ଦେଶରେ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି : କହିଲେ, ‘ଏଥିପାଇଁ ପୂର୍ବ ସରକାର ହିଁ ଦାୟୀ…’

ଦେଶରେ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି : କହିଲେ, ‘ଏଥିପାଇଁ ପୂର୍ବ ସରକାର ହିଁ ଦାୟୀ…’

ନୂଆଦିଲ୍ଲୀ ୧୭/୦୨ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦କୁ ଅଧିକ ହୋଇଗଲାଣି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆକାଶ ଛୁଆଁ ହେବାକୁ ଲାଗିଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି, ‘ଏଥିପାଇଁ ପୂର୍ବବର୍ତ୍ତୀ ସରକାର ହିଁ ଦାୟୀ । ଯଦି ପୂର୍ବ ସରକାର ଉର୍ଜା ଆମଦାନୀ ଉପରେ ଧ୍ୟାନ ଦେଇଥାନ୍ତେ; ତେବେ ଦେଶରେ ମଧ୍ୟମ ବର୍ଗର ଲୋକମାନେ ଏତେ କଠିନ ସମୟ ଦେଇ ଗତି କରିନଥାନ୍ତେ’ ।

ମୋଦି ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘୨୦୧୯-୨୦ ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ୮୫ ପ୍ରତିଶତ ତେଲ ଏବଂ ୫୩ ପ୍ରତିଶତ ଗ୍ୟାସ ଆମଦାନୀ କରିଛି । ଯଦି ପୂର୍ବରୁ ଥିବା ସରକାର ଏସବୁ ବିଷୟକୁ ଧ୍ୟାନ ରଖିଥା’ନ୍ତେ; ତେବେ ଆଜି ଆମକୁ ଏଭଳି ସମସ୍ୟା ଦେଖିବାକୁ ପଡିନଥାନ୍ତା ।’ ତାମିଲନାଡୁରେ ଏନ୍ନୋର ଥିରୁବଲ୍ଲୁର, ବେଙ୍ଗାଲୁରୁ, ପୁଡୁଚେରୀ, ନାଗାପାଟ୍ଟନମ୍, ମଦୁରେ, ତୁତୀକୋରୀନ ପ୍ରାକୃତିକ ଗ୍ୟାସ ପାଇପଲାଇନ୍‌ ଉଦ୍-ଘାଟନ ପରେ ଜନସାଧାରଣଙ୍କୁ ଉଦ୍-ବୋଧନ ଦେବା ସମୟରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶରେ ପେଟ୍ରୋଲ ଦାମ ବୁଧବାର ପ୍ରଥମ ଥର ପାଇଁ ୧୦୦ ଟଙ୍କା ଅତିକ୍ରମ କରିଛି । ରାଜସ୍ଥାନରେ ପେଟ୍ରୋଲ ସେଞ୍ଚୁରୀ ମାରିଛି । ସେହିଭଳି ମଧ୍ୟ ପ୍ରଦେଶରେ ମଧ୍ୟ ଶହେ ଟଙ୍କା ଛୁଇଁବା ଭଳି ପରିସ୍ଥିତି । ଦେଶରେ ଇନ୍ଧନର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ଦର ଉପରେ ନିର୍ଭର କରେ । ତେଣୁ ଦେଶରେ ଯେଉଁଭଳି ଭାବେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖାଯାଉଛି; ତାହା ଆଗାମୀ ଦିନରେ ବ୍ୟାପକ ରୂପ ଧାରଣ କରିବ ।

ମୋଦି ଆହୁରି ମଧ୍ୟ କହିଛନ୍ତି, ‘୨୦୩୦ ସୁଦ୍ଧା ଦେଶରେ ୪୦ ପ୍ରତିଶତ ଉର୍ଜା ଉତ୍ପାଦନ ହେବ । ପ୍ରାୟ ୬.୫୨ କୋଟି ଟନ୍‌ ପେଟ୍ରୋଲିୟମ ଉତ୍ପାଦ ରପ୍ତାନୀ କରାଯାଇଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଗ୍ୟାସ ଏବଂ ତେଲ ଭିତ୍ତିଭୂମି ନିର୍ମାଣ ପାଇଁ ୭.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଦେଶରେ ବର୍ତ୍ତମାନ ପ୍ରାକୃତିକ ଗ୍ୟାସ ଉତ୍ପାଦନ ୬.୩ ପ୍ରତିଶତରୁ ୧୫ ପ୍ରତିଶତ କରିବା ଦିଗରେ ଉଦ୍ୟମ ଜାରି ରହିଛି’ ।

Leave a Reply

Your email address will not be published. Required fields are marked *