କରୋନାର ଚିକିତ୍ସାରୁ ହଟାଗଲା ପ୍ଲାଜମା ଥେରାପୀ ! ‘AIIMS’ ଏବଂ ‘ICMR’ର ଜାରି କଲା ନୂତନ ନିର୍ଦ୍ଦେଶାବଳୀ…

କରୋନାର ଚିକିତ୍ସାରୁ ହଟାଗଲା ପ୍ଲାଜମା ଥେରାପୀ ! ‘AIIMS’ ଏବଂ ‘ICMR’ର ଜାରି କଲା ନୂତନ ନିର୍ଦ୍ଦେଶାବଳୀ…

କରୋନା ସଙ୍କଟ ମଧ୍ୟରେ ପ୍ଲାଜମା ଥେରାପୀକୁ ନେଇ ‘AIIMS’ ଏବଂ ‘ICMR’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାର ଚିକିତ୍ସାରୁ ପ୍ଲାଜମା ଥେରାପୀକୁ ହଟାଇ ଦିଆଯାଇଛି । ଏହି ସମ୍ପର୍କରେ ‘AIIMS’ ଏବଂ ‘ICMR’ ପକ୍ଷରୁ ନୂତନ ନିର୍ଦେଶାବଳୀ ଜାରି କରାଯାଇଛି ।

ଏହାପୂର୍ବରୁ କୋଭିଡ୍-୧୯ ସମ୍ବନ୍ଧୀୟ ‘ICMR’, ନେଶନାଲ୍ ଟାସ୍କ ଫୋର୍ସର୍ ବୈଠକରେ ସମସ୍ତ ସଦସ୍ୟ ଏହି ସପକ୍ଷରେ ଥିଲେ କି ପ୍ଲାଜମା ଥେରାପୀକୁ କରୋନା ଚିକିତ୍ସା ପଦ୍ଧତିରୁ ହଟାଯିବା ଉଚିତ୍ । ତାଙ୍କର କହିବା ଅନୁଯାୟୀ ପ୍ଲାଜମା ଥେରାପୀ ପ୍ରଭାବଶାଳୀ ନୁହେଁ ଏବଂ କେତେକ କ୍ଷେତ୍ରରେ ଏହାର ଅନୁଚିତ୍ ଉପାୟରେ ବ୍ୟବହାର କରାଯାଇଛି ।

‘ICMR’ର ଶୀର୍ଷ ବୈଜ୍ଞାନିକ ଡାକ୍ତର ସମୀରନ୍ ପାଣ୍ଡା କହିଛନ୍ତି କି ବିଜେଏମରେ ଉଲ୍ଲେଖ କରାଯାଇଥିବା ଆକଳନରେ ଏହା ସାମ୍ନାକୁ ଆସିଛି କି ପ୍ଲାଜମା ଥେରାପୀର କୌଣସି ଲାଭ ନାହିଁ । ପ୍ଲାଜମା ଥେରାପୀ ମହଙ୍ଗା ଅଟେ ଏବଂ ଏହାଦ୍ଵାରା ଭୟ ସୃଷ୍ଟି ହେଉଅଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ ବଢ଼ୁଅଛି ଏବଂ ଏହାଦ୍ଵାରା ରୋଗୀ ମାନଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ । ଡୋନରଙ୍କର୍ ପ୍ଲାଜମାର ଗୁଣବତ୍ତା ସବୁ ସମୟରେ ସୁନିଶ୍ଚିତ ହୋଇନଥାଏ । ପ୍ଲାଜମାର ଏଣ୍ଟିବଡ଼ି ପର୍ଯ୍ୟାପ୍ତ ସଂଖ୍ୟାରେ ରହିବା ଉଚିତ୍ କିନ୍ତୁ ଏହା ସୁନିଶ୍ଚିତ ହୋଇ ରହିନଥାଏ ।

ଏହାପୂର୍ବରୁ ଜାରି ହୋଇଥିବା ଦିଶାନିର୍ଦ୍ଦେଶ ଅନୁଯାୟୀ, ପ୍ରାଥମିକ ମଧ୍ୟମ ରୋଗ ପର୍ଯ୍ୟାୟରେ ଅର୍ଥାତ ଲକ୍ଷଣର ପ୍ରାରମ୍ଭିକ ସାତ ଦିନ ମଧ୍ୟରେ ଯଦି ହାଇ ଟାଇଟ୍ରେ ଡୋନର୍ ପ୍ଲାଜମାର ଉପଲବ୍ଧତା ରହିଛି, ତେବେ ପ୍ଲାଜମା ଥେରାପୀର୍ “ଅଫ୍ ଲେଭଲ୍”ର ଉପଯୋଗର ଅନୁମତି ଦିଆଯାଇଥିଲା । ଏହି ନିଷ୍ପତ୍ତି ଏଭଳି ପରିସ୍ଥିତିରେ ନିଆଯାଇଛି କି ଯେତେବେଳେ କିଛି ଚିକିତ୍ସକ ଏବଂ ବୈଜ୍ଞାନିକଙ୍କ ଦ୍ଵାରା ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କର ବିଜୟରାଘବନଙ୍କୁ ଚିଠି ଲେଖି ଏହାକୁ ହଟାଇବା ପାଇଁ ଆବେଦନ କରିଥିଲେ ।

ଏହି ଲୋକମାନେ ଘୋଷଣା କରିଥିଲେ କି ପ୍ଲାଜମା ଥେରାପୀର୍ ତର୍କହୀନ ଏବଂ ଅଣ ବୈଜ୍ଞାନିକ ଉପଯୋଗ କରାଯାଉଛି । ଏହି ଚିଠି ‘ICMR’ ମୁଖ୍ୟ ବଳରାମ ଭାର୍ଗବ ଏବଂ ‘AIIMS’ର ନିର୍ଦ୍ଦେଶକ ରଣଦୀପ୍ ଗୁଲେରିୟାଙ୍କୁ ମଧ୍ୟ ପଠାଯାଇଥିଲା । ଏଥିରେ କୁହାଯାଇଥିଲା କି ପ୍ଲାଜମା ପଦ୍ଧତି ବର୍ତ୍ତମାନର ଦିଶାନିର୍ଦ୍ଦେଶ ଏବଂ ସାକ୍ଷୀପ୍ରମାଣ ଉପରେ ଆଧାରିତ ନୁହେଁ । ସାରା ଦେଶର ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ, ଏହି ସମୟରେ ହେଉଥିବା ଗବେଷଣାରେ ଏହି କଥା ସ୍ପଷ୍ଟ ହୋଇଛି ଯେ କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପୀର୍ କୌଣସି ଉପଯୋଗ ନାହିଁ । ଏହାସତ୍ତ୍ୱେ ମଧ୍ୟ ସାରା ଦେଶର ହସ୍ପିଟାଲରେ ଏହାର ତର୍କହୀନ ଉପଯୋଗ କରାଯାଉଛି ।

ପ୍ଲାଜମା ଥେରାପୀ କଣ:-

ବାସ୍ତବରେ, ପ୍ଲାଜମା ଥେରାପୀରେ କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କର ରକ୍ତରେ ରହିଥିବା ଏଣ୍ଟିବଡିକୁ ଗମ୍ଭୀର ରୋଗୀ ମାନଙ୍କୁ ଦିଆଯାଏ । ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ୧୧,୫୮୮ ବ୍ୟକ୍ତି ମାନଙ୍କ ଉପରେ ପ୍ଲାଜମା ଥେରାପୀର୍ ପରୀକ୍ଷଣ କରିବା ପରେ ଜଣାପଡିଛି କି ଏହାଦ୍ଵାରା ରୋଗୀ ମାନଙ୍କର ମୃତ୍ୟୁ ଏବଂ ହସ୍ପିଟାଲରୁ ଡିସଚାର୍ଜ ହେଉଥିବା ଅନୁପାତରେ କୌଣସି ପାର୍ଥକ୍ୟ ଆସିନାହିଁ ।

Leave a Reply

Your email address will not be published. Required fields are marked *