ତୈମୁରଙ୍କ ଛୋଟ ଭାଇଙ୍କ ଫୋଟ ସୋସିଆଲ୍ ମିଡ଼ିଆରେ ହେଉଛି ଭାଇରଲ୍ ! ଲୋକେ କହୁଛନ୍ତି ଯେ ଦେଖିବାକୁ ତୈମୁରଙ୍କ ଠାରୁ ଅଧିକ କ୍ୟୁଟ ଓ….

ତୈମୁରଙ୍କ ଛୋଟ ଭାଇଙ୍କ ଫୋଟ ସୋସିଆଲ୍ ମିଡ଼ିଆରେ ହେଉଛି ଭାଇରଲ୍ ! ଲୋକେ କହୁଛନ୍ତି ଯେ ଦେଖିବାକୁ ତୈମୁରଙ୍କ ଠାରୁ ଅଧିକ କ୍ୟୁଟ ଓ….

ବଲିଉଡ଼ ଅଭିନେତ୍ରୀ କରିନା କପୂର୍ ଖାଁ କିଛି ଦିନ ପୂର୍ବରୁ ଆଉ ଏକ ପୁଅକୁ ଜନ୍ମ ଦେଇଛନ୍ତି । ଦ୍ୱିତୀୟ ପୁତ୍ରର ଜନ୍ମ ପରେ ସମସ୍ତେ ଏହି କଥାର ଅପେକ୍ଷା କରୁଥିଲେ ଯେ ତାଙ୍କୁ କେବେ ତାଙ୍କର ଝଲକ୍ ମିଳିବ । ବର୍ତ୍ତମାନ ଅଭିନେତ୍ରୀ ନିଜ ଫ୍ୟାନ୍ସଙ୍କୁ ପ୍ରଥମଥର ପାଇଁ ନିଜ ଦ୍ୱିତୀୟ ପୁତ୍ର ସହ ପରିଚିତ କରାଇଲେ । ମହିଳା ଦିବସ ଅବସରରେ ବେବୋ ଫୋଟ ଜରିଆରେ ଫ୍ୟାନ୍ସ ମାନଙ୍କୁ ନିଜ ଶିଶୁକୁ ପରିଚିତ କରାଇଛନ୍ତି ।

ଏଥିସହିତ ଏହି ସୁନ୍ଦର ଫୋଟକୁ ପୋଷ୍ଟ କରି କରିନା ଏକ ବିଶେଷ କେପ୍ସନ୍ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଏହି କେପ୍ସନ୍ ସମସ୍ତଙ୍କ ହୃଦୟ ଜିଣି ନେଉଛି । ଅଭିନେତ୍ରୀ କରିନା କପୂର୍ ଖାଁ ନିଜ ପୁଅ ସହିତ ଏକ ସୁନ୍ଦର ସେଲ୍ଫି ସେୟାର୍ କରି ଲେଖିଛନ୍ତି ଯେ, “ଏଠାରେ ଏଭଳି କିଛି ନାହିଁ ଯାହାକି ଜଣେ ମହିଳା କରିପାରେ ନାହିଁ । ମହିଳା ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଇଣ୍ଟରନେସନଲ୍ ବୁମେନ୍ସ ଡେର୍ ହେଶଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି ।

କରିନା କପୂର୍ ଯେପରି ଏହି ଫୋଟ ସେୟାର୍ କଲେ ଏହାର କିଛି ମିନିଟ୍ ମଧ୍ୟରେ ଭାଇରଲ୍ ହୋଇଗଲା । ଆପଣଙ୍କୁ ସୁଚାଇଦେଉଛୁ ଯେ କରିନା ଏହି ଫୋଟରେ ତାଙ୍କ ଶିଶୁର ଚେହେରା ଦେଖାଇ ନାହାଁନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସମାନେ ତାଙ୍କର ଏହି ଫୋଟକୁ ଖୁବ୍ ପସନ୍ଦ କରୁଛନ୍ତି । ଏଥିସହିତ ୟୁଜର୍ସ କମେଣ୍ଟ ବକ୍ସରେ ମଧ୍ୟ କରିନା ଓ ଶିଶୁମାନଙ୍କ ଉପରେ ନିଜ ଭଲପାଇବା ଜାହିର୍ କରୁଛନ୍ତି । ଶିଶୁଙ୍କ ଏହି ଫୋଟରେ ସମସ୍ତ ସେଲେବସ୍ କମେଣ୍ଟ କରୁଛନ୍ତି । ଏଥି ମଧ୍ୟରେ କରିନା କପୂର୍ ଖାଁଙ୍କ ନଣନ୍ଦ ସବା ଖାଁ ଶିଶୁମାନଙ୍କୁ ଏକ ମେସେଜ୍ ଲେଖିଛନ୍ତି ।

ସୈଫ୍ ଅଲି ଖାଁଙ୍କ ଭଉଣୀ ଏହି ଫୋଟରେ କମେଣ୍ଟ କରି ଲେଖିଛନ୍ତି ଯେ, “ତୁମେ ଏକ ବହୁତ ଭଲ ମହିଳା ଅଟ ଲଭ୍ ୟୁ” । ଏଥିସହିତ ଦୁହିଁଙ୍କ ଫ୍ୟାନ୍ସ ଏହି ନବାଗତ ଶିଶୁର ନାମ ଅପେକ୍ଷାରେ ରହିଛନ୍ତି । ଖବର ଅନୁଯାୟୀ ସୈଫ୍-କରିନା ଦେଶରେ ବ୍ୟାପିଥିବା କରୋନା ମହାମାରୀ କାରଣରୁ ଶିଶୁଙ୍କ ସୁରକ୍ଷା ଉପରେ ବହୁତ ଧ୍ୟାନ ଦେଉଛନ୍ତି । ଏହାପରେ ଯେପରି ସ୍ଥିତି ସାମାନ୍ୟ ହେବ ସେ ନିଜର ନବାଗତ ଶିଶୁ ସହ ମଧ୍ୟ ପରିଚିତ କରାଇବେ ।

ଯଦି ଅଭିନେତ୍ରୀଙ୍କ ବର୍ତ୍ତମାନର ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ତେବେ କରିନା ଏକ ପୁସ୍ତକ କରିନା କପୂର୍ ଖାଁ ପ୍ରେଗେଂନ୍ସି ବାଇବେଲ୍ ଉପରେ କାମ କରୁଛନ୍ତି । ସେପଟେ କରିନା ଆମୀର୍ ଖାଁଙ୍କ ସହ ଚଳଚ୍ଚିତ୍ର ଲାଲ୍ ସିଂହ ଚଢ଼ହାରେ ମଧ୍ୟ କାମ କରୁଛନ୍ତି । ଜଣାଇଦେଉଛୁ ଯେ କରିନାଙ୍କୁ ଆଗରୁ ମଧ୍ୟ ଏକ ପୁତ୍ର ସନ୍ତାନ ଥିଲେ । ଯାହାର ନାମ ତୈମୁର୍ ଅଟେ । ତୈମୁର୍ ମିଡିଆରେ ନିଜ ଦୁଷ୍ଟାମୀ ଯୋଗୁଁ ଛାଇ ରହେ । ତାହାର ନିଜର ଏକ ଫ୍ୟାନ୍ ଫୋଲୋଇଂ ରହିଛି ।

Leave a Reply

Your email address will not be published. Required fields are marked *