ପୋଲିସ୍ କାହିଁକି ନେଇଗଲା ସନ୍ନି ଲିଓନଙ୍କୁ ପୋଲିସ୍ ଷ୍ଟେସନକୁ ? ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା ପଚରାଉଚରା, ସଂପୂର୍ଣ୍ଣ ବିଷୟ ବସ୍ତୁ କ’ଣ ଆସନ୍ତୁ ଜାଣିବା…

ପୋଲିସ୍ କାହିଁକି ନେଇଗଲା ସନ୍ନି ଲିଓନଙ୍କୁ ପୋଲିସ୍ ଷ୍ଟେସନକୁ ? ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା ପଚରାଉଚରା, ସଂପୂର୍ଣ୍ଣ ବିଷୟ ବସ୍ତୁ କ’ଣ ଆସନ୍ତୁ ଜାଣିବା…

ଥିରୁଅନନ୍ତପୁରମର ଏକ ଘରୋଇ ରିସୋର୍ଟରେ କେରଳ ପୋଲିସ୍ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଛି । କୋଚିରେ ଏକ ଇଭେଣ୍ଟ ମ୍ୟାନେଜରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଠକେଇ ମାମଲାର ଅଭିଯୋଗ ଉପରେ ଆଧାର କରି ଏହି ଅନୁସନ୍ଧାନ କରାଯାଇଥିଲା । କୋଚି ଏବଂ ଏହାର ଆଖପାଖରେ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଆର ଶିଆଜ କେରଳର ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସନ୍ନି ଲିଓନ ତାଙ୍କ ଠାରୁ ୨୯ ଲକ୍ଷ ଟଙ୍କା ନେଇଥିବା ବେଳେ ରାଜ୍ୟରେ ବିଭିନ୍ନ ଉଦ୍ଘାଟନୀ ଉତ୍ସବରେ ଯୋଗଦେବାକୁ ପ୍ରତିଶୃତି ଦେଇଛନ୍ତି, କିନ୍ତୁ ପରେ ସେ ତାହା କରିନାହାଁନ୍ତି ।

ଅଭିଯୋଗକାରୀ ଆର ଶିଆଜ କହିଛନ୍ତି ଯେ ସନ୍ନିଙ୍କ ପରିଚାଳକ ୨୦୧୬ ଏବଂ ତା’ପରେ ଅନେକ ଥର କିସ୍ତିରେ ଟଙ୍କା ନେଇଥିଲେ ଏବଂ ପାଞ୍ଚଟି ସମାରୋହରେ ଯୋଗଦେବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ପରେ ତାହା କରିନଥିଲେ । ଏଭଳି ପରିସ୍ଥିତିରେ ପୋଲିସ୍ ଘଟଣାର ତଦନ୍ତ କରି ପଚରାଉଚରା କରିଥିଲା । ଜଣେ ପୋଲିସ୍ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଆଇଏନଏସ୍ କୁ କହିଛନ୍ତି ଯେ ସନ୍ନି ଲିଓନ ଟଙ୍କା ନେବା ବିଷୟରେ ସ୍ୱୀକାର କରିଛନ୍ତି, କିନ୍ତୁ ଇଭେଣ୍ଟ ମ୍ୟାନେଜରଙ୍କୁ ଠକିବା ତାଙ୍କର ଉଦ୍ଧେଶ୍ୟ ନୁହେଁ ବୋଲି ସେ କହିଛନ୍ତି ।

ମାମଲା ବିଷୟରେ ସନ୍ନି କହିଛନ୍ତି ଯେ ତାଙ୍କ ପରିଚାଳକ ପ୍ରକୃତରେ ଟଙ୍କା ନେଇଛନ୍ତି ଏବଂ ସେ ଅନେକ ଥର ତାରିଖ ଦେଇଛନ୍ତି କିନ୍ତୁ ଇଭେଣ୍ଟ ମ୍ୟାନେଜର ସଠିକ୍ ତାରିଖ ପ୍ଲାନ୍ କରିପାରିନଥିଲେ ତେଣୁ ସମସ୍ୟା ଉପୁଜିଥିଲା । ସନ୍ନି ଲିଓନଙ୍କ ଷ୍ଟେଟମେଂଟ ଆଧାରରେ ପୋଲିସ୍ ଅଭିଯୋଗକାରୀଙ୍କୁ ପଚରାଉଚରା କରିବ ।

ଏହି ପ୍ରସଙ୍ଗରେ ସନି ଲିଓନଙ୍କୁ କେରଳ ହାଇକୋର୍ଟ ଆରାମ ଦେଇଛନ୍ତି । ଅଭିନେତ୍ରୀଙ୍କ ଜାମିନ୍ ଆବେଦନ ଶୁଣାଣି ବେଳେ କେରଳ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଗିରଫ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଦାଖଲ ହୋଇଥିବା ସମସ୍ତ ଦଲିଲ୍ ଆଧାରରେ ସନ୍ନି ଲିଓନଙ୍କୁ କ୍ରାଇମ୍ ବ୍ରାଞ୍ଚରୁ ପଚରାଉଚରା ପାଇଁ ଡକାଯାଇଥିଲା । ସେହି ପଚରାଉଚରା ବେଳେ ସନ୍ନି ଲିଓନ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ପ୍ରକାରେ ପ୍ରତାରଣା କରିନାହାଁନ୍ତି । ଏଥିସହିତ ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ କ୍ରମାଗତ ଭାବରେ ସ୍ଥଗିତ ରଖାଯାଉଥିଲା, ଯେଉଁଥିପାଇଁ ସେ ଏଥିରେ ଯୋଗ ଦେଇ ପାରିଲେ ନାହିଁ ।

ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି । ସନ୍ନି ଲିଓନ ଗତ ମାସରେ ତାଙ୍କ ପରିବାର ସହିତ ଛୁଟିଦିନ ପାଇଁ କେରଳକୁ ଆସିଥିଲେ, ଯେଉଁଠାରେ ସେ ଏକ ଘରୋଇ ଚ୍ୟାନେଲ୍ ସହିତ ସୁଟିଂରେ ମଧ୍ୟ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *