– – ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତ୍ତୀଙ୍କ ମେସେଜ୍ ଗୁଡ଼ିକ ସୋସିଆଲ ମିଡ଼ିଆରେ ଖବରରେ ଛାଇ ରହିଛି । ଦୁହିଁଙ୍କ ଚେଟ୍ ଭାଇରାଲ ହେବା ପରେ ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟଙ୍କ ପ୍ରତିକ୍ରିୟା ସାମନାକୁ ଆସିଅଛି । ପୂଜା ଭଟ୍ଟ ସେହି ମେସେଜର ସ୍କ୍ରିନ୍ ଶର୍ଟ ସେୟାର କରିଛନ୍ତି ଯାହା ମହେଶ ଭଟ୍ଟ ତାଙ୍କୁ ପଠାଇଥିଲେ ।

ପୂଜା ଏହାକୁ ସେୟାର କରି ଲେଖିଛନ୍ତି ଯେ, ‘ଯେଉଁ ମେସେଜକୁ ମୋଷ୍ଟ ଏକ୍ସପ୍ଲେସିଭ କୁହାଯାଉଛି ସେହି ମେସେଜ୍ ମୋ ପିତା ମୋତେ ମଧ୍ୟ ପଠାଇଥିଲେ । ମୋ ବ୍ୟତୀତ ସେ ଆହୁରି କିଛି ଲୋକଙ୍କୁ ୯ ଜୁନରେ ଏହି ମେସେଜ୍ ପଠାଇଥିଲେ । ଏହା ବ୍ୟତୀତ ସେ ଟ୍ୱିଟରରେ ମଧ୍ୟ ଏହାକୁ ପୋଷ୍ଟ କରିଥିଲେ । ନିଜ ଫେକ୍ଟସ ଠିକ୍ କରନ୍ତୁ ।’
ସୋନି ରାଜଦାନ କଣ କହିଲେ
ସୋନି ରାଜଦାନ ଏହି ମେସେଜକୁ ନେଇ ଟ୍ୱିଟ୍ କଲେ ଓ କହିଛନ୍ତି ଯେ, ‘ହଁ ଏହା ସତ ଅଟେ । ହଁ ଏହା ଅଟେ ମୋର ମେସେଜ୍ । ଆମକୁ ପ୍ରତିଦିନ ମହେଶ ଏପରି ମେସେଜ୍ ପଠାନ୍ତି । କେବେ ଆମକୁ ସଠିକ୍ ଖବର ମିଳିବ ।’
ଯେଉଁ ଚେଟ୍ ସାମନାକୁ ଆସିଥିଲା ତାହା ୯ ଜୁନରୁ ଆରମ୍ଭ କରି ୧୫ ଜୁନର ଥିଲା । ରିୟା ମହେଶଙ୍କୁ ମେସେଜ୍ କରିଥିଲେ, ମୁଁ ଆପଣଙ୍କ ବିନା କଣ କରିବି ମୋ ଏଞ୍ଜଲ । ଆଇ ଲଭ୍ ୟୁ ସାର୍ । ଆପଣ ମୋତେ ପୁଣିଥରେ ବଞ୍ଚାଇନେଲେ ।’ ଏହା ଉତ୍ତରରେ ମହେଶ ଭଟ୍ଟ ଦିଲ୍ ଓ ହାତ ଯୋଡୁଥିବା ଇମୋଜି ତିଆରି କରି ପଠାଇଛନ୍ତି ।
Interestingly,the message @IndiaToday refers to as ‘most explosive revelation’ is a message that my father also sent me & countless other people on his phone list on the same day(June 9) & subsequently posted on Twitter as well (26-6-2020) get your facts right @IndiaToday 😊 https://t.co/EUWmhtGUXW pic.twitter.com/8jkO8rLcc0
— Pooja Bhatt (@PoojaB1972) August 22, 2020
Yes true. Here is mine. We get them everyday. When will news channels actually give us real news and not fabricated spin-offs. Most seem to have turned into uglier more salacious versions of Stardust and Cine Blitz. https://t.co/2f5tKKhwLu pic.twitter.com/l7IS2xavUS
— Soni Razdan (@Soni_Razdan) August 22, 2020
୧୦ ଜୁନରେ ମହେଶ ଭଟ୍ଟ ରିୟାଙ୍କୁ ଏକ ଫଟୋ ସେୟାର କରିଥିଲେ । ଏହା ପରେ ୧୧ ଜୁନକୁ ଭଟ୍ଟ ରିୟାଙ୍କୁ ମେସେଜ୍ କରିଥିଲେ, ‘ବେଳେବେଳେ ଜିନିଷ ଗୁଡ଼ିକ ବାସ୍ତବରେ ଏପରି ଦେଖିବା ପାଇଁ ଯେ ସେ ବାସ୍ତବରେ ଅଛନ୍ତି, ଆପଣଙ୍କୁ ଏକ ପଦକ୍ଷେପ ପଛକୁ ନେବାକୁ ପଡ଼ିବ, ଏବଂ ପରେ ଦ୍ୱିତୀୟ ପଦକ୍ଷେପ, ଓ ପରେ ଆଉ କିଛି ।’ ରିୟା ଏହା ଉତ୍ତରରେ ଲେଖିଲେ ଯେ, ‘ସତରେ……ଶୁଭ ସକାଳ ।’
୧୨ ଜୁନକୁ ମଧ୍ୟ ଭଟ୍ଟ ରିୟାଙ୍କୁ ଫରୱର୍ଡ ମେସେଜ୍ ପଠାଇଥଲେ ଯେଉଁଥିରେ ଲେଖିଥିଲେ, ‘ଏକୁଟିଆ ରହିବା ବ୍ୟକ୍ତିଗତ ରଚନାତ୍ମକର ବୀଜକୁ ପୋଷିତ କରିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ଏବଂ କୌଣସି ସତକୁ ଜନ୍ମ ଦେଇଥାଏ ।’