ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ଚେତାବନୀ : କୋରନା ମହାମାରୀ ବିରୋଧରେ “ପ୍ଳାନ୍-ବି” ବିପଜ୍ଜନକ ହୋଇପାରେ ।

ସାଂପ୍ରତିକ ସ୍ଥିତିରେ ବିଶ୍ଵର ସବୁଠାରୁ ବଡ ଶତ୍ରୁ ସାଜିଛି କରୋନା । ସମଗ୍ର ବିଶ୍ଵର ଅଧିବାସୀ କରୋନାକୁ ନେଇ ସଚେତନତା ରହିବା ସତ୍ତ୍ୱେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସମଗ୍ର ବିଶ୍ଵର ବିଶେଷଜ୍ଞମାନେ କୋରନା ମହାମାରୀ ବିରୋଧରେ ଲଢେଇ ଜିତିବା ପାଇଁ ନୂଆ ନୂଆ ଯୋଜନାମାନ ପ୍ରସ୍ତୁତ କରିବା ପାଇଁ ଲାଗିପଡିଛନ୍ତି । ଏଥିମଧ୍ୟରେ କଭିଡ୍-19 ମହାମାରୀରୁ ରକ୍ଷା ପାଇବା ବୈଜ୍ଞାନିକମାନେ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଉଥିବାର ସୂଚନା ଦେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ, ଯାହାର ନାମ “ଯୋଜନା-ବି” (Plan-B) ବୋଲି ନାମିତ କରାଯାଇଛି । ଯୋଜନା-ବି ଅନୁଯାୟୀ ହାର୍ଡ ଇମ୍ୟୁନିଟି ଅର୍ଥାତ ଅଧିକରୁ ଅଧିକ ଲୋକଙ୍କ ଠାରେ କୋରନା ସଂକ୍ରମଣ ପ୍ରସାରିତ କରିବା ଯୋଜନା ଯାହାଦ୍ୱାରା କୋରନା ବିରୋଧରେ ସାମୁହିକ ପ୍ରତିରୋଧକ ଉତ୍ପନ୍ନ କରାଯାଇପାରିବ । ଏଥିପାଇଁ ଯେକୌଣସି ସମ୍ପ୍ରଦାୟରେ ମଧ୍ୟ ନ୍ୟୁନତମ ୬୦ ପ୍ରତିଶତ ଲୋକ ସଂକ୍ରମିତ ହେବା ଆଶଙ୍କା ରହିଛି ।

Google

କିନ୍ତୁ ଏହି ଯୋଜନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଚିନ୍ତା ପ୍ରକୋଟ କରିଛନ୍ତି । ଯେଉଁଠି ଗୋଟିଏ ପଟେ ଅନେକ ବଡ ବଡ ଦେଶର ନେତା ଓ ବୈଜ୍ଞାନିକମାନେ ଏହି ହାର୍ଡ ଇମ୍ୟୁନିଟିର ଯୋଜନାକୁ ଗମ୍ଭୀର ଭାବେ କରୋନା ବିରୋଧରେ ବଡ ଅସ୍ତ୍ର ମାନୁଥିବା ବେଳେ ଅନ୍ୟପକ୍ଷରେ WHO ଏହାକୁ ବିପଦଜ୍ଜନକ ବୋଲି ମାନେ କରୁଛି । କୋରନାକୁ ନେଇ ହୋଇଥିବା ଏକ ପ୍ରେସ୍ କନଫେରେନ୍ସରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ହେଲଥ୍ ଇମରଜେନ୍ସି ଡ଼ାଇରେକ୍ଟର ଡକ୍ଟର ମାଇକେଲ ରେୟାନ ସ୍ପଷ୍ଟୀକରଣ କରି କହିଛନ୍ତି ଯେ, ଏମିତି ଚିନ୍ତା କରିବା ଭୂଲ ଧାରଣା ଅଟେ । ଯେକୌଣସି ଦେଶ ମଧ୍ୟ କୋଭିଡ-୧୯ ପାଇଁ ନିଜର ସ୍ୱାଧୀନ ରାଷ୍ଟ୍ରର ସୁରକ୍ଷା ପାଇଁ ସେଠାକାର ଅଧିକାବାସୀଙ୍କ ମଧ୍ୟରେ ରୋଗପ୍ରତିଷେଧକ ବଢ଼ାଇ ନିହାତି ଜରୁରୀ ଅଟେ ।

ହାର୍ଡ ଇମ୍ୟୁନିଟି ବିଷୟରେ ସେତେବେଳେ ଆଲୋଚନା କରାଯାଏ, ଯେତେବେଳେ କୌଣସି ସ୍ୱାଧୀନ ରାଷ୍ଟ୍ରରେ କେତେ ଲୋକଙ୍କ ପାଇଁ ଟୀକା ଆବଶ୍ୟକ । କୋରନା ହେଉଛି ଏକ ନମ୍ବର ଶତ୍ରୁ । ସମସ୍ତ ଦାୟିତ୍ୱବାନ ସଦସ୍ୟ ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ମହତ୍ୱ ଦେବା ଉଚିତ ।

Be the first to comment

Leave a Reply

Your email address will not be published.


*