ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା : ୫ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ !

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା : ୫ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ !

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ୱୋଧିତ କରି Unlock-2 ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ଲକ୍ଡ଼ାଉନ ସମୟରେ କେନ୍ଦ୍ର ସରକାର ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ଲକ୍ଡ଼ାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ, ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ । ଗତ ୩ ମାସ ମଧ୍ୟରେ ୨୦ କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି । ଏଥିସହ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮୦୦୦ କୋଟି ଜମା ହୋଇଛି ।

Google

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛୁ ଓ ଆମେ ଏପରି ଏକ ପରିସ୍ଥିତି ଓ ସମୟରେ ଉପନୀତ ହୋଇଛୁ, ଯେଉଁ ସମୟରେ ଲୋକଙ୍କୁ ଥଣ୍ଡା, କାଶ, ବ୍ୟଥା ହୋଇଥାଏ । ଏଭଳି ପରିସ୍ଥିତିରେ ମୋର ଆପଣଙ୍କୁ ପ୍ରାର୍ଥନା ଯେ, ଆପଣମାନେ ନିଜେ ନିଜର ଯତ୍ନ ନିଅନ୍ତୁ । ଯଦି କରୋନା ମୃତ୍ୟୁହାର ଦେଖିବା, ତେବେ ଆପଣମାନେ ଜାଣିପାରୁଥିବେ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ରହିଛି ।

Google

ବର୍ତ୍ତମାନର ପରିସ୍ଥିତିକୁ ଦେଖି “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯାହାର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ଆସନ୍ତା ପାଞ୍ଚ ମାସ ପାଇଁ ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ । ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ । ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି । ଆଜି ଯଦି ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବାରେ ସକ୍ଷମ, ତେବେ ଏହାର ଶ୍ରେୟ ଦୁଇଟି ବିଭାଗକୁ ଯାଉଛି । ପ୍ରଥମତଃ, ଆମ ଦେଶର ପରିଶ୍ରମୀ କୃଷକ ଏବଂ ଦ୍ୱିତୀୟରେ, ସଚ୍ଚୋଟ କରଦାତା । ମୁଁ ଆପଣଙ୍କୁ ଏହି ଅବସରରେ ହୃଦୟରୁ ଧନ୍ୟବାଦ ଦେଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

Leave a Reply

Your email address will not be published. Required fields are marked *