‘ପୀପୀଇ କିଟ୍’ ବାହାର କରି ଡାକ୍ତର୍ ସେୟାର୍ କରିଲେ ନିଜ ଫୋଟ ! ଲୋକେ କରିଲେ ହୃଦୟରୁ ସେଲ୍ୟୁଟ୍…

‘ପୀପୀଇ କିଟ୍’ ବାହାର କରି ଡାକ୍ତର୍ ସେୟାର୍ କରିଲେ ନିଜ ଫୋଟ ! ଲୋକେ କରିଲେ ହୃଦୟରୁ ସେଲ୍ୟୁଟ୍…

ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲୋକଙ୍କୁ ଯେପରି ନିରାଶ କରି ଦେଇଛି । ଦେଶରେ ରୋଗୀ ମାନଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ପୁଣି ହସ୍ପିଟାଲ୍ ମାନଙ୍କରେ ବେଡ୍ ଏବଂ ଅକ୍ସୀଜେନ୍ ସିଲିଣ୍ଡର୍ ଉଭୟର ଅଭାବ ରହିଛି । କରୋନାର ବଢ଼ୁଥିବା ମାମଲା କାରଣରୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଦହଲି ଯାଇଛି । ସ୍ଥାନେ ସ୍ଥାନେ ଲୋକେ ଆମ୍ବୁଲାନ୍ସ, ଅକ୍ସୀଜେନ୍, ଔଷଧ ଭଳି ସୁବିଧା ଗୁଡ଼ିକ ପାଇଁ ସଂଘର୍ଷ କରୁଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ଜୀବନ ଏବଂ ଭଗବାନ ସାଜିଥିବା ଡାକ୍ତରମାନେ ଖୁବ୍ ପରିଶ୍ରମ କରୁଛନ୍ତି ।

ସୋସିଆଲ୍ ମିଡିଆରେ ଏହି ଡାକ୍ତର୍ ମାନଙ୍କର ଫୋଟ ଦେଖି ଯେକେହିବି ଖୁସି ହେଉଛନ୍ତି ଏବଂ ସମସ୍ତେ ତାଙ୍କୁ ବାସ୍ତବ ଜୀବନର ଭଗବାନ ସମ୍ବୋଧନ କରୁଛନ୍ତି । ସୋସିଆଲ୍ ମିଡିଆ ନିକଟରେ ଜଣେ ଡାକ୍ତର ନିଜର ଫୋଟ ସେୟାର୍ କରିଛନ୍ତି, ଯେଉଁଥିରେ ସେ ପୀପୀଇ କିଟ୍ ସହିତ ଏବଂ ପୀପୀଇ କିଟ୍ ବାହାର କରିବା ପରେ ଉଭୟ ସମୟର ରୂପରେ ନଜର ଆସିଛନ୍ତି ।

ଜାଣିରଖନ୍ତୁ ଯେ ଏହି ଫୋଟ ବୁଧବାର ଦିନ ଡାକ୍ତର ସୋହେଲ୍ ନିଜର ଟ୍ୱିଟର୍ ଆକାଉଣ୍ଟରେ ସେୟାର୍ କରିଥିଲେ । ଯେଉଁଥିରେ ସେ ‘କ୍ୟାପଶନ୍’ରେ ଲେଖିଥିଲେ ଯେ- ମୁଁ ଗର୍ବିତ ଯେ ମୁଁ ଦେଶ ପାଇଁ କିଛି କରୁଛି ଡାକ୍ତର୍ ସୋହେଲଙ୍କର ଏହି ଫୋଟ ସେୟାର୍ କରିବା ମାତ୍ରେ ଭାଇରଲ୍ ହୋଇ ଯାଇଥିଲା । ସେ ଏହି ଏଥିରେ ନିଜର ଦୁଇଟି ଫୋଟର କୋଲାଜ୍ ବନାଇ ପୋଷ୍ଟ କରିଥିଲେ । ଗୋଟିଏ ଫୋଟରେ ସେ ପୀପୀଇ କିଟ୍ ପନ୍ଧିଥିଲେ ଏବଂ ଅନ୍ୟଟିରେ ସେ ବିନା ପୀପୀଇ କିଟ୍ ଝାଳ ବୋହୁଥିବା ବସ୍ଥାରେ ସେୟାର୍ କରିଥିଲେ ।

ଏହି ଫୋଟ ପରେ ସେ ନିଜର ଆଗାମୀ ‘ଟ୍ୱିଟ୍’ରେ ଲେଖିଛନ୍ତି ଯେ ସବୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ତରଫରୁ ଏହା କହିବାକୁ ଚାହିଁବି ଯେ ଆମେ ସମସ୍ତେ ପରିବାର ଠାରୁ ଦୂରରେ ରହି ଖୁବ୍ ପରିଶ୍ରମ କରୁଛୁ । କେବେ ଗମ୍ଭୀର ପୋଜିଟିଭ୍ ରୋଗୀଙ୍କ ଠାରୁ କେବଳ ଗୋଟିଏ ପାଦ ଦୂରରେ ତ କେତେବେଳେ ଗମ୍ଭୀର ରୂପରେ ରୋଗଗ୍ରସ୍ତ ବୟସ୍କଙ୍କ ଠାରୁ ଏକ ଇଞ୍ଚ ଦୂରରେ ରହିଥାଉ । ମୁଁ ସମସ୍ତଙ୍କୁ ଗୁହାରି କରୁଛି ଯେ କୃପା କରି ଟୀକାକରଣ ପାଇଁ ଯାଆନ୍ତୁ । କେବଳ ଏହାହିଁ ଏକ ସମାଧାନ ଅଟେ । ସୁରକ୍ଷିତ ରୁହନ୍ତୁ ।

ଡାକ୍ତର ସୋହେଲଙ୍କର ଏହି ଫୋଟ ଏବଂ ତାଙ୍କ ମେସେଜ୍ ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି । ଡାକ୍ତର୍ ସୋହେଲଙ୍କ ସହିତ ଅନ୍ୟ ଲୋକେ ମଧ୍ୟ ଏହି କଥାର ଗୁହାରି କରିଛନ୍ତି ଯେ ଦୟାକରି ସାମାଜିକ ଦୂରତ୍ୱର ପାଳନ କରନ୍ତୁ ଏବଂ କରୋନା କାରଣରୁ ଜାରି କରାଯାଇଥିବା ସରକାରଙ୍କ ନିୟମକୁ ମାନନ୍ତୁ ।

ଏହି ଡାକ୍ତର ମାନଙ୍କର ସଚ୍ଚା ମନରେ ଲକ୍ଷ ଲକ୍ଷ ଲୋକ ସେଲ୍ୟୁଟ୍ କରୁଛନ୍ତି । ଅନେକ ଲୋକ ତାଙ୍କୁ ଏହି ପ୍ରକାରର ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହି ନିଷ୍ଠା ଏବଂ କର୍ମ ଭାବନା କାରଣରୁ ଭଗବାନଙ୍କ ସ୍ଥାନ ମଧ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *