ପୂଜା ବେଦୀଙ୍କ ଝିଅ ଅଲାୟା ଫର୍ନିଚରବାଲା କିଣିଲେ ସର୍ବଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ! ତା’ପରେ ଲୋକମାନେ କଲେ ଟ୍ରୋଲ୍…

ପୂଜା ବେଦୀଙ୍କ ଝିଅ ଅଲାୟା ଫର୍ନିଚରବାଲା କିଣିଲେ ସର୍ବଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ! ତା’ପରେ ଲୋକମାନେ କଲେ ଟ୍ରୋଲ୍…

ସୈଫ ଅଲି ଖାଁ ଓ ତଵବୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଯବାନୀ ଜାନେମନ୍’ରେ ସୈଫଙ୍କ ଝିଅଙ୍କ ଭୂମିକାରେ ପୂଜା ବେଦୀଙ୍କ ଝିଅ ଅଲାୟା ଫର୍ନିଚରବାଲା ନଜର ଆସିଥିଲେ । ଅଲାୟା ଫର୍ନିଚରବାଲା ବର୍ତ୍ତମାନ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଧମାଲ୍ ସୃଷ୍ଟି କରିଥିଲେ । ନିକଟରେ ତାଙ୍କୁ ‘ଜବାନୀ ଜାନେମନ୍’ ପାଇଁ ସର୍ବଶ୍ରେଷ୍ଠ ଡେବ୍ୟୁ କଳାକାର ଭାବେ ଫିଲ୍ମ ଫେୟାର୍ ପୁରସ୍କାର ମିଳିଥିଲା । ଏଥି ଯୋଗୁଁ ଅଲାୟା ନିଜର ଏହି ଖୁସି ଜାହିର୍ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ କରିଛନ୍ତି ଏବଂ ପୋଷ୍ଟ ସେୟାର୍ କରିଛନ୍ତି । ଏହି ପୋଷ୍ଟ ପରେ ଅଲାୟାକୁ ଲୋକମାନେ ଖୁବ୍ ଟ୍ରୋଲ୍ କରୁଛନ୍ତି ।

ଅଲାୟା ନିଜର ଏହି ପୋଷ୍ଟ ସହିତ ଲେଖିଥିଲେ ଯେ ସର୍ବଶ୍ରେଷ୍ଠ ଡେବ୍ୟୁ ଫିମେଲ୍, ଏଥିସହିତ ସେ ନିଜ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏକ ମେସେଜ୍ ଲେଖିଛନ୍ତି । ଅଲାୟା ଲେଖିଛନ୍ତି ଯେ ଆପଣଙ୍କ ଏତେ ପ୍ରେମ ଓ ସହଯୋଗ ପାଇଁ ଧନ୍ୟବାଦ । ମୁଁ କଥା ଦେଉଛି ଯେ ପ୍ରତିଦିନ ଖୁବ୍ କଠିନ ପରିଶ୍ରମ କରିବି ଏବଂ ଭଲ ଫିଲ୍ମ ଉପହାର ଦେବି । ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋ ଉପରେ ବିଶ୍ୱାସ କରିବା ପାଇଁ । ଏହି ପୋଷ୍ଟରେ ସେ ନିଜର ଏକ ସୁନ୍ଦର ଫୋଟ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ହାତରେ ପୁରସ୍କାର ନଜର ଆସୁଅଛି ।

ଏହି ପୁରସ୍କାର ପରେ ଯେଉଁଠି ତାଙ୍କୁ ପ୍ରଶଂସା ମିଳୁଛି ତେବେ ଏଥିସହିତ ତାଙ୍କୁ ଖୁବ୍ ଟ୍ରୋଲ୍ ମଧ୍ୟ କରାଯାଉଛି । କିଛି ଲୋକଙ୍କ ଅନୁଯାୟୀ ସେମାନେ ପୁରସ୍କାର କିଣିଛନ୍ତି । ଜଣେ ୟୁଜର୍ କମେଣ୍ଟ କରି ଲେଖିଛନ୍ତି ଯେ ସବୁଠାରୁ ନକଲି ପୁରସ୍କାର ନକଲି କଳାକାର ମାନଙ୍କ ପାଇଁ । ଏଥିସହ କିଛି ୟୁଜର୍ସଙ୍କ ଅନୁଯାୟୀ ‘ହିନା ଖାଁ’ ତାଙ୍କ ଠାରୁ ଅଧିକ ଏହି ପୁରସ୍କାର ପାଇଁ ଜଣେ ଦମଦାର୍ ପ୍ରତିଯୋଗୀ ଥିଲେ, ତାଙ୍କୁ ଏହି ପୁରସ୍କାର ଦିଆଯିବ ଦରକାର ଥିଲା ।

ଆପଣଙ୍କୁ ସୁଚାଇଦେଉଛୁ ଯେ ‘ହିନା ଖାଁ’ ମଧ୍ୟ ହେକଡ୍ ଜରିଆରେ ଡେବ୍ୟୁ କରିଛନ୍ତି । ଯେଉଁଥିରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଉଥିଲା । ଜଣେ ବ୍ୟକ୍ତି ଅଲାୟାଙ୍କ ଚଳଚ୍ଚିତ୍ର ବିଷୟରେ କହିଛନ୍ତି- ମୋତେ ତ ସନ୍ଦେହ ଲାଗୁଛି ଯେ ଲୋକମାନେ ଏହି ଚଳଚ୍ଚିତ୍ର ଦେଖି ଥିବେ ନା ନାହିଁ । ଏଥିସହିତ ଜଣେ ୟୁଜର୍ ଲେଖିଛନ୍ତି ଯେ, ‘ଏଥିପାଇଁ କେତେ ଟଙ୍କା ଦେଇଛନ୍ତି’ ତ’ଆଉ ଜଣେ ଲେଖିଛନ୍ତି- ‘ଏ ତ ବିକ୍ରି ହୋଇଗଲେ ଗାର୍ମେଣ୍ଟ’ ।

ଅଲାୟାଙ୍କ ଜନ୍ମ ୨୮ ନଭେମ୍ବର, ୧୯୯୭ କୁ ପୂଜା ବେଦୀ ଓ ଫରହାନ୍ ଇବ୍ରାହମ୍ ଫର୍ନିଚରବାଲାଙ୍କ ଘରେ ହୋଇଥିଲା । ଏହି ଚଳଚ୍ଚିତ୍ର ପୂର୍ବରୁ ଅଲାୟା ୨୦୧୧ରେ ସୋନି ଇଣ୍ଟରନେସନାଲ୍ ଚ୍ୟାନେଲର ରିଏଲିଟି ଶୋ’ର ଅଂଶ ରହିଛନ୍ତି । ଏହି ଶୋ’ ସମୟରେ ସେ ପ୍ରତିଯୋଗୀ ହୋଇ ନିଜ ମାଁ’ଙ୍କ ସହିତ ନଜର ଆସିଥିଲେ ।

କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଅଲାୟା ‘ଆଉ ଏକ ଅଜବ କାହାଣୀ’ ନାମକ ଚଳଚ୍ଚିତ୍ରରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅର୍ଜୁନ୍ କପୂର୍, ଆଦିତ୍ୟ ସିଲ୍ ଓ ଅମୃତା ପୁରୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଅଲାୟା ଓ ରାମାନନ୍ଦ ସାଗରଙ୍କ ନାତୁଣୀ ସାକ୍ଷୀଙ୍କ ମଧ୍ୟରେ ନଭେମ୍ବର, ୨୦୧୪ରେ ଲୋଅର୍ ପରେଳର୍ ଏକ ପବରେ ଜୋରଦାର୍ ଝଗଡା ହୋଇଥିଲା ।

ଏହି ଝଗଡା ପରେ ଅଭିନେତ୍ରୀ ପୂଜା ବେଦୀ ପୋଲିସରେ ଏଫଆଇଆର୍ ରୁଜୁ କରିଥିଲେ । ସେପଟେ ଅନ୍ୟପଟେ ସାକ୍ଷୀଙ୍କ ମାଁ’ ମୀନାକ୍ଷୀ ସାଗର ମଧ୍ୟ ପୋଲିସରେ ମାମଲା ରୁଜୁ କରିଥିଲେ । ପରେ ମୁଁ ପୋଶକୋ ଏକ୍ଟ ଅନୁଯାୟୀ ପୂଜା ବେଦୀଙ୍କୁ ଏହି ସମ୍ପୂର୍ଣ୍ଣ ମାମଲାରେ ଗିରଫ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *