ସୁଶାନ୍ତଙ୍କ ମାମଲାରେ ହୋଇଛି ଏକ ବଡ ଖୁଲାସା ! ପୋଲିସ ସନ୍ଦେହ କରୁଛି ଯେ, ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସହ ଟାମ୍ପରିଂ ହୋଇଛି ।

ସୁଶାନ୍ତଙ୍କ ମାମଲାରେ ହୋଇଛି ଏକ ବଡ ଖୁଲାସା ! ପୋଲିସ ସନ୍ଦେହ କରୁଛି ଯେ, ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସହ ଟାମ୍ପରିଂ ହୋଇଛି ।

ବନ୍ଧୁଗଣ ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ନାହାନ୍ତି । ତାଙ୍କ ପ୍ରସଂଶକ ଏବଂ ପରିବାର ତାଙ୍କର ସ୍ମୃତିକୁ ନେଇ ଆଗକୁ ବଢୁଛନ୍ତି । ଗତ ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ଏବଂ କୁହାଯାଉଛି ଯେ, ସେ ଡିପ୍ରେସନର ଶିକାର ହୋଇଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ.କେ.ସିଂ କହିଛନ୍ତି ଯେ, ସୁଶାନ୍ତ ୨୦୨୧ରେ ବିବାହ କରିବାକୁ ଚାହୁଁଥିଲେ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଗଭୀରତା ସହ ତଦନ୍ତ କରୁଛି । ସେମାନେ ସୁଶାନ୍ତଙ୍କ ସହ ଜଡିତ ପ୍ରତ୍ୟେକଟି ବିଷୟରର ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି ଯେଉଁଥିରେ ପୋଲିସକୁ କିଛିବି ଆଶଙ୍କା ଜଣାପଡୁଛି ।

google

ପୋଲିସ ସନ୍ଦେହ କରୁଛି ଯେ, କେହି ଜଣେ ବ୍ୟକ୍ତି ସୁଶାନ୍ତଙ୍କ ଟ୍ୱିଟର ଆକାଉଣ୍ଟକୁ କେହି ଟାମ୍ପରିଂ କରିଛି ଏବଂ ଗତ ଛଅ ମାସର ସମସ୍ତ ତଥ୍ୟକୁ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଡିଲିଟ କରାଯାଇଛି । ଏହି ତଥ୍ୟର ଗଭୀରତା ଜାଣିବା ପାଇଁ ପୋଲିସ ଟ୍ୱିଟରକୁ ଏକ ଚିଠି ଲେଖିବା ପାଇଁ ଯୋଜନା କରୁଛି । ବାସ୍ତବରେ ସୁଶାନ୍ତ ସିଂ ରାଜପୁତଙ୍କ ଟ୍ୱିଟର ଆକାଉଣ୍ଟରେ ଗତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ପରଠାରୁ କୌଣସି ଟ୍ୱିଟ ଦେଖାଯାଉ ନାହିଁ । ଏଥିରୁ ପୋଲିସ ଏହାକୁ ନେଇ ସନ୍ଦେହ କରୁଛି ଯେ, କେହି ଜଣେ ସୁଶାନ୍ତଙ୍କ ଟ୍ୱିଟକୁ ଡିଲିଟ କରିଛନ୍ତି ।

google

ପୋଲିସ ଏହା ସନ୍ଦେହ କରୁଛି ଯେ, ସୁଶାନ୍ତ ସିଂ ରାଜପୁତ ସୋସିଆଲ ମିଡିଆରେ ଏତେ ସକ୍ରିୟ ହେବା ସତ୍ତ୍ୱେ ସେ କିପରି ଟ୍ୱିଟରରୁ ଦୂରେଇ ରହିପାରିବେ ? ତେଣୁ, ସୁଶାନ୍ତଙ୍କ ଆକାଉଣ୍ଟର ଗତ ଛଅ ମାସର ତଥ୍ୟ ଜାଣିବା ପାଇଁ ପୋଲିସ ଟ୍ୱିଟର କମ୍ପାନୀ ନିକଟକୁ ଏକ ଚିଠି ଲେଖିବେ ଯାହାଦ୍ୱାରା ସେମାନଙ୍କୁ ତଦନ୍ତ କରିବା ପାଇଁ ଆଗକୁ ସହଜ ଓ ସୁବିଧା ହୋଇପାରିବ । ଯେବେଠାରୁ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି, ସେହି ଦିନଠାରୁ ପୋଲିସ ଘଟଣାର ତଦନ୍ତ ପାଇଁ ରାତିଦିନ ଅନୁସନ୍ଧାନ କାର୍ଯ୍ୟ ଚାଲୁରଖିଛି ।

google

ଆପଣଙ୍କୁ କହିଦେଉଛୁ ଯେ, ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ସହ ଜଡିତ ୨୩ ଜଣଙ୍କୁ ପୋଲିସ ପଚରାଉଚରା କରିଛନ୍ତି । ସେଥିରେ କିଛି ସାଙ୍ଗ, ପରିବାର ଲୋକ ଏବଂ କିଛି ନିକଟତ୍ତର ବନ୍ଧୁ ଅନ୍ତର୍ଭୁକ୍ତ ଅଛନ୍ତି । ଗତ ବୁଧୁବାର ଦିନ ସୁଶାନ୍ତଙ୍କ ଅନ୍ତିମ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ କାରଣ ଶ୍ଵାସରୁଦ୍ଧ ବୋଲି ଜଣାପଡିଥିଲା । ପୋଷ୍ଟମୋର୍ଟାମ ସମୟରେ ତାଙ୍କ ଶରୀରରେ କୌଣସି ପ୍ରକାରର ଆଘାତ କିମ୍ବା ସାଙ୍କେତିକ ଚିହ୍ନ ମିଳି ନଥିଲା । ବର୍ତ୍ତମାନ ତାଙ୍କ ଅନ୍ତନଳୀକୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯାଇଛି ।

google

ଆପଣଙ୍କୁ ଜଣେଇଦେଉଛୁ ଯେ, ସୁଶାନ୍ତ ସିଂ ରାଜପୁତ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚରା’ ଜୁଲାଇ ୨୪ରେ ସିଧାସଳଖ ଡିଜିଟାଲ ପ୍ଲାଟଫର୍ମ ଅର୍ଥାତ ଡିଜନୀ ହଟଷ୍ଟାରରେ ମୁକ୍ତିଲାଭ କରିବ । ଏହା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ହେବ । ଆପଣଙ୍କୁ କହିଦେଉଛୁ ଯେ, ଚଳଚ୍ଚିତ୍ର ନିର୍ମାଣ କରିଥିବା କମ୍ପାନୀ ଫୋକ୍ସଷ୍ଟାର ଷ୍ଟୁଡିଓ ତରଫରୁ ଏହା ଘୋଷଣା କରାଯାଇଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ରକୁ ଡିଜନି ହଟଷ୍ଟାର ଗ୍ରାହକଙ୍କ ସହିତ ସାରା ଦେଶର ଅଣ-ଗ୍ରାହକ ଦର୍ଶକ ମଧ୍ୟ ମାଗଣାରେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *