ଘରର ମନ୍ଦିରରେ ଏହି ଚାରି ମୂର୍ତି ରଖିଲେ ଅଶୁଭ ହୋଇଥାଏ ।

ଘରର ମନ୍ଦିରରେ ଏହି ଚାରି ମୂର୍ତି ରଖିଲେ ଅଶୁଭ ହୋଇଥାଏ ।

ଭଗବାନଙ୍କ କୃପା ପାଇବା ପାଇଁ ଲୋକେ ନିଜ ନିଜ ଘରର ମନ୍ଦିରରେ ଦେବୀ ଦେବତାଙ୍କ ମୂର୍ତି ରଖିଥାନ୍ତି । ମାନ୍ୟତା ରହିଛି ଘରେ ଭଗବାନଙ୍କ ମୂର୍ତି କିମ୍ବା ଫୋଟ ରଖିଲେ ସମସ୍ୟାରୁ ମୁକ୍ତି ମିଳିଥାଏ । ମନ୍ଦିରରେ ପୂଜାର୍ଚ୍ଚନା କଲେ ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଭଗବାନଙ୍କ କିଛି ସ୍ୱରୂପ ରହିଛି ଯାହାକୁ ଘରେ ରଖିଲେ ଶୁଭ ପ୍ରତିବଦଳରେ ଅଶୁଭ ଲାଗିରହିଥାଏ ।

ଭୈରଭ ଦେବ

ଭୈରଭ ଦେବଙ୍କୁ ଶିବଙ୍କ ଅବତାର ବୋଲି ମାନ୍ୟତା ରହିଛି ।ଘରେ ଛୋଟ ଶିବଲିଙ୍ଗ ରଖିପାରିବେ କିନ୍ତୁ ଶିବଙ୍କ ଅବତାର ଭୈରବଙ୍କ ପ୍ରତିମା ରଖିବା ଉଚିତ ନୁହେଁ । ଭୈରଵ ତନ୍ତ୍ରର ଦେବତା ଅଟନ୍ତି ଏବଂ ଭୈରବଙ୍କୁ ଘରେ ନୁହେଁ ବରଂ ଘର ବାହାରେ ପୂଜା କରାଯାଇଥାଏ ।

ନଟରାଜ

ନଟରାଜ ଭଗବାନ ଶିବଙ୍କ ରୌଦ୍ର ରୂପ ଅଟନ୍ତି । ଶିବ ତାଣ୍ଡବ ନୃତ୍ୟ କରିବା ସମୟରେ ନଟରାଜ ସ୍ୱରୂପ ଧାରଣ କରିଥାନ୍ତି । ଏହି ମୂର୍ତି ଘରେ ରଖିବା ଫଳରେ ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ । ନଟରାଜ ମୂର୍ତି ଘରେ ରଖିବା ଫଳରେ ପରିବାରର ସଦସ୍ୟଙ୍କ ସ୍ଵଭାଵ କ୍ରୋଧି ହୋଇଥାଏ ।

ଶନି ଦେବ

ଶାସ୍ତ୍ର ଅନୁସାରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି କିନ୍ତୁ ଶନି ଏକ କ୍ରୁର ଦେବତା ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।ଶନି ଦେବ ସୂର୍ଯ୍ୟଙ୍କ ପୁତ୍ର ଅଟନ୍ତି । ଶନିଙ୍କ ପ୍ରତିମା ଘରେ ରଖି ପୂଜା କଲେ ଅଶୁଭ ହୋଇଥାଏ । ଶନିଙ୍କ ପୂଜା ଘରେ ନୁହେଁ ବରଂ ଘର ବାହାରେ କରାଯାଇଥାଏ ।

ରାହୁ କେତୁ

ରାହୁ କେତୁ ଛାୟା ଗ୍ରହ ଅଟନ୍ତି ଏବଂ ଶାସ୍ତ୍ରରେ ଏହି ଗ୍ରହ ଦୁହିଁଙ୍କୁ ପାପର ଦେବତା ବୋଲି ଦର୍ଶା ଯାଇଛି । ଶାସ୍ତ୍ରରେ ଉଲ୍ଲେଖ ରହିଛି ଏହି ଦୁଇଟି ଗ୍ରହର ପୂଜା କଲେ ବଡ଼ ବଡ଼ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଏହି ଦୁଇଟି ଗ୍ରହର ପୂଜା ଘରେ କରାଯାଇନଥାଏ ।ଏହି ଦୁଇଟି ଗ୍ରହର ପୂଜା ବାହାରେ କୌଣସି ମନ୍ଦିରରେ କରାଯାଇଥାଏ । ଘରେ ଏହି ଦୁଇଟି ଗ୍ରହର ମୂର୍ତି ରଖିଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *