ଘରେ ଲଗାନ୍ତୁ ଏହି ୬ଟି ଗଛ । ଜୀବନସାରା କେବେ ମଧ୍ୟ ଟଙ୍କା ପଇସାର ରହିବ ନାହିଁ ଅଭାବ !

ଘରେ ଲଗାନ୍ତୁ ଏହି ୬ଟି ଗଛ । ଜୀବନସାରା କେବେ ମଧ୍ୟ ଟଙ୍କା ପଇସାର ରହିବ ନାହିଁ ଅଭାବ !

ଘରେ ସୁଖ ଶାନ୍ତି ପାଇବା ପାଇଁ ଲୋକମାନେ ବାସ୍ତୁ ଉପାୟକୁ ଆପଣାଇଥାନ୍ତି । ଅନେକ ଲୋକ ଟଙ୍କା ପଇସା ସମ୍ବନ୍ଧୀତ ଅଭାବକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣାନ୍ତି । କିନ୍ତୁ ଆପଣ ବାସ୍ତୁ ବ୍ୟତୀତ ନିଜ ଘର ଅଗଣାରେ କିଛି ଗଛ ମଧ୍ୟ ଲଗାଇ ପାରିବେ । ଘରର ଅଶାନ୍ତି ଏବଂ ପଇସାର ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏତେ ସବୁ ଉପାୟ ଆପଣେଇବା ବ୍ୟତୀତ କିଛି ଗଛ ଲଗାଇ ପାରିବେ । ଏହି ଗଛ ଗୁଡ଼ିକ ଦ୍ଵାରା ଘରର ସ୍ଥିତି ଭଲ ରହିବ । ତାହା ସହିତ ଅମ୍ଳଜାନ ଏବଂ ନକରାତ୍ମକ ଶକ୍ତିର ସଞ୍ଚାର ମଧ୍ୟ ହେବ । ଏହି ଗଛ ଗୁଡ଼ିକ ଦ୍ଵାରା ଆପଣଙ୍କ ଜୀବନ ଉପରେ ଭଲ ପ୍ରଭାବ ପଡ଼ିବ । ତେଣୁ ଚାଲନ୍ତୁ ଜାଣିବା ସେହି ଗଛ ଗୁଡ଼ିକ ବିଷୟରେ ଯାହାକୁ ରୋପଣ କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ ।

୧ . ତୁଳସୀ ଗଛ :-

newstrend

ନିଜ ଘରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାନ୍ତୁ । ଏହି ଗଛ ଖୁବ୍ ଘଞ୍ଚ ହୋଇଥାଏ । ଏହି ଗଛ ଅନ୍ୟ ଗଛ ତୁଳନାରେ ସବୁଠାରୁ ଅଧିକ ଅମ୍ଳଜାନ ପ୍ରଦାନ କରିଥାଏ । ଘରକୁ ସୁଖ ସମୃଦ୍ଧିର ପ୍ରବେଶ କରାଇଥାଏ । ତୁଳସୀ ଗଛକୁ ଘରେ ରଖିବାର ଉଲ୍ଲେଖ ଅନେକ ବେଦ ଏବଂ ଶାସ୍ତ୍ରରେ କୁହାଯାଇଛି । ଏହାକୁ ଘରର ଅଗଣାରେ ସୂର୍ଯ୍ୟ ରଶ୍ମୀ ତଳେ ରଖିପାରିବେ । ଏହା କୌଣସି ପ୍ରକାରର ମାଟିରେ ମଧ୍ୟ ସହଜରେ ବଢ଼ିପାରେ ।

ପାନ ଗଛ :-

newstrend

ପାନ ଗଛ ଶୁଭ ହୋଇଥାଏ ବୋଲି କୁହାଯାଏ । ଏହା ଛାଇ ଥିବା ସ୍ଥାନରେ ବଢ଼ିଥାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର କରାଯାଇଥାଏ ଏବଂ ଏହା ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ପାନ ଏକ ଲତା ଜାତୀୟ ଗଛ ଅଟେ । ତେଣୁ ଏହାକୁ ପ୍ରଥମେ କୌଣସି କୁଣ୍ଡରେ ଲଗାଇ ତା’ପରେ ଏହାକୁ କୋଣରେ ରଖନ୍ତୁ ଏବଂ ପ୍ଲାଣ୍ଟକୁ ସାହାରା ଦିଅନ୍ତୁ । କୌଣସି ଦଉଡ଼ି ସାହାଯ୍ୟରେ ବାନ୍ଧି ଦିଅନ୍ତୁ ।

