ବିନା ମାସ୍କରେ ବୁଲୁଥିବାରୁ ଟଙ୍କା ବଦଳରେ ପୋଲିସକୁ କିସ୍ ଦେଇ କେସ୍ ରଫାଦଫା କଲେ ମହିଳା !

ବିନା ମାସ୍କରେ ବୁଲୁଥିବାରୁ ଟଙ୍କା ବଦଳରେ ପୋଲିସକୁ କିସ୍ ଦେଇ କେସ୍ ରଫାଦଫା କଲେ ମହିଳା !

କୋଭିଡ-୧୯ ଜୀବାଣୁ ହେତୁ ସାରା ବିଶ୍ୱରେ କିଛି କଠୋର ନିୟମ ପ୍ରଣୟନ କରାଯାଇଛି । ଏଥିରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିୟମ । କିନ୍ତୁ ଆଜିବି କିଛି ଲୋକ ମାସ୍କ ଲଗାଉନାହାନ୍ତି । ଏଭଳି ପରିସ୍ଥିତିରେ ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ଜୋରିମାନା ଦେବାକୁ ପଡୁଛି । ବେଳେବେଳେ ମାସ୍କ ନପିନ୍ଧି ଥିବାରୁ ଆପଣଙ୍କୁ ମଧ୍ୟ ପୋଲିସକୁ ସାମ୍ନା କରିବାକୁ ପଡିଥିବ । ଏଭଳି ପରିସ୍ଥିତିରେ ସାଧାରଣତ ଆମେ ଜରିମାନା ଦେଇଥାଉ କିନ୍ତୁ କିଛି ବ୍ୟକ୍ତି ପୋଲିସକୁ ଲାଞ୍ଚ ଦେବାକୁ ମଧ୍ୟ ଚେଷ୍ଟା କରନ୍ତି ।

ଲାଞ୍ଚ ଦେଇ ଜୋରିମାନାରୁ ଖସିବାର କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା କହିବାକୁ ଯାଉଛୁ ଯେଉଁଠାରେ ପୋଲିସ୍ ଜୋରିମାନା ବଦଳରେ ମହିଳାଙ୍କୁ ଚୁମ୍ବନ ଦେଇଥିଲା ଏବଂ ମହିଳାଙ୍କୁ ବିନା ଦଣ୍ଡରେ ଛାଡି ଦେଇଥିଲା । ଏହି ମାମଲାଟି ପେରୁର ଅଟେ ।

ଏଠାରେ ପୋଲିସ ମାସ୍କ ପିନ୍ଧିନଥିବା ଜଣେ ମହିଳାଙ୍କୁ ଚୁମ୍ବନ ଦେଇଥିଲେ ତାଙ୍କୁ ଜୋରିମାନାରୁ ମୁକ୍ତ କରିଥିଲେ । ଏହି ସଂପୂର୍ଣ୍ଣ ଘଟଣା ସେଠାରେ ଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ଏକ ସ୍ଥାନୀୟ ଟିଭି ଚ୍ୟାନେଲ୍ ଦ୍ୱାରା ଏହି ଘଟଣାର ଫୁଟେଜ୍ ସେୟାର୍ ହେବାପରେ ଯେତେବେଳେ ଏହି ମାମଲା ଭାଇରାଲ୍ ହେଲା ସେତେବେଳେ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

ଭାଇରାଲ୍ ହେଇଥିବା ଏହି ଭିଡିଓରେ ପୋଲିସ୍ ଜଣକ ମାସ୍କ ଲଗାଇ ନଥିବା ମହିଳାଙ୍କ ବିଷୟରେ ଲେଖୁଛନ୍ତି । ତା’ପରେ ମହିଳା ଜଣକ ଧୀରେ ଧୀରେ ପୋଲିସର ନିକଟତର ହେଉଛନ୍ତି । ଏହାପରେ ପୋଲିସ୍ ଜଣକ ନିଜକୁ ସମ୍ଭାଳି ନପାରି ମହିଳାଜଣଙ୍କୁ କିସ୍ କରିଛନ୍ତି ।

ଏହି ପୋଲିସ୍ ଅଧିକାରୀଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପେରୁର ରାଜଧାନୀ ଲିମାର ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସମ୍ପ୍ରତି ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ତାଙ୍କ ଚାକିରିରୁ ନିଲମ୍ବିତ କରାଯାଇଛି । କୁହାଯାଉଛି ଯେ ତାଙ୍କ ନାମରେ ପୂର୍ବରୁ ଏପରି କୌଣସି ଅଭିଯୋଗ ନାହିଁ । ହୁଏତ ମହିଳାଙ୍କୁ ଦେଖିବା ପରେ ତରଳି ଯାଇ ସେ ଭୁଲ୍ କରିଦେଇଛନ୍ତି ।

ମିରାଫ୍ଲୋରସ୍ ଜିଲ୍ଲା ସୁରକ୍ଷା ଦାୟିତ୍ୱରେ ଥିବା ଇବେରୋ ରୋଡ୍ରିଗେଜଙ୍କ ଅନୁଯାୟୀ ଘଟଣା ବିଷୟରେ ଜାଣିବା ମାତ୍ରେ ଆମ ମେୟର୍ ଲୁଇସ୍ ମୋଲିନା ତୁରନ୍ତ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ୍ କରିବାକୁ ନିଷ୍ପତ୍ତି ନେଇଥିଲେ । ଉକ୍ତ ମହିଳାଙ୍କ ଦ୍ଵାରା ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେଉଥିଲା ଏବଂ ପୋଲିସ୍ ତାଙ୍କୁ ଅନୁମତି ଦେଉଥିଲା । ସେ ନିଜ ମାସ୍କ କାଢ଼ି ମହିଳାଙ୍କୁ ଚୁମ୍ବନ ଦେଇଥିଲେ । ଏହା ଭୁଲ୍ ଅଟେ ।

Leave a Reply

Your email address will not be published. Required fields are marked *