ଶିବ ଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦ କଣ ପାଇଁ ଗ୍ରହଣ କରାଯାଏ ନାହିଁ ?

ଶିବ ଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦ କଣ ପାଇଁ ଗ୍ରହଣ କରାଯାଏ ନାହିଁ ?

ଶିବ ଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦ କଣ ପାଇଁ ଗ୍ରହଣ କରାଯାଏ ନାହିଁ ? ଜାଣନ୍ତୁ ଏହାର କାରଣ ..

ମନ୍ଦିରରେ ଭଗବାନଙ୍କ ପୂଜା କରିବା ପରେ ଲୋକେ ପ୍ରସାଦ ଅର୍ପଣ କରିଥାନ୍ତି ସେହି ପ୍ରସାଦକୁ ପୂଜକ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଥାନ୍ତି । ସେହି ପ୍ରସାଦକୁ ଲୋକେ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି । କଣ ଆପଣ ଜାଣିଛନ୍ତି ଭୋଳନାଥଙ୍କ ପ୍ରତୀକ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ବାରଣ କରାଯାଇଥାଏ । ଏହା ପଛରେ ପୌରାଣିକ ମାନ୍ୟତା ରହିଛି । ଭଗବାନ ଶିବଙ୍କ ମୁଖରୁ ଚଣ୍ଡେଶ୍ୱର ନାମକ ରାକ୍ଷସ ପ୍ରକଟ ହୋଇଛନ୍ତି । ମାନ୍ୟତା ରହିଛି ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥିବା ପ୍ରସାଦର ଚଣ୍ଡେଶ୍ୱରଙ୍କ ଭାଗ ହୋଇଥାଏ । ଚଣ୍ଡେଶ୍ୱରଙ୍କ ଅଂଶ ଅର୍ଥାତ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ଅର୍ଥ ଭୂତ ପ୍ରେତଙ୍କ ଅଂଶ ଗ୍ରହଣ କରିବା ସହ ସମାନ । ଏହି କାରଣରୁ ଶିବଲିଙ୍ଗ ଉପରେ ଚଢାଯାଇଥିବା ପ୍ରସାଦ ଗ୍ରହଣ କରାଯାଇନଥାଏ ।

ଭଗବାନ ଶିବଙ୍କ ପ୍ରସାଦ ଗ୍ରହଣ କଲେ ସମସ୍ତ ପାପ ନାଶ ହୋଇଥାଏ ।

ଶିବ ପୁରାଣରେ ବର୍ଣ୍ଣିତ ଅଛି ଶିବଙ୍କ ପ୍ରସାଦ ଗ୍ରହଣ କଲେ ସମସ୍ତ ପାପ ନାଶ ହୋଇଥାଏ । ଶିବଙ୍କ ପ୍ରାସାଦର ଦର୍ଶନ ମାତ୍ରେ ହିଁ ସମସ୍ତ ପାପ ନାଶ ହୋଇଥାଏ । ସେହିପରି ଶିବଙ୍କ ପ୍ରସାଦ ଗ୍ରହଣ କରିବା ମାତ୍ରେ ହିଁ ପୁଣ୍ୟ ଅର୍ଜନ ହୋଇଥାଏ ।

କୌଣସି ମଧ୍ୟ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ନିଷେଧ ଅଟେ ।

ସମସ୍ତ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଚଣ୍ଡେଶ୍ୱରଙ୍କ ଭାଗ ହୋଇନଥାଏ । ଯେଉଁ ଶିବଲିଙ୍ଗର ନିର୍ମାଣ ସାଧାରଣ ପଥର , ମାଟି କିମ୍ବା ଚାଇନା ମାଟିରେ ହୋଇଥାଏ ସେହି ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ନିଷେଧ ହୋଇଥାଏ । ଏହି ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦକୁ ନଦୀ କିମ୍ବା ପୋଖରୀରେ ବିସର୍ଜନ କରିଦେବା ଉଚିତ ।

ଏହି ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଗ୍ରହଣ କରିବା ନିଷେଧ ନୁହେଁ ।

କୌଣସି ମଧ୍ୟ ଧାତୁ ନିର୍ମିତ କିମ୍ବା ପାରଦ ନିର୍ମିତ ଶିବଲିଙ୍ଗରେ ଅର୍ପଣ କରାଯାଇଥିବା ପ୍ରସାଦ ଚଣ୍ଡେଶ୍ୱରଙ୍କ ଅଂଶ ହୋଇନଥାଏ । ଏହି କାରଣରୁ ଏହି ପ୍ରସାଦକୁ ଗ୍ରହଣ କଲେ ଦୋଷ ଲାଗିନଥାଏ । ଶିବଲିଙ୍ଗ ବ୍ୟତୀତ ଶାଳଗ୍ରାମରେ ଅର୍ପିତ ପ୍ରସାଦ ଗ୍ରହଣ କଲେ ଦୋଷ ଲାଗିନଥାଏ ।

Leave a Reply

Your email address will not be published. Required fields are marked *