ମନୀ ପ୍ଲାଣ୍ଟ :-

newstrend

ଏହି ନାମ ସହିତ ପ୍ରାୟ ସମସ୍ତେ ପରିଚିତ । ପାଖାପାଖି ପ୍ରତ୍ୟେକ ଘରେ ଏହା ରହିଥାଏ । ଏହା ଖୁବ୍ ସହଜରେ ରୋପଣ ହୋଇପାରୁଥିବା ଗଛ ଅଟେ । ମାଟି ବ୍ୟତୀତ ଏହା ପାଣିରେ ମଧ୍ୟ ଲଗାଯାଇ ପାରୁଥିବା ଗଛ ଅଟେ । ଏଥିରୁ ସକରାତ୍ମକ ଶକ୍ତି ବାହାରି ଥାଏ ଏବଂ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଏହାକୁ ସୂର୍ଯ୍ୟ କିରଣର କୌଣସି ବିଶେଷ ଆବଶ୍ୟକତା ନଥାଏ । ଏହା ବୃଦ୍ଧି ହୋଇଥାଏ ଏବଂ ଅମ୍ଳଜାନ ମଧ୍ୟ ଦେଇଥାଏ । ଏହିପରି ଏହି ଗଛର ନାମରୁ ହିଁ ଏହାକୁ ଧନ ଏବଂ ସମୃଦ୍ଧି ସହିତ ଯୋଡ଼ା ଯାଇଥାଏ ।

କଦଳୀ ଗଛ :-

newstrend

ଏହି ଗଛକୁ ଭଗବାନ ବିଷ୍ଣୁଙ୍କର ବାସ ବୋଲି ବିଶ୍ଵାସ କରାଯାଏ । ଏହା ଅତି ଶୁଭ ଏବଂ ଭଲ ଗଛ ହୋଇଥାଏ । ଏହାର ଉପଯୋଗ ସମସ୍ତ ଶୁଭ କାର୍ଯ୍ୟରେ କରାଯାଇଥାଏ । ଏହା ବାଲିଆ ମାଟିରେ ମଧ୍ୟ ଖୁବଶୀଘ୍ର ବଢ଼ିଥାଏ ।

ବାଉଁଶ ଗଛ :-

newstrend

ଘରେ ବାଉଁଶ ଗଛ ନାଲି ରଙ୍ଗର ସୂତାରେ ବାନ୍ଧି ରଖନ୍ତୁ । ଏହାଦ୍ଵାରା ନା କେବଳ ଆର୍ଥିକ ସ୍ଥିତି ଦୃଢ଼ ହେବ ବରଂ ଘରେ ଉତ୍ତମ ସ୍ଥିତି ମଧ୍ୟ ରହିବ । ସମସ୍ତେ ମିଳିମିଶି ସାଥିରେ ରହିବେ । ଏହାକୁ ଘରେ କେଉଁଠି ମଧ୍ୟ ସହଜରେ ଲଗାଇ ପାରିବେ । ଏହାକୁ ଘରେ ଲଗାଇବା ଦ୍ଵାରା ସନ୍ତାନ ଏବଂ ବଂଶ ସୁଖ ସମୃଦ୍ଧିରେ ରହନ୍ତି ।

ରବର ଗଛ :-

newstrend

ରବର ଗଛକୁ ଘରର ଧନ ସମ୍ପତ୍ତି ଥିବା ସ୍ଥାନରେ ରଖାଯାଇଥାଏ । ଏହାଦ୍ଵାରା ଧନ ଲାଭ ହୋଇଥାଏ । ଗୋଲ ପତ୍ର ଯୁକ୍ତ ରବର ଗଛ ଘରେ ରଖିବା ଶୁଭ ହୋଇଥାଏ । ଏହାକୁ ଘରେ ରଖିବା ଦ୍ଵାରା ଘରର କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟ ଖରାପ ହୁଏନାହିଁ ଏବଂ ସୁଖ ସମୃଦ୍ଧି ବଜାୟ ରହିଥାଏ ।

Leave a Reply

Your email address will not be published. Required fields are marked *