣ ଅଛି ଯୋଜନା

‘ଅନଲୋକ – ୩.୦’ର ପ୍ରସ୍ତୁତି ଆରମ୍ଭ । ଜୁଲାଇ ୩୧ ପରେ ଜନତାଙ୍କୁ ମୁକ୍ତି । ଜାଣନ୍ତୁ କଣ ଅଛି ଯୋଜନା

କୋରୋନାର ବଢ଼ୁଥିବା ମାମଲାକୁ ନଜରରେ ରଖି ଅନେକ ରାଜ୍ୟ ପୁଣିଥରେ ଲକଡାଉନ ପ୍ଲାନ୍ କରିଛନ୍ତି । ପୁଣି କିଛି ରାଜ୍ୟ କୋରୋନାରୁ ବଂଚିବା ପାଇଁ ଅନେକ ପ୍ରକାରର ଯୋଜନା ବନାଇବା ଆରମ୍ଭ କରି ଦେଇଛନ୍ତି । ପୁଣି କେନ୍ଦ୍ର ସରକାର ଜନତାଙ୍କୁ ସାନ୍ତ୍ଵନା ଦେବା ବିଷୟରେ ଭାବୁଛନ୍ତି । ସରକାର ଲକଡାଉନକୁ ପର୍ଯ୍ୟାୟ କ୍ରମେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଜୁଲାଇ ୩୧ ପରେ ହିଁ ଅର୍ଥାତ ଅଗଷ୍ଟ ୧ ଠାରୁ ଆରମ୍ଭ ହେବାକୁ ଥିବା ‘ ଅନଲୋକ୍ – ୩.୦ ‘ ଉପରେ ବିଚାର କରାଯାଉଛି । ସରକାର ଅନଲୋକର ତୃତୀୟ ପର୍ଯ୍ୟାୟ ପାଇଁ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରସିଜିୟର ( SOP )ର ମଧ୍ୟ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଅନଲୋକରେ ରାଜ୍ୟରେ ସମ୍ପୂର୍ଣ୍ଣ ଛାଡ଼ ଦିଆଯିବ ଯେଉଁଥିରେ ସେମାନେ ନିଜ ହିସାବରେ ପ୍ରଦେଶରେ ଯେତେ ପ୍ରତିବନ୍ଧକ ଲଗାଇବାକୁ ଚାହିଁବେ ତାହାର ନିଷ୍ପତ୍ତି ନେଇପାରିବେ ।

କିନ୍ତୁ ବର୍ତ୍ତମାନ ଏହା ଦେଖିବାର ଅଛି ଯେ, ଆନ୍ତର୍ଜାତୀୟ ଫ୍ଲାଇଟ୍, ଜିମ୍ ଏବଂ ସିନେମା ହୋଲକୁ ଏଥର ଖୋଲା ଯାଉଛି କି ନାହିଁ । କାରଣ, ମାର୍ଚ୍ଚ ୨୫ରୁ ଏହିସବୁ ଉପରେ ତାଲା ପଡ଼ିଛି । ତେଣୁ ଚାଲନ୍ତୁ ଜାଣିବା ଯେ, ଅନଲୋକର ଆଗାମୀ ପର୍ଯ୍ୟାୟରେ ଆପଣଙ୍କୁ କେଉଁସବୁ ଜିନିଷ ଉପରେ ଛାଡ଼ ଦିଆଯିବ ।

ଆନ୍ତର୍ଜାତୀୟ ଫ୍ଲାଇଟ୍ ଉପରେ ଛାଡ଼ :-

google

ଜୁଲାଇ ୩୧ ପରେ ହେବାକୁ ଯାଉଥିବା ‘ଅନଲୋକ୍ ୩.୦’ରେ ସରକାର ଆନ୍ତର୍ଜାତୀୟ ଫ୍ଲାଇଟ୍ ବିଷୟରେ ବିଚାର କରୁଛନ୍ତି । ତେଣୁ ଏହି ଅନୁସାରେ ଯାତ୍ରୀ ମାନଙ୍କର ଚେକଅପ୍ ହେବ ଏବଂ ଟେଷ୍ଟ ନେଗେଟିଭ ଆସିବା ପରେ ହିଁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହାବ୍ୟତୀତ ଏୟାରପୋର୍ଟରେ ଅନ – ଅରାଇବଲର ସନ୍ଧାନ ସୁବିଧା ଆରମ୍ଭ ହୋଇଯିବ । ସରକାର ସେହି ରିପୋର୍ଟ ଅନୁସାରେ ଯାତ୍ରୀଙ୍କୁ ଫ୍ଲାଇଟରେ ବସିବାକୁ ଦେବେ ଯିଏ ଗତ ୪୮ – ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇନଥିବେ ।

ଥିଏଟରରେ ଲାଗୁ ହେବ ନୂଆଁ ନିୟମ :-

google

ଜୁଲାଇ ୩୧ ପରେ ସରକାର ୪ ମାସରୁ ବନ୍ଦ ପଡ଼ିଥିବା ଥିଏଟରକୁ ମଧ୍ୟ ଖୋଲିବା ଉପରେ ବିଚାର କରିପାରନ୍ତି । କିନ୍ତୁ ଏଥିପାଇଁ ନୂଆଁ ନିୟମ ଲାଗୁ ହେବ ଏବଂ ତା’ସହିତ ବୟସ ସୀମା ମଧ୍ୟ ରହିବ । ଅର୍ଥାତ ହୋଲରେ କେବଳ ୧୫ ବର୍ଷରୁ ୫୦ ବର୍ଷ ବୟସର ଲୋକଙ୍କୁ ବସିବାକୁ ଅନୁମତି ଦିଆଯିବ ଏବଂ ସାମାଜିକ ଦୁରତ୍ଵର ସମ୍ପୂର୍ଣ୍ଣ ଧ୍ୟାନ ରଖାଯିବ ।

ଜିମ୍ ଏବଂ ଫିଟନେସ୍ ସେଣ୍ଟର :-

google

ଲକଡାଉନ କାରଣରୁ ସମସ୍ତ ଜିମ୍ ଏବଂ ଫିଟନେସ୍ ସେଣ୍ଟର ବନ୍ଦ ରହିଛି । ଯଦି ସରକାର ତାହାକୁ ଖୋଲିବାକୁ ଅନୁମତି ଦିଅନ୍ତି ତେବେ ସେଠାରେ ସୁରକ୍ଷାର ସବୁ ପ୍ରକାରର ବ୍ୟବସ୍ଥା କରାଯିବା ନିତାନ୍ତ ଆବଶ୍ୟକ ଏବଂ କୋରୋନା ଠାରୁ ବଂଚାଇବାକୁ ଜିମ୍ମା ସଂସ୍ଥାନ ସୁବିଧା ରହିବା ନିହାତି ଜରୁରୀ ଅଟେ । ଅର୍ଥାତ ଯଦି ଫିଟନେସ୍ ପ୍ରେମୀମାନେ ସମସ୍ତ ନିୟମକୁ ପାଳନ କରି ୱର୍କଆଉଟ୍ କରିବେ ତେବେ ଠିକ୍ ଅଛି । ନଚେତ ପରବର୍ତ୍ତୀ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଏଠାରେ ମଧ୍ୟ ସାମାଜିକ ଦୁରତ୍ୱର ଆବଶ୍ୟକତା ରହିଛି ।

ସ୍କୁଲ / କଲେଜ୍ :-

google

ସରକାର ଲୋକଙ୍କୁ ଅନେକ ପ୍ରକାରର ଛାଡ଼ ଦେବାକୁ ଚାହୁଁଛି କିନ୍ତୁ ଏପରି ସ୍ଥିତିରେ ସରକାରଙ୍କ ସାମ୍ନାରେ ସ୍କୁଲ, କଲେଜ୍ ସମେତ ତମାମ ଶିକ୍ଷାଗତ ସଂସ୍ଥାନକୁ ଖୋଲିବା ଏକ ସମସ୍ୟା ହୋଇ ରହିଯାଇଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଅନେକ ଚେଷ୍ଟା ଚଳାଇଛନ୍ତି ସ୍କୁଲ କଲେଜ୍ ଖୋଲିବା ପାଇଁ କିନ୍ତୁ କାହାରି ସମ୍ମତି ମିଳିପାରିନାହିଁ । ପୁଣି ଅଭିଭାବକ ପିଲାଙ୍କୁ ସ୍କୁଲ ପଠାଇବାକୁ ଚାହୁଁ ନାହାନ୍ତି ତେଣୁ ହୋଇପାରେ ଯେ ଏଥର ମଧ୍ୟ କେନ୍ଦ୍ର ସରକାର ସ୍କୁଲ କଲେଜ୍ ସମସ୍ତ ସଂସ୍ଥାନ ବନ୍ଦ ରଖିବେ । କାରଣ ଛାତ୍ର ଛାତ୍ରୀଙ୍କୁ ମହାମାରୀ ଠାରୁ ବଞ୍ଚାଇବାକୁ ଏହାହିଁ ଏକମାତ୍ର ଉପାୟ ଅଟେ ।

Leave a Reply

Your email address will not be published. Required fields are marked *