ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ପର୍ଯ୍ୟାବରଣ ସୁରକ୍ଷା ପାଇଁ ବିଶ୍ଵସ୍ତରୀୟ ସମ୍ମାନ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ପର୍ଯ୍ୟାବରଣ ସୁରକ୍ଷା ପାଇଁ ବିଶ୍ଵସ୍ତରୀୟ ସମ୍ମାନ !

‘ସେରାଉଇକି ଗ୍ଲୋବାଲ୍ ଏନର୍ଜି ଆଣ୍ଡ ଏନଭାରମେଣ୍ଟ ଲିଡରଶିପ ଆୱାର୍ଡ’ର ଆରମ୍ଭ ୨୦୧୬ ମସିହାରେ ହୋଇଥିଲା । ବିଶ୍ୱସ୍ତରୀୟ ଉର୍ଜା ଏବଂ ପର୍ଯ୍ୟାବରଣ କ୍ଷେତ୍ରରେ ନେତୃତ୍ୱ ପାଇଁ ଏହି ପୁରସ୍କାର ଦିଆଯାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମ୍ବ୍ରିଜ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ ଉଇକ୍ ତରଫରୁ ଗତ ଶୁକ୍ରବାର ଦିନ ‘ସେରାଉଇକି ଗ୍ଲୋବାଲ୍ ଏନର୍ଜି ଆଣ୍ଡ ଏନଭାରମେଣ୍ଟ ଲିଡରଶିପ ଆୱାର୍ଡ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭିଡ଼ିଓ କନ୍ଫରେନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଗ୍ରହଣ କରି ଦେଶବାସୀଙ୍କୁ ସମର୍ପଣ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁ ଏହି ପୁରଷ୍କାରଟିକୁ ବିନମ୍ରତାର ସହ ସ୍ୱୀକାର କରୁଛି ଏବଂ ଏହା “ମୋ ମହାନ୍ ଦେଶବାସୀଙ୍କୁ ସମର୍ପଣ କରୁଛି” । ମୁ ଏହି ପୁରସ୍କାର ମୋର ମହାନ୍ ଜନ୍ମଭୂମିକୁ ସମର୍ପଣ କରୁଛି ଯିଏକି ମୋତେ ସବୁବେଳେ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଉତ୍ସାହିତ କରିଆସିଛି ।”

‘ସେରାଉଇକି ଗ୍ଲୋବାଲ୍ ଏନର୍ଜି ଆଣ୍ଡ ଏନଭାରମେଣ୍ଟ ଲିଡରଶିପ୍ ଆୱାର୍ଡ’ ୨୦୧୬ରେ ଆରମ୍ଭ କରାଯାଇଥିଲା । ପର୍ଯ୍ୟାବରଣ ସୁରକ୍ଷା କ୍ଷେତ୍ରରେ ପ୍ରତିନିଧିତ୍ୱ ପାଇଁ ଏହି ପୁରସ୍କାର ଦିଆଯାଏ ।

ଡକ୍ଟର୍ ଡାନିଏଲ୍ ୟେରାଗିନ୍ ୧୯୮୩ ମସିହାରେ ସେରାଉଇକକୁ ପ୍ରତିଷ୍ଠା କରିଥିଲେ । ପ୍ରତିଷ୍ଠା ପରଠୁ ପ୍ରତିବର୍ଷ ମାର୍ଚ୍ଚରେ ହୟୁଷ୍ଟନ୍ ଠାରେ ଏହାର ସମ୍ମିଳନୀ ଆୟୋଜନ୍ କରାଯାଏ । ଏହା ବିଶ୍ୱର ଏକ ଅଗ୍ରଣୀ ଉର୍ଜା ମଞ୍ଚ । ଏହି ବର୍ଷ ଆୟୋଜନ ୧ ରୁ ୫ ମାର୍ଚ୍ଚ ଯାଏଁ ଭିଡିଓ କନ୍ଫରେନ୍ସରେ କରାଯାଇଛି ।

Leave a Reply

Your email address will not be published. Required fields are marked *