ପୂଜା ବେଦୀଙ୍କ ଝିଅ ‘ସୌନ୍ଦର୍ଯ୍ୟ’ ଏବଂ ‘ହଟ୍-ନେସ୍’ରେ ଅନ୍ୟ ଅଭିନେତ୍ରୀମାନଙ୍କ ଠାରୁ ଆଗରେ !

ପୂଜା ବେଦୀଙ୍କ ଝିଅ ‘ସୌନ୍ଦର୍ଯ୍ୟ’ ଏବଂ ‘ହଟ୍-ନେସ୍’ରେ ଅନ୍ୟ ଅଭିନେତ୍ରୀମାନଙ୍କ ଠାରୁ ଆଗରେ !

କବୀର୍ ବେଦୀଙ୍କ ଏବଂ ଅଭିନେତ୍ରୀ ପୂଜା ବେଦୀ ପୁଣି ଥରେ ଆଲୋଚନାକୁ ଆସିଛନ୍ତି କିନ୍ତୁ ଏଥର କୌଣସି ବିବାଦ ପାଇଁ ନୁହେଁ । ପୂଜା ବେଦୀ ନିକଟରେ ତାଙ୍କର ୫୧ତମ ଜନ୍ମଦିନ ପାଳନ କରିଛନ୍ତି । ପୂଜା ବେଦୀ ନିଜର ୨୯ବର୍ଷର ଫିଲ୍ମ କ୍ୟାରିଅରରେ କେବଳ ୭ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ତାହା ମଧ୍ୟ ଏପରି ଚଳଚ୍ଚିତ୍ର ଯାହା ସେ ନିଜ ‘ଦମ୍’ରେ ଚଳାଇବାରେ ବିଫଳ ହୋଇଛନ୍ତି ।

ବର୍ତ୍ତମାନ ପୂଜା ବେଦୀ ଧୀରେ ଧୀରେ ଚଳଚ୍ଚିତ୍ର ଜଗତରୁ ଦୁରେଇ ଯାଉଥିବା ବେଳେ ତାଙ୍କ ଝିଅ ଅଲାୟା ଫର୍ନିଚର୍ୱାଲା ବଲିଉଡରେ ଡେବ୍ୟୁ କରିଛନ୍ତି । ଅଲାୟା ଫର୍ନିଚର୍ୱାଲା ଫିଲ୍ମ ‘ଜବାନୀ ଜାନେମନ’ରୁ ସୈଫ୍ ଅଲି ଖାନ୍ ଏବଂ ତବୁଙ୍କ ସହ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଲାୟା ସୈଫ୍ ଅଲି ଖାନଙ୍କ ଝିଅ ଭୂମିକାରେ ଦେଖା ଦେଇଥିଲେ । ଅଲାୟାଙ୍କ ମାତା ପୂଜା ନିଜ ବୃତ୍ତିଗତ ଜୀବନ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନ ଯୋଗୁଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ପୂଜା ୧୯୯୪ ମସିହାରେ ଫରହାନ୍ ଇବ୍ରାହିମ୍ ଫର୍ଣ୍ଣିଚରୱାଲାଙ୍କୁ ବିବାହ କରିଥିଲେ ଏବଂ ୨୦୦୩ରେ ଉଭୟଙ୍କର ଛାଡପତ୍ର ହୋଇଯାଇଥିଲା ।

ପୂଜା ଏବଂ ଫରହାନ୍ ଇବ୍ରାହିମ୍ ଫର୍ନିଚର୍ୱାଲାଙ୍କର ଦୁଇଟି ସନ୍ତାନ ଅଛନ୍ତି : ଝିଅ ଅଲାୟା ଏବଂ ପୁଅ ଓମାର୍ ଫର୍ନିଚର୍ୱାଲା । ଯଦି ଅଲାୟା ଫର୍ନିଚର୍ୱାଲାଙ୍କ ବିଷୟରେ କୁହାଯାଏ ତେବେ ସେ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ । ଅଲାୟା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାୟତ ନିଜର ବୋଲ୍ଡ ଏବଂ ଗ୍ଲାମରସ୍ ଫୋଟ ସବୁ ସେୟାର୍ କରିଥାନ୍ତି । ଇନଷ୍ଟାଗ୍ରାମରେ ଅଲାୟାଙ୍କର ମୋଟ ୧ମିଲିୟମ୍ ଫଲୋଅର୍ ଅଛନ୍ତି । ଅଲାୟା କିଛି ଦିନ ପୂର୍ବରୁ ନିଜର ବୋଲ୍ଡ ଫୋଟ ସବୁ ଇଂଷ୍ଟାଗ୍ରାମରେ ସେୟାର୍ କରିଥିଲେ । ଏହି ଫୋଟ ଗୁଡିକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।

ଅଲାୟା ତାଙ୍କ ଫୋଟରେ କ୍ୟାପସନ୍ ଦେଇଛନ୍ତି “ମୁଁ ସବୁବେଳେ ଷ୍ଟୁଲ୍ ଉପରେ ଏହିପରି ଭାବେ ବସିଥାଏ ।” ଅଲାୟାଙ୍କର ଏହି ଫଟୋଗୁଡ଼ିକରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ପ୍ରଶଂସା କରି ଅନେକ କମେଣ୍ଟ ଦେଇଛନ୍ତି । ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି “କିଲିଙ୍ଗ ଇନ୍ ବ୍ଲାକ୍” । ଅନ୍ୟ ଜଣେ ଫ୍ୟାନ୍ ଫାୟାର୍ ଇମୋଜି ଜରିଆରେ ନିଜର ମତ ରଖିଛନ୍ତି । କିଛି ଫ୍ୟାନ୍ ଏଥିରେ ‘ଓସମ୍’ ଲେଖିଥିବା ବେଳେ କିଛି ଫ୍ୟାନ୍ କମେଣ୍ଟ ବକ୍ସରେ ହାର୍ଟ ଇମୋଜି ସେୟାର କରିଛନ୍ତି ।

ସୂଚନାଯୋଗ୍ୟ ଯେ ଅଲାୟା ‘ଜବାନୀ ଜାନେମନ୍’ ପାଇଁ ବେଷ୍ଟ ଡେବ୍ୟୁ ଆର୍ଟିଷ୍ଟ (ମହିଳା) ଫିଲ୍ମଫେୟାର୍ ପୁରସ୍କାର ମଧ୍ୟ ପାଇଛନ୍ତି । ଅଲାୟା ଏହି ପୁରସ୍କାର ପାଇଁ ପୋଷ୍ଟ ସେୟାର୍ କରି ଲେଖିଥିଲେ ଯେ ‘ବେଷ୍ଟ ଡେବ୍ୟୁ ଫିମେଲ୍’ ଏବଂ ଏହି ପୋଷ୍ଟ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଅଲାୟା ୧୯୯୭ ମସିହା ନଭେମ୍ବର ୨୮ ତାରିଖରେ ପୂଜା ବେଦୀ ଏବଂ ଫରହାନ ଇବ୍ରାହିମ୍ ଫର୍ନିଚର୍ୱାଲାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ଅଲାୟା ସୋନି ଇଣ୍ଟରନ୍ୟାସନାଲ୍ ଚ୍ୟାନେଲର ଏକ ରିଆଲିଟି ଶୋ’ରେ କଣ୍ଟେଷ୍ଟାଣ୍ଟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଶୋ’ରେ ସେ ତାଙ୍କ ମା’ ପୂଜା ବେଦୀଙ୍କ ସହ ପ୍ରତିଯୋଗୀ ଭାବରେ ଅଭିନୟ କରିଥିଲେ ।

ଆଲାୟାଙ୍କ ୱାର୍କଫଣ୍ଟ ବିଷୟରେ କହିବାକୁ ଗଲେ ଆଗକୁ ଆସୁଥିବା ଫିଲ୍ମ ‘ଏକ୍ ଔର୍ ଗଜବ୍ କାହାନୀ’ରେ ଖୁବ୍ ଶୀଘ୍ର ତାଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଅଲାୟାଙ୍କ ସହ ଅର୍ଜୁନ୍ କପୁର୍, ଆଦିତ୍ୟ ସିଲ୍ ଏବଂ ଅମୃତା ପୁରୀ ମଧ୍ୟ ନଜର ଆସିବେ । ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ‘ଲୋଅର୍ ପରେଲ୍’ର ଏକ ‘ପବ୍’ରେ ଅଲାୟା ଏବଂ ରାମାନନ୍ଦ ସାଗରଙ୍କ ନାତୁଣୀ ସାକ୍ଷୀଙ୍କ ମଧ୍ୟରେ ଏକ ବଡ଼ ଝଗଡା ହୋଇଥିଲା ଯେଉଁଥିପାଇଁ ପୂଜା ବେଦୀଙ୍କୁ ଜେଲ୍ ଯିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *