ସ୍ତ୍ରୀ ଯେତେବେଳେ ପିନ୍ଧିଲେ ସୁନାର ହାର, ସେତେବେଳେ ପୋଲିସ୍ ହୋଇଥିବା ସ୍ୱାମୀ ସ୍ତ୍ରୀକୁ ଥାନା ହାଜତକୁ ଡକାଇଲେ ! ଜାଣନ୍ତୁ ଏହାପରେ ହେଲା କ’ଣ…

ସ୍ତ୍ରୀ ଯେତେବେଳେ ପିନ୍ଧିଲେ ସୁନାର ହାର, ସେତେବେଳେ ପୋଲିସ୍ ହୋଇଥିବା ସ୍ୱାମୀ ସ୍ତ୍ରୀକୁ ଥାନା ହାଜତକୁ ଡକାଇଲେ ! ଜାଣନ୍ତୁ ଏହାପରେ ହେଲା କ’ଣ…

ଜଣେ ବ୍ୟକ୍ତି ବିବାହ ବାର୍ଷିକ ପାଳନ କରି ନିଜ ସ୍ତ୍ରୀକୁ ଏକ ହାର ଉପହାରରେ ଦେଲେ ସେହି ହାର ବହୁତ ବଡ଼ ଥିଲା ଏବଂ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ଥିଲା । ଏହି ହାରର ଚର୍ଚ୍ଚା କିଛି ଦିନରୁ ସୋସିଆଲ୍ ମିଡ଼ିଆରେ କରାଯାଉଛି ଓ ସମସ୍ତ ବ୍ୟକ୍ତି ସୁନାର ହାର ଦେଖି ଆଶ୍ଚର୍ଯ୍ୟ ଚକିତ ଥିଲେ । ସେପଟେ ଏହି ହାରକୁ ଦେଖି ପୋଲିସ୍ ମଧ୍ୟ ଚିନ୍ତାରେ ପଡ଼ିଗଲେ ଏବଂ ଭିଡ଼ିଓ ଦେଖିବା ପରେ ହାରର ମାଲିକମାନେ ପୋଲିସ୍ ଥାନାକୁ ଡକାଇଲେ । ଯେଉଁଠାରେ ପୋଲିସ୍ ହାରର ମାଲିକ ବାଲୁ କୋଲିଙ୍କୁ ଅନେକ ସମୟ ଧରି ପଚାରପଚାରି କଲେ । ଏହି ମାମଲା ମହାରାଷ୍ଟ୍ର ରାଜ୍ୟର ଅଟେ ।

କ’ଣ ଥିଲା ଭିଡ଼ିଓରେ

କଲ୍ୟାଣର କୋ-ଗାଁରେ ରହୁଥିବା ବାଲୁ କୋଲିଙ୍କ ବିବାହ ବାର୍ଷିକ ଥିଲା ଏବଂ ଭାଇରଲ୍ ହେଉଥିବା ଭିଡ଼ିଓ ତାଙ୍କର ବିବାହ ବାର୍ଷିକର ଥିଲା । ଭିଡ଼ିଓରେ ବାଲୁ ଓ ତାଙ୍କ ସ୍ତ୍ରୀ କେକ୍ କାଟୁଥିବାର ନଜର ଆସୁଛନ୍ତି । ସେପଟେ କେକ୍ କାଟିବା ପରେ ସେ ନିଜ ସ୍ତ୍ରୀ ପାଇଁ ଗୀତ ମଧ୍ୟ ଗାଇଥିଲେ । ଏହି ଭିଡ଼ିଓରେ ତାଙ୍କ ସ୍ତ୍ରୀ ଏକ ହାର ମଧ୍ୟ ପିନ୍ଧିଥିବାର ନଜର ଆସିଥିଲେ ଯାହାକି ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ଥିଲା । ହାର ଏହି ଭିଡ଼ିଓରେ ଖୁବ୍ ଉଜ୍ଜ୍ବଳ ଦେଖାଯାଉଥିଲା । ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଥିବା ଏହି ଭିଡ଼ିଓରେ ଯେତେବେଳେ ପୋଲିସଙ୍କ ନଜର ପଡ଼ିଲା ତେବେ ପଚାରପଚାରି କରିବା ପାଇଁ କୋଲିଙ୍କୁ ଥାନାକୁ ଡ଼କାଗଲା ।

ପୋଲିସ୍ ବାଲୁ କୋଲିଙ୍କ ସୁରକ୍ଷା ପାଇଁ ଏସବୁ କଲେ । ପୋଲିସଙ୍କ ଅନୁସାରେ ଏହି ଭିଡ଼ିଓ ଖୁବ୍ ଭାଇରଲ୍ ହୋଇଯାଇଥିଲା । କହିବାକୁ ଗଲେ ଚୋରମାନଙ୍କ ଦୃଷ୍ଟି ଏହି ହାର ଉପରେ ରହିଥାନ୍ତା । ଏହାକୁ ଲକ୍ଷ୍ୟରେ ରଖି ପୋଲିସ୍ ବାଲୁ କୋଲିଙ୍କୁ ଥାନାକୁ ଡକାଇଲେ ଓ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା କଲେ । ଯଦିଓ ପଚାରପଚାରି କରିବା ସମୟରେ ବାଲୁ କୋଲି ପୋଲିସଙ୍କୁ କହିଥିଲେ ଯେ ତାଙ୍କ ସ୍ତ୍ରୀ ଯେଉଁ ହାର ଭିଡ଼ିଓରେ ପିନ୍ଧିଥିଲେ ତାହା ବାସ୍ତବରେ ସୁନା ନିର୍ମିତ ହାର ନଥିଲା ।

ବାଲୁ କୋଲିଙ୍କ କହିବାନୁସାରେ ନିଜ ସ୍ତ୍ରୀଙ୍କ ପାଇଁ ନକଲି ହାର ତିଆରି କରିଥିଲେ । ପୋଲିସ୍ ବାଲୁ କୋଲିଙ୍କ ଏହି ବୟାନକୁ ଭିତ୍ତି କରି ଯାଞ୍ଚ କରିଥିଲେ, ଯାହାକି ଯାଞ୍ଚ ପରେ ସଠିକ୍ ବୋଲି ଜଣାପଡିଛି । ପୋଲିସ୍ ସେହି ବଣେଇଙ୍କୁ ମଧ୍ୟ ପଚାରପଚାରି କରିଥିଲେ, ଯିଏକି ଏହି ହାର ପ୍ରସ୍ତୁତ କରିଥିଲେ । ପଚାରପଚାରି ସମୟରେ ବଣେଇ ମଧ୍ୟ ପୋଲିସଙ୍କୁ ଏହା କହିଲେ ଯେ, ଏହି ହାରଟି ନକଲି ଅଟେ ଏବଂ ଏହାର ମୂଲ୍ୟ ମାତ୍ର ୩୮ ହଜାର ଅଟେ ।

କୋ-ଗାଁର ମୁଖ୍ୟ ପୋଲିସ୍ ଅଧିକାରୀ ଗଣପତ ପିଙ୍ଗଲେ ସୂଚନା ଦେଇ କହିଛନ୍ତି ଯେ “ଆମେ ଭିଡ଼ିଓ ଦେଖିବା ପରେ ସୁରକ୍ଷା କାରଣରୁ ବାଲୁ କୋଲିଙ୍କୁ ପଚାରପଚାରି କରିବା ପାଇଁ ‘ପୋଲିସ୍ ଷ୍ଟେସନ୍’କୁ ଡକାଇ ଥିଲୁ । ସେ କହିଥିଲେ ଯେ ଭିଡ଼ିଓରେ ତାଙ୍କ ସ୍ତ୍ରୀ ଯେଉଁ ହାର ପିନ୍ଧିଛନ୍ତି ତାହା ଅସଲି ସୁନାର ନୁହେଁ । ସେ ଏହି ହାର ଯେଉଁ ବଣେଇ ଠାରୁ ତିଆରି କରାଇଥିଲେ ଆମେ ତାଙ୍କୁ ମଧ୍ୟ ପଚାରପଚାରି କଲୁ । ସେ ମଧ୍ୟ କହିଥିଲେ ଯେ ହାର ଅସଲି ସୁନାର ନୁହେଁ ।

ଏହା ମଧ୍ୟ ପଢନ୍ତୁ : ବହୁତ କଠିନ ଥିଲା ସୁସ୍ମିତା ସେନ୍ “ମିସ୍ ୟୁନିଭର୍ସ” ହେବାର ରାସ୍ତା !

ବାଲୁ କୋଲି କହିଛନ୍ତି ଯେ “ଭିଡ଼ିଓରେ ମୋ ସ୍ତ୍ରୀ ଯେଉଁ ହାର ପିନ୍ଧିଛନ୍ତି ତାହା ଅସଲି ସୁନାରେ ତିଆରି ହୋଇନାହିଁ । ମୋତେ ମୋ ସ୍ତ୍ରୀକୁ ଏକ ବଡ଼ ହାର ଦେବାର ଥିଲା । ଏଥିପାଇଁ ମୁଁ ବହୁତ ଆଗରୁ ୩୮,୦୦୦ ଟଙ୍କାରେ ଏହି ଏକ କିଲୋଗ୍ରାମ୍ ଓଜନର ନକଲି ହାର ତିଆରି କରାଇଥିଲି । ମୋ ସ୍ତ୍ରୀ ଏହାକୁ ଆମ ବିବାହ ବାର୍ଷିକୀ ଉତ୍ସବରେ ପିନ୍ଧିଥିଲେ । ସୋସିଆଲ୍ ମିଡିଆରେ ଭିଡ଼ିଓ ଦେଖିବା ପରେ ପୋଲିସ୍ ମୋତେ ପଚାରପଚାରି କରିବା ପାଇଁ ଡକାଇଥିଲେ । ମୁଁ ତାଙ୍କୁ ଏହାକୁ ନେଇ ସମସ୍ତ ସୂଚନା ଦେଇଛି ।”

ଏହା ମଧ୍ୟ ପଢନ୍ତୁ : ବିବାହର ୫ ବର୍ଷପରେ ମା’ ହେଲେ ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ! ‘ଇନଷ୍ଟାଗ୍ରାମ୍’ରେ ସେୟାର୍ କରିଲେ ଶୁଭ ଖବର…

Leave a Reply

Your email address will not be published. Required fields are marked *