କରୋନା ଭାଇରସ : ମୋଦି ସରକାରଙ୍କ ବଡ଼ ଘୋଷଣା, ପ୍ରତି ମାସରେ ମହିଳାମାନଙ୍କ ଆକାଉଣ୍ଟକୁ ଆସିବ ୫୦୦ ଟଙ୍କା !

କରୋନା ଭାଇରସ : ମୋଦି ସରକାରଙ୍କ ବଡ଼ ଘୋଷଣା, ପ୍ରତି ମାସରେ ମହିଳାମାନଙ୍କ ଆକାଉଣ୍ଟକୁ ଆସିବ ୫୦୦ ଟଙ୍କା !

କରୋନା ଭାଇରସରେ ପୀଡିତଙ୍କ ସଂଖ୍ୟା ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । କରୋନା ଭୂତାଣୁ ଭାରତରେ ଧୀରେ ଧୀରେ ସଂକ୍ରମିତ ହୋଇ ଚାଲିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦ ରୁ ଉର୍ଦ୍ଧ୍ଵ ରୋଗୀ ସମ୍ମୁଖକୁ ଆସିଛନ୍ତି । ଏହା ସଙ୍ଗେ ସଙ୍ଗେ ୧୫ ରୁ ଅଧିକ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହିସବୁ ପରିସ୍ଥିତି ମଧ୍ୟରେ ମୋଦି ସରକାର ଗୋଟିଏ ବଡ଼ ରିଲିଫ ବଣ୍ଟନ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ପ୍ରେସ୍ କନ୍ଫରେନ୍ସ ଆୟୋଜନ କରି ମୋଦି ସରକାରଙ୍କ ତରଫରୁ ଅସହାୟ ଲୋକଙ୍କ ସହାୟତା ପାଇଁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ବିଭିନ୍ନ ମାଧ୍ୟମରେ ଏହାର ଲାଭ ଅସହାୟ ଲୋକମାନଙ୍କ ପାଖକୁ ପଠାଯିବ । ମୋଦି ସରକାର ପାଖପାଖି ୨୦କୋଟି ମହିଳାଙ୍କ ଖାତାରେ ଆଗାମୀ ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ ଟଙ୍କା ପକାଇବାକୁ ଯାଉଛନ୍ତି ।

ସରକାରଙ୍କ ବଡ଼ ଘୋଷଣା

DBTର ଲାଭ କୃଷକଙ୍କ ସହିତ ଦିନ ମଜୁରିଆ, ଗରିବ ବିଧବା, ଦିବ୍ୟାଙ୍ଗ, ଜନଧନ ଯୋଜନା ବା ଉଜ୍ଜ୍ବଳା ଯୋଜନା, ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ, ସଂଗଠିତ କ୍ଷେତ୍ରର କର୍ମୀ ଓ ବିନିର୍ମାଣ ମଜୁରିଆ ମାନଙ୍କୁ ମଧ୍ୟ ମିଳିବ । ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଅର୍ଥ ମନ୍ତ୍ରୀଙ୍କ ତରଫରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଏଥିରୁ ୭ କୋଟି ପରିବାରକୁ ଲାଭ ମିଳିବ । ଦେଶରେ ୮.୩ କୋଟି ଘରକୁ ଉଜ୍ଜ୍ବଳା ଯୋଜନା ଅନୁଯାୟୀ ଗ୍ୟାସ ସିଲିଣ୍ଡର ପ୍ରାପ୍ତ ହୋଇଛି । ଆଗାମୀ ତିନି ମାସ ପର୍ଯ୍ୟନ୍ତ ତାଙ୍କୁ ନିଶୁକ୍ଳ ବା ମାଗଣାରେ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ମୋଟାମୋଟି ଭାବରେ ମହିଳାମାନେ ୨୦ କୋଟି ଜନଧନ ଖାତା ଖୋଲାଯାଇଥିଲା । ସରକାର ତିନି ମାସ ପର୍ଯ୍ୟନ୍ତ ଏଥିରେ ୫୦୦ ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି ।

ଏହି ବଡ଼ ଆଶ୍ୱାସନା ମଧ୍ୟ ଦେଇଛନ୍ତି ସରକାର

ଇପିଏଫଓ ର ଲାଭ ଯେଉଁ କର୍ମଚାରୀ ମାନଙ୍କୁ ମିଳୁଛି, ସରକାରଙ୍କ ତରଫରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କ ଅଂଶ ଓ କମ୍ପାନୀର ଅଂଶ ଯାହାକି ୨୪% ହୋଇଥାଏ, ତାହାକୁ ଜମା କରାଯିବ ବୋଲି କୁହାଯାଇଛି । ଯଦିଓ, ଏହି ସୁବିଧାର ଲାଭ କେବଳ ସେହି କମ୍ପାନୀ ଓ କର୍ମଚାରୀମାନଙ୍କୁ ହେବ, ଯେଉଁଠାରେ କି ୧୦୦ ରୁ କମ କର୍ମଚାରୀ କାର୍ଯ୍ୟରତ ଓ ସେଥିମଧ୍ୟରୁ ୯୦ ପ୍ରତିଶତଙ୍କ ମାସିକ ଦରମା ୧୫,୦୦୦ ଟଙ୍କାରୁ କମ ଥିବ । କରୋନା ସଂକଟରେ ସରକାରଙ୍କ ସାଥିରେ ଥିବା ଲୋକମାନଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଇନସୋରେନ୍ସ ପ୍ରଦାନ କରାଯିବା ବୋଲି ସ୍ଥିର କରାଯାଇଛି । ଏହି ଲୋକମାନଙ୍କ ମଧ୍ୟରେ ଡାକ୍ତର, ନର୍ସ, ଆଶା କର୍ମୀ, ଓ ଅନ୍ୟ ମେଡ଼ିକାଲ ଷ୍ଟାଫ ବା କର୍ମଚାରୀ ସାମିଲ ଅଛନ୍ତି । ୨୦ ଲକ୍ଷ ଚିକିତ୍ସା ସେବା ସହ ଜଡ଼ିତ ଲୋକଙ୍କୁ ଏହାର ଲାଭ ମିଳିବ । ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ୮୦ କୋଟି ଗରିବଙ୍କ ପର୍ଯ୍ୟନ୍ତ ଶସ୍ୟ ପହଞ୍ଚାଇବେ ବୋଲି ଘୋଷଣା କରିଛି । ଆଗାମୀ ତିନି ମାସ ପର୍ଯ୍ୟନ୍ତ ସରକାର ତାଙ୍କୁ ୫ କିଲୋଗ୍ରାମ ଗହମ ଓ ଚାଉଳ ମଧ୍ୟ ନିଶୁକ୍ଳରେ ପ୍ରଦାନ କରିବ । ସାଥିରେ ସମସ୍ତ ପରିବାରକୁ ଗୋଟିଏ କିଲୋଗ୍ରାମ ଡାଲି ମଧ୍ୟ ମାଗଣାରେ ପ୍ରଦାନ କରାଯିବ ।

ସମସ୍ତେ ମିଶି ମୋର୍ଚ୍ଚା ସମ୍ଭାଳିଲେ

କରୋନା ବିରୁଦ୍ଧରେ ଭାରତ ଯେଉଁ ଲଢେଇ ଆରମ୍ଭ କରିଛି, ତାହାର ନେତୃତ୍ଵରେ ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ଗତ ବୁଧବାର ଦିନ କ୍ୟାବିନେଟ ବୈଠକରେ, ସମସ୍ତ ମନ୍ତ୍ରୀ ଗୋଟିଏ ମିଟରରୁ ଅଧିକ ଦୂରତାରେ ବସି ଥିବାର ନଜର ଆସୁଥିଲେ । ଏଥିରେ ସମସ୍ତ ରାଜ୍ୟର ପ୍ରସ୍ତୁତି ବିଷୟରେ ଆଲୋଚନା ଓ ପର୍ଯ୍ୟବେକ୍ଷଣ କରାଗଲା । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କଲେ ଯେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଶସ୍ୟ ଚାଉଳ, ଡାଲି, ପନିପରିବା ଏବଂ ଅନ୍ୟ ଖାଦ୍ୟ ପଦାର୍ଥ ଉପଲବ୍ଧ ଅଛି । ବିଶେଷ କଥାଟି ଏହା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଛି, ଯାହାକି ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